• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଆଜି ସରକାର – କୃଷକ ସଂଗଠନ କଥାବାର୍ତ୍ତା ; ଆଇନ ପ୍ରତ୍ୟାହାର ଦାବିରେ ଅଟଳ କୃଷକ 

Proprietor Abhimanyu Maharana by Proprietor Abhimanyu Maharana
December 30, 2020
in ଓଡ଼ିଶା, ଦେଶ, ରାଜନୀତି, ହୋମ୍
0
ଆଜି ସରକାର – କୃଷକ ସଂଗଠନ କଥାବାର୍ତ୍ତା ; ଆଇନ ପ୍ରତ୍ୟାହାର ଦାବିରେ ଅଟଳ କୃଷକ 
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୩୦ ଡିସେମ୍ବର ବୁଧବାର ) ନୂଆଦିଲ୍ଲୀ :- କୃଷି ଆଇନ ବିରୋଧରେ ଆନ୍ଦୋଳନ ଚଳାଇଥିବା କୃଷକ ସଂଗଠନ ସହିତ ବୁଧବାର ସରକାର କଥାବାର୍ତ୍ତା କରିବେ । ଅପରାହ୍ଣ ୨ଟାରେ ଦିଲ୍ଲୀର ବିଜ୍ଞାନ ଭବନରେ ଏହି କଥାବାର୍ତ୍ତା ହେବ । କଥାବାର୍ତ୍ତା ଲାଗି କେନ୍ଦ୍ର ସରକାରଙ୍କ ନିମନ୍ତ୍ରଣକୁ କୃଷକ ସଂଗଠନଗୁଡିକ ଗ୍ରହଣ କରିଛନ୍ତି । ତେଣୁ ଆସନ୍ତାକାଲିର କଥାବାର୍ତ୍ତାରେ ନିଷ୍କର୍ଷ ବାହାରିବାର ଆଶା କରାଯାଉଛି । ସରକାରଙ୍କ ନିମନ୍ତ୍ରଣକୁ ୪୦ଟି କୃଷକ ସଂଗଠନକୁ ନେଇ ଗଠିତ ସଂଯୁକ୍ତ କିଷାନ ମୋର୍ଚ୍ଚା ଗ୍ରହଣ କରିଥିବାବେଳେ ଏଥିପାଇଁ ପ୍ରସଙ୍ଗ ଧାର୍ଯ୍ୟ କରିଛି । କିଷାନ ମୋର୍ଚ୍ଚା କହିଛି କୃଷି ଆଇନ ପ୍ରତ୍ୟାହାର ପାଇଁ କି ପ୍ରକାର ପ୍ରକ୍ରିୟା ଅବଲମ୍ବନ କରାଯିବ ତାହା ଉପରେ ସରକାରଙ୍କ ସହିତ ଆଲୋଚନା କରାଯିବ । ଏହା ସହିତ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ଉପରେ ସରକାରଙ୍କ ଠାରୁ ଲିଖିତ ଗ୍ୟାରେଣ୍ଟି ଲୋଡାଯିବ । ଜାତୀୟ ରାଜଧାନୀ ଅଞ୍ଚଳରେ ବାୟୁ ପ୍ରଦୂଷଣ ସମ୍ପର୍କିତ ଅଧ୍ୟାଦେଶରେ ସଂଶୋଧନ ଲାଗି ମଧ୍ୟ କୃଷକମାନେ ଦାବି କରିଛନ୍ତି । କୃଷକ ସଂଗଠନ ସହିତ ଆଲୋଚନା ପୂର୍ବରୁ ମଙ୍ଗଳବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର, ରେଳମନ୍ତ୍ରୀ ପୀୟୂଷ ଗୋୟଲ ଓ ବାଣିଜ୍ୟ ରାଷ୍ଟ୍ରମନ୍ତ୍ରୀ ସୋମ ପ୍ରକାଶଙ୍କ ମଧ୍ୟରେ ବୈଠକ ହୋଇଛି ।

କୃଷକ ସଂଗଠନ ସହିତ ସରକାରଙ୍କ ପକ୍ଷରୁ ତୋମାର, ଗୋୟଲ ଓ ସୋମ ପ୍ରକାଶ ଆଲୋଚନା କରିବେ। ଆଲୋଚନା ଲାଗି ସରକାର ରଣନୀତି ପ୍ରସ୍ତୁତ ଲାଗି ଏହି ବୈଠକ କରିଛନ୍ତି । କୃ​‌ଷି ଆଇନ ପ୍ରତ୍ୟାହାର ଦାବିରେ କୃଷକମାନେ ନଭେମ୍ବର ୨୬ରୁ ଆନ୍ଦୋଳନ ଚଳାଇଛନ୍ତି । ଆନ୍ଦୋଳନକାରୀ କୃଷକଙ୍କ ସହିତ ସରକାର ୫ଟି ପର୍ଯ୍ୟାୟରେ କଥାବାର୍ତ୍ତା କରିଥିବାବେଳେ ସମାଧାନର ବାଟ ବାହାରିପାରି ନାହିଁ । ୬ଷ୍ଠ ପର୍ଯ୍ୟାୟ କଥାବାର୍ତ୍ତା ଲାଗି ସୋମବାର କେନ୍ଦ୍ର କୃଷି ମନ୍ତ୍ରଣାଳୟ ସଚିବ ସଞ୍ଜୟ ଅଗ୍ରୱାଲ ଆନ୍ଦୋଳନକାରୀ ୪୦ଟି କୃଷକ ସଂଗଠନର ନେତାଙ୍କୁ ଚିଠି ଲେଖିଥିଲେ । ସଚିବଙ୍କ ନିମନ୍ତ୍ରଣକୁ କୃଷକ ସଂଗଠନଗୁଡିକ ଗ୍ରହଣ କରିଛନ୍ତି । ଆନ୍ଦୋଳନକାରୀ କୃଷକମାନେ ଦିଲ୍ଲୀ-ହରିୟାଣା, ଦିଲ୍ଲୀ-ଉତ୍ତରପ୍ରଦେଶ ଓ ଦିଲ୍ଲୀ-ଜୟପୁରର ସୀମାନ୍ତ ରାଜପଥକୁ ଅବରୋଧ କରି ରଖିଛନ୍ତି । ସିଙ୍ଘୁ ସୀମାରେ ଆନ୍ଦୋଳନ ଚଳାଇଥିବା କୃଷକଙ୍କୁ ମାଗଣା ୱାଇଫାଇ ସୁବିଧା ଯୋଗାଇ ଦିଆଯାଇଛି ।

କୃଷକ ସଂଗଠନ ସହିତ ସରକାରଙ୍କ ଆଲୋଚନା ପୂର୍ବରୁ ମଙ୍ଗଳବାର ଏନସିପି ମୁଖ୍ୟ ଶରଦ ପୱାର କହିଛନ୍ତି ଯେ କେନ୍ଦ୍ର ସରକାର ବିନା ଆଲୋଚନାରେ କୃଷି ଆଇନକୁ କୃଷକଙ୍କ ଉପରେ ଲଦି ଦେଇଛନ୍ତି । ସେ କହିଛନ୍ତି ଯେ ଦିଲ୍ଲୀରେ ବସି କୃଷି ପରିଚାଳନା କରାଯାଇପାରିବ ନାହିଁ । କାରଣ କୃଷକମାନେ ଗାଁରେ ରହୁଛନ୍ତି। ବିରୋଧୀ ଦଳଗୁଡିକ କୃଷକଙ୍କୁ ବିଭ୍ରାନ୍ତ କରୁଥିବା ନେଇ ଅଭିଯୋଗ ଉପରେ ଜବାବ ରଖି ଭାରତୀୟ କିଷାନ ୟୁନିୟନ ମୁଖପାତ୍ର ରାକେଶ ଟିକାୟତ କହିଛନ୍ତି ଯେ ବିରୋଧୀ ଦଳ ଯଦି ସକ୍ରିୟ ଥାଆନ୍ତା ତେବେ କୃଷକମାନେ ଶୀତ କାକରରେ ବସି ଧାରଣା ଦେଉ ନଥାନ୍ତେ । ସରକାରଙ୍କ ସହିତ କୃଷକ ସଂଗଠନର ଆଲୋଚନା ହେବାକୁ ଯାଉଥିବାରୁ ଗୁରୁବାର ହେବାକୁ ଥିବା ଟ୍ରାକ୍ଟର ଶୋଭାଯାତ୍ରାକୁ କୃଷକ ସଂଗଠନଗୁଡିକ ବାତିଲ କରିଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
World Odisha Society pays tribute to Pranab Patnaik

ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ

September 14, 2026
World Odisha Society pays tribute to Pranab Patnaik

World Odisha Society pays tribute to Pranab Patnaik

September 14, 2026
ମାନବ ସେବା ହିଁ ମାଧବ ସେବା

ମାନବ ସେବା ହିଁ ମାଧବ ସେବା

September 14, 2026
ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ

ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ

September 14, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

World Odisha Society pays tribute to Pranab Patnaik

ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ

September 14, 2026
World Odisha Society pays tribute to Pranab Patnaik

World Odisha Society pays tribute to Pranab Patnaik

September 14, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version