No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୩୧ ଡିସେମ୍ବର ଗୁରୁବାର ) ଭୁବନେଶ୍ୱର :- ନୂଆ ବର୍ଷର ଶୁଭେଚ୍ଛା ଜଣାଇଲେ କୃଷି ତଥା ଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଭୁଲି ପାରୁ ନାହାଁନ୍ତି ପିଲା ବେଳ ର ଅକୁହା କଥା , କେବେ ବି ନିଜ ଛାତ୍ର ବେଳର ସ୍ମୃତିକୁ ସହଜରେ ଭୁଲି ପାରନ୍ତି ନାହିଁ ମଣିଷ , ଯେତେ ବଡ ହେଉ ନା କାହିଁକି ମଣିଷ ଯେତେ ସଫଳତା ହାସଲ କରିଥାଉ ନା କାହିଁକି..? ଛାତ୍ର ବା ଛାତ୍ରୀ ବେଳର ସେହି ଅକୁହା କଥା , ସାଙ୍ଗ ମାନଙ୍କ ସହ ବିତିଥିବା ଅଭୁଲା ମୂହୁର୍ତ୍ତ ସବୁ ଆଜୀବନ ଅଙ୍ଗାଅଙ୍ଗୀ ଭାବେ ଜଡିତ ହୋଇ ରହିଥାଏ । ଆହୁରି ପୁଣି ସେହି ସ୍ମୃତି ସହ ଜଡିତ କିଛି ସାମଗ୍ରୀ ଯଦି ଆମ ପାଖରେ ରହିଥାଏ ତେବେ ତାକୁ ଆମେ ସାଇତି ରଖୁ ଆଉ ସ୍ମୃତିଚାରଣ କରୁ ।
ସେହିଭଳି କିଛି ସାମଗ୍ରୀ ବା ଚିଠି ଆଜି ପର୍ଯ୍ୟନ୍ତ ସାଇତି ରଖିଛନ୍ତି କୃଷି ତଥା ଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ । ନୂଆ ବର୍ଷର ଶୁଭେଚ୍ଛା ଜଣାଇ ଲେଖିଥିଲେ ଯାହାକୁ ସେ ଆଜି ତାଙ୍କ ସୋସିଆଲ ମିଡିଆରେ ସେୟାର କରିଛନ୍ତି ମନ୍ତ୍ରୀ ଅରୁଣ କୁମାର ସାହୁ । ଉକ୍ତ ପୁରୁଣା ଦିନର ସ୍ମୃତି ପୂର୍ଣ୍ଣ ଚିଠିକୁ ସେୟାର କରି ମନ୍ତ୍ରୀ ଲେଖିଛନ୍ତି, “୧୯୯୦ ରେ ବାଣୀବିହାର ରେ ପଢ଼ିଲା ବେଳେ New Year wish ରେ ଏ Card ଟି ଲେଖିଥିଲି ଆଜି ପୁଣି ଥରେ ପଢ଼ିଲା ବେଳେ, ଏହାର ପ୍ରାସଙ୍ଗିକତା ଅନୁଭବ କରୁଛି” । ତେବେ ଚିଠିଟି ପୁରୁଣା ହୋଇଯାଇଛି ସତ କିନ୍ତୁ ତାହା ତାଙ୍କ ହୃଦୟର ଅତି ନିବିଡ ।
ସେଥିରେ ମନ୍ତ୍ରୀ ଅରୁଣ ଲେଖିଛନ୍ତି, “ଏ ଶତାବ୍ଦୀର ଅନ୍ତିମ ଦଶନ୍ଧି ତଥା ନୂଆ ବର୍ଷ ୧୯୯୦ ମସିହା କଳାଦୃଷ୍ଟି, ଶିଳ୍ପ ସାହିତ୍ୟର ସାଧନା, ସିଦ୍ଧି ଜୟଯାତ୍ରା ଓ ସ୍ଵାଧୀନତାର ସଂଗ୍ରାମ ସହିତ ନିର୍ଭୀକତା, ସ୍ପଷ୍ଟବାଦୀତା ଓ ନୂତନ ବିପ୍ଳବୀ ମୂଲ୍ୟବୋଧର ପ୍ରତିଷ୍ଠା ପାଇଁ ବେସାଲିସୀ ସଂଗ୍ରାମର ଉତ୍ସଭୁମି ହେଉ । ଗ୍ରୀଷ୍ମର ତତଲା ଝାଞ୍ଜି, ଶ୍ରମିକର ଲାହୁର ତପସ୍ୟା ପରେ, ବର୍ଷାର ଶ୍ରାବଣୀ ଲୁହରେ, କୃଷକର କ୍ଷେତ ଆର ଦୁନିଆର ସବୁଜିମାରେ ଭରିଯାଏ, ଶୀତର ସଦ୍ୟ, ସତେଜ ଉତ୍ପାଦନ, ପୁଞ୍ଜିବାଦୀ ଶୋଷଣର ଓ ଖଳାମୁଣ୍ଡା ସୁଧଖୋର ସାହୁକାର- ସାମନ୍ରବାଦ ବ୍ଯୁହ ଭିତରୁ କାଲୁଆ ମଝି ରାତିରେ ଦୂରଦର୍ଶନ ପରଦା ଦେଇ ଆସିଲା HAPPY NEW YEAR – 1990 – ଅନିଶ୍ଚିତ-ନିଶ୍ଚିତ, ସୁଖ-ଦୁଃଖ, ଘୃଣା-ପ୍ରେମ, ହତାଶା – ଆଶା, ଅପମାନ – ସମ୍ବର୍ଦ୍ଧନା ଝୁଡି ଝୁଡି କୋଟି ଟୋକେଇ ଭର୍ତ୍ତି ପରସ୍ପର ବିରୋଧାଭାସ ହେଉ… “।
No Result
View All Result