No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୩୦ ଡିସେମ୍ବର ବୁଧବାର )ନୟାଗଡ଼ :- ଚଳିତ ବର୍ଷ ଜିଲ୍ଲାସ୍ତରୀୟ ପ୍ରଦର୍ଶନୀ ଓ ପଲ୍ଲିଶ୍ରୀ ମେଳା କୋଭିଡ୍ କଟକଣା ଯୋଗୁଁ ଅନୁଷ୍ଠିତ ହୋଇପାରି ନ ଥିଲା । ରାଜ୍ୟ ସରକାରଙ୍କ ଅନୁମତିକ୍ରମେ ଏକ ଛୋଟ ଧରଣର ପ୍ରଦର୍ଶନୀ ତା. ୧୦.୧୨.୨୦୨୦ରିଖ ଠାରୁ ତା. ୩୦.୧୨.୨୦୨୦ରିଖ ପର୍ଯ୍ୟନ୍ତ ନୟାଗଡ଼ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଦର୍ଶନୀ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଓ ଓରମାସ ଦ୍ୱାରା ଆୟୋଜିତ ହୋଇଥିଲା ।
ଏଥିରେ ଖୋଲା ଯାଇଥିବା ଷ୍ଟଲ ମାନଙ୍କରେ ନୟାଗଡ଼ ଜିଲ୍ଲାର ୮ଟି ବ୍ଲକରୁ ୮ଟି, ରାୟଗଡ଼ା ଜିଲ୍ଲାରୁ ୨ଟି , କଟକ ଓ ଗଂଜାମ ଜିଲ୍ଲାରୁ ୧ ଗୋଟି ଲେଖାଏଁ ସ୍ୱୟଂ ସହାୟକ ଗୋଷ୍ଠୀ ଯୋଗଦାନ କରି ସେମାନଙ୍କ ଦ୍ୱାରା ଉତ୍ପାଦିତ ଦ୍ରବ୍ୟର ବିକ୍ରୟ କରାଯାଇଥିଲା । ଆଜି ସୁଦ୍ଧା ମୋଟ ଟ. ୧୩,୯୭,୨୭୫ /- ର ବ୍ୟବସାୟ ହୋଇଥିଲା । ଏହି ପ୍ରଦର୍ଶନୀରେ ଯୋଗ ଦେଇଥିବା ଗ୍ରୁପ୍ ଗୁଡ଼ିକୁ ଆଜି ସନ୍ଧ୍ୟାରେ ଓରମାସ ତରଫରୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ( ରିପୋର୍ଟ ଆଶ୍ୱିନ କୁମାର ସାହୁ )
No Result
View All Result