No Result
View All Result
ଓଡ଼ିଆ ତାଜା ନ୍ୟୁଜ (୧ ଡିସେମ୍ବର ଶୁକ୍ରବାର) ହିଞ୍ଜିଳି :- ସ୍ୱାମୀଙ୍କ ଅନୁପସ୍ଥିତିରେ ଅନ୍ୟ ଜଣେ ଯୁବକଙ୍କ ସହ ଅନୈତିକ ସର୍ମ୍ପକକୁ କେନ୍ଦ୍ର କରି କୂଳ ସମାଜରେ ଅର୍ଥ ଦଣ୍ଡ ଏବଂ ଅର୍ଥଦଣ୍ଡ ନଦେଲେ ସାମାଜିକ ବାସନ୍ଦ ଧମକ । ଏଭଳି ଏକ ଘଟଣା ଇଂରାଜୀ ନୂତନ ବର୍ଷ ପ୍ରଥମ ଦିବସ ଶୁକ୍ରବାର ଦିନ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅଂଚଳରେ ଦେଖିବାକୁ ମିଳିଛି । ଅଭିଯୁକ୍ତଙ୍କୁ ଗିରଫ ଦାବିରେ ସଂପୃକ୍ତ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ହିଞ୍ଜିଳି ଥାନା ଘେରାଉ କରିଥିଲେ । ପ୍ରକାଶ ଯେ, ହିଞ୍ଜିଳି ଥାନା ଅଂଚଳର ଏକ ଗ୍ରାମରେ ଗତ ୧୭ ତାରିଖ ରାତି ପ୍ରାୟ ୧୧ ଘଂଟା ସମୟରେ ସ୍ୱାମୀଙ୍କ ଅନୁପସ୍ଥିତିରେ ଜଣେ ବ୍ୟକ୍ତି ସଂପୃକ୍ତ ଗ୍ରାମର ଜଣେ ମହିଳାଙ୍କ ଘରେ ପଶି ଅନୈତିକ କାର୍ଯ୍ୟ କରୁଥିଲେ । ଗ୍ରାମବାସୀ ଘଟଣା ଜାଣିପାରି ଗ୍ରାମର ବହୁ ମହିଳା ଓ ପୁରୁଷ ସଂପୃକ୍ତ ମହିଳାଙ୍କ ଘର କବାଟ ଖୋଲିବାକୁ କହିଥିଲେ । ଘଟଣା ନେଇ ମହିଳାଙ୍କ ସ୍ୱାମୀଙ୍କୁ ଖବର ଜଣାଇଥିଲେ ।

ଖବର ପାଇ ମହିଳାଙ୍କ ସ୍ୱାମୀ ଗତ ୨୧ ତାରିଖରେ ଗ୍ରାମରେ ପଂହଚିବା ପରେ ସଂପୃକ୍ତ ଗ୍ରାମ କେବର୍ତ ସମାଜର କୂଳ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଅନୈତିକ କାର୍ଯ୍ୟରେ ସଂପୃକ୍ତ ଥିବା ବ୍ୟକ୍ତିଙ୍କୁ ୫୧ ହଜାର ୫ଶହ ଓ ମହିଳାଙ୍କ ସ୍ୱାମୀଙ୍କୁ ୨୧ ହଜାର ଟଙ୍କା ଜୋରିମାନା ପକା ଯାଇଥିଲା । ଜୋରିମାନା ନଦେଲେ ସମାଜିକ ବାସନ୍ଦ କରାଯିବ ବୋଲି ମଧ୍ୟ ଧମକ ଦିଆଯାଇଥିଲା । ମହିଳାଙ୍କ ସ୍ୱାମୀ ୨୧ ହଜାର ଟଙ୍କା ପରିବର୍ତେ ୧୧ ହଜାର ଟଙ୍କା ଦେବାକୁ ରାଜି ହୋଇଥିଲେ । ତେବେ ମହିଳା ଜଣକ ଅନ୍ୟ ବ୍ୟକ୍ତିଙ୍କ ସହ ଅନୈତିକ କାର୍ଯ୍ୟରେ ଲିପ୍ତ ନଥିଲେ ଯଦି ବା ଥିଲେ ଗ୍ରାମବାସୀ ଅନୈତିକ କାର୍ଯ୍ୟରେ ଲିପ୍ତ ଥିବା ବେଳେ କିପରି ଠାବ କରିପାରିଲେ ନାହିଁ ବୋଲି କୂଳ ସମାଜକୁ ଓଲଟା ପ୍ରଶ୍ନ କରିଥିଲେ । ଜୋରିମାନା ଅର୍ଥ ନଦେଇ ଘଟଣା ନେଇ ମହିଳା ଜଣକ ଗୁରୁବାର ରାତିରେ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୁଲିସ ଘଟଣାର ତଦନ୍ତ ଚଳାଇବା ସହ ଘଟଣାର ଜେରା କରିବା ସକାଶେ ଗ୍ରାମର ସଂପୃକ୍ତ ଯୁବକଙ୍କୁ ଥାନାକୁ ଡ଼କାଇଥିଲେ ।

ପ୍ରକୃତ ଅଭିଯୁକ୍ତଙ୍କୁ ଗିରଫ ଦାବି କରି ଶୁକ୍ରବାର ସକାଳେ ସଂପୃକ୍ତ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ପ୍ରାୟ ସାଢେ ୨ଘଂଟା ପାଇଁ ହିଞ୍ଜିଳି ଥାନା ଘେରାଉ କରିଥିଲେ । ଅପରାହ୍ନରେ ଥାନା ଭାରପ୍ରାପ୍ତ ଅଧିକାରୀ ଥାନାରେ ପହଂଚିବା ପରେ ଗ୍ରାମର କିଛି ବ୍ୟକ୍ତିଙ୍କ ସହ ଆଲୋଚନା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା । ତେବେ ଘଟଣା ନେଇ ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ଥାନା ଆଇଆଇସି ଦାସ କହିଛନ୍ତି । ଫଟୋ- ଗ୍ରାମବାସୀଙ୍କ ଥାନା ଘେରାଉ ଓଲଟିଲା ଯାତ୍ରୀବାହୀ ଅଟୋ, ୨ ଗୁରୁତର ହିଞ୍ଜିଳିକାଟୁ, ୧ା୧(ଓଡ଼ିଶା ତାଜା ନ୍ୟୁଜ, ୧ଜାନୁୟାରୀ ଶୁକ୍ରବାର/ଶୁସାନ୍ତ ପ୍ରଧାନ) : ଶୁକ୍ରବାର ଅପରାହ୍ନରେ ହିଞ୍ଜିଳି ଥାନା ରଙ୍ଗୁଣିପଲ୍ଲୀ ଗ୍ରାମ ନିକଟରେ ଏକ ଯାତ୍ରୀବାହୀ ଅଟୋ(ଓଡ଼ି୦୭ଇ୮୯୯୭) ଭାରସାମ୍ୟ ହରାଇ ରାସ୍ତା ପ୍ୱାଶ୍ୱର୍କୁ ଓଲଟି ପଡ଼ିବାରୁ ଚାଳକ ସମେତ ଅନ୍ୟ ଜଣେ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଆହତ ଜଣକ ଅଟୋ ଚାଳକ ହିଞ୍ଜିଳି ଥାନା ସାପୁଆପଲ୍ଲୀ ଗ୍ରାମର ପଂଚାନନ ସେଠି (୨୮) ଓ ଯାତ୍ରୀ ଜଣକ ଗୋଳନ୍ଥରା ଥାନା ଇନ୍ଦ୍ରାକ୍ଷୀ ଗ୍ରାମର ମନୋରଂଜନ ସାହୁ(୫୦) । ସ୍ଥାନୀୟ ଲୋକେ ଆହତ ଦ୍ୱୟଙ୍କୁ ଉଦ୍ଧାର କରି ଚିକିତ୍ସା ସକାଶେ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଭର୍ତି କରିଥିଲେ । ଚାଳକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଡ଼ାକ୍ତରଙ୍କ ସୁତ୍ରରୁ ପ୍ରକାଶ । ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପଂହଚି ଅଟୋକୁ ଜବତ କରି ଘଟଣାର ତଦନ୍ତ କରୁଛି । ପ୍ରକାଶ ଯେ, ଯାତ୍ରୀବାହୀ ଅଟୋଟି କୁରୁଳା ଠାରୁ ଇନ୍ଦ୍ରାକ୍ଷୀ ଅଭିମୁଖେ ଯାଉଥିବା ବେଳେ ରଙ୍ଗୁଣିପଲ୍ଲୀ ଗ୍ରାମ ନିକଟରେ ଭାରସାମ୍ୟ ହରାଇ ରାସ୍ତା ପ୍ୱାଶ୍ୱର୍କୁ ଓଲଟି ପଡ଼ିଥିଲା । (ହିଞ୍ଜିଳି/ ଶୁସାନ୍ତ ପ୍ରଧାନ)
No Result
View All Result