No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୩୦ ଡିସେମ୍ବର ବୁଧବାର ) ଭୁବନେଶ୍ୱର :- ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ଛାତ୍ର ଜନତା ଦଳର ସଭାପତି ଦେବୀ ରଂଜନ ତ୍ରିପାଠୀ ଙ୍କ ତତ୍ତ୍ଵାବଧାନରେ ନୂତନ ଭୁବନେଶ୍ୱର ଜିଲ୍ଲା କର୍ମକର୍ତ୍ତା ଚୟନ କରାଯାଇଛି । ଏହି କମିଟିରେ ଜିଲ୍ଲା ଛାତ୍ର ଜନତା ଦଳର ଛାମୁଆ ସଙ୍ଗଠକ ଅନିଲ କୁମାର ମହାନ୍ତିଙ୍କୁ ଛାତ୍ର ବିଜେଡିର ଭୁବନେଶ୍ୱର ଜିଲ୍ଲା ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି କରାଯାଇଛି । ଏଥି ପୂର୍ବରୁ ସେ ମହର୍ଷି ଉଚ୍ଚବିଦ୍ୟାଳୟ ରେ ଛାତ୍ର ସଂସଦ ନିର୍ବାଚନ ଲଢ଼ି ନିର୍ବାଚିତ ହୋଇଥିଲେ। ।
ଗତ ୨ ବର୍ଷ ମଧ୍ୟରେ ନିଜର କଠିନ ପରିଶ୍ରମ ଫଳରେ ଜିଲ୍ଲାରେ ବେଶ ଲୋକପ୍ରିୟ ହାସଲ କରିଥିଲେ। ତାଙ୍କୁ ଏହି ଦାୟିତ୍ବ ମିଳିଥିବାରୁ ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, ସମେତ ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ଅମରେଶ ଜେନା, ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଂଜନ ତ୍ରିପାଠୀ, ବିଜୁ ଛାତ୍ର ଜନତା ଦଳର ରାଜ୍ୟ ଉପସଭାପତି ପ୍ରଦୋଷ ପରିଡ଼ା ଓ ଭୁବନେଶ୍ୱର ଜିଲ୍ଲା ସଭାପତି ସୁଭାଷ ସାହୁ ଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ନୂତନ ଦାୟିତ୍ଵ ମିଳିବା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଛାର ସୁଅ ଛୁଟିଛି । ଆଗାମୀ ଦିନରେ ଜିଲ୍ଲା ଛାତ୍ର ସଙ୍ଗଠନକୁ ତୃଣମୂଳ ସ୍ତରରେ ସୁଦୃଢ଼ କରିବା ସହ ବିଜୁ ଛାତ୍ର ଜନତା ଦଳର ସମସ୍ତ କାର୍ଯ୍ୟକ୍ରମକୁ ଭୁବନେଶ୍ୱର ଜିଲ୍ଲା ସ୍ତରରେ ବ୍ୟାପକ ଭାବେ ତ୍ଵରାନିତ କରିବେ ବୋଲି ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।
No Result
View All Result