No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୩୦ ଡିସେମ୍ବର ବୁଧବାର )ନୟାଗଡ଼ :- ନୟାଗଡ଼ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଆଜି ସକାଳ ୧୧ଘଟିକା ସମୟରେ ଜିଲ୍ଲା ସଦ୍ଭାବନା ସଭାଗୃହରେ ଜିଲ୍ଲା ସଡ଼କ ସୁରକ୍ଷା ସଂପର୍କୀତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାପାଳ ଡା. ଟୁଡୁ ସମସ୍ତଙ୍କୁ ସ୍ୱାଗତ ଜଣାଇ ନୟାଗଡ଼ ଜିଲ୍ଲାରେ ଘଟୁଥିବା ସଡ଼କ ସୁର୍ଘଟଣାକୁ ରୋକିବା ପାଇଁ ସଂପୃକ୍ତ ଅଧିକାରୀମାନଙ୍କର ସହଯୋଗ ଏକାନ୍ତ ଆବଶ୍ୟକ ବୋଲିି କହିଥିଲେ । କରୋନା ସମୟରେ ଜିଲ୍ଲାରେ ମାତ୍ରାଧିକ ସଡ଼କ ଦୁର୍ଘଟଣା ଘଟିଥିବାରୁ ଜିଲ୍ଲାପାଳ ଉଦ୍ବେଗ ପ୍ରକାଶ କରିଥିଲେ । ଯାନବାହନ ଚଳାଚଳ ଏବଂ ଦ୍ରୁତଗତିରେ ଚାଳନ କରୁଥିବା ବ୍ୟକ୍ତିମାନଙ୍କୁ ଧରିବା ପାଇଁ ଆଂଚଳିକ ପରିବହନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ନିଶାସକ୍ତ ଅବସ୍ଥାରେ ଗାଡ଼ି ଚାଳନା କରୁଥିବା ଚାଳକଙ୍କୁ ଗିରଫ କରାଯାଇଥିବା ତଥ୍ୟ ପରିବହନ ଅଧିକାରୀ ପ୍ରକାଶ କରିଥିଲେ । ନୟାଗଡ଼ ନୂତନ ବସଷ୍ଟାଣ୍ଡକୁ କାର୍ଯ୍ୟକ୍ଷମ କରିବା ପାଇଁ ବୈଠକରେ ନିଷ୍ପତି ନିଆଯାଇଥିଲା ।
ଉପଜିଲ୍ଲାପାଳଙ୍କ ତତ୍ୱାବଧାନରେ ଏକ କମିଟି ଗଠନ କରାଯାଇ ତୁରନ୍ତ ଏହି କାର୍ଯ୍ୟକୁ ସଂପାଦନ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାରେ ଥିବା ବିଭିନ୍ନ ଦୁର୍ଘଟଣା ପ୍ରବଣ ସ୍ଥାନକୁ ଚିହ୍ନଟ କରି ତାର ନିରାକରଣ କରିବା ପାଇଁ ବିଭିନ୍ନ ସ୍ଥାନରେ ସ୍ପିଡ୍ ଲିମିଟ୍ ବୋର୍ଡ ଲଗାଇବା ପାଇଁ ବିଭିନ୍ନ ଇଂଜିନିୟରିଂ ସଂସ୍ଥାକୁ ନିର୍ଦ୍ଦେଶ ଦେଇଥିଲେ । ଦଶପଲ୍ଲା ଠାରୁ ସୁନାଖଳା ପର୍ଯ୍ୟନ୍ତ ବିଭିନ୍ନ ଯାଗାରେ ଥିବା ହମ୍ପସ ଗୁଡ଼ିକୁ ହଟେଇବା ପାଇଁ ଏବଂ ଆବଶ୍ୟକ ସ୍ଥଳେ ସ୍ପିଡ୍ ବ୍ରେକର ନିର୍ମାଣ କରିବା ପାଇଁ ବୈଠକରେ ଆଲୋଚନା ହୋଇଥିଲା । ଏହି ବୈଠକରେ ଉପଜିଲ୍ଲାପାଳ ଶ୍ରୀ ଲଗ୍ନଜିତ ରାଉତ, ଆଂଚଳିକ ପରିବହନ ଅଧିକାରୀ ଶ୍ରୀ ସନତ୍ କୁମାର ଜେନା , ଜିଲ୍ଲା ସ୍ତରୀୟ ଅଧିକାରୀ , କନିଷ୍ଠ ଏମ.ଭି.ଆଇ. ଶ୍ରୀ ଦୁର୍ଗାପ୍ରସାଦ ରାଓ , ଟ୍ରାଫିକ ସବ୍ ଇନିସପେକ୍ଟର ଶ୍ରୀମତୀ ସ୍ୱୟଂପ୍ରଭା ରଥ, ଘରୋଇ ବସ ଓ ଟ୍ରକ ମାଲିକ ସଂଘର ସଭାପତି ଓ ସଂପାଦକ, ସ୍ୱାଚ୍ଛାସେବୀ ସଂଗଠନର କର୍ମକର୍ତା ପ୍ରମୁଖ ଉପସ୍ଥିତ ଥିଲେ । (ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ , ନୟାଗଡ଼)
No Result
View All Result