No Result
View All Result

ବାପ୍ ସେ ଯ୍ୟାଦା ବେଟା ..…
ଓଡ଼ିଶା ତାଜା ନ୍ୟୁଜ୍ (୩୦ ଡିସେମ୍ବର ବୁଧବାର ) ଯାଜପୁର :- ଗତ ଦ୍ୱାଦଶ ତମ ଶ୍ରାଦ୍ଧ ଦିବସ ରେ ଯାଜପୁର ଜିଲ୍ଲା ୧୦ ଟି ବ୍ଲକ ରେ ବିଶାଳ ରକ୍ତ ଦାନ ଶିବିର ଅନୁଷ୍ଠିତ କରଯାଇଥିଲା , ଅନ୍ୟାନ୍ୟ ସ୍ଥାନ ରେ ବୃଦ୍ଧ ଙ୍କୁ କମ୍ବଳ ବଣ୍ଟନ , ବୃକ୍ଷ ରୋପଣ , ଫଳମୂଳ ବଣ୍ଟନ କରଯାଇଥିଲା । ଶ୍ରୀ ଅଶୋକ ଦାସ୍ ଙ୍କ ଶ୍ରାଦ୍ଧ ବାର୍ଷିକୀ ରେ ବହୁଳ ସଂଖ୍ୟକ କର୍ମୀ ଜନ ସାଧାରଣ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ପୂର୍ବତନ ବିଧାୟକ ତଥା ଯାଜପୁର ମାଟିର ସ୍ବାଭିମାନୀ ମୁକୁଟ ବିହୀନ ସମ୍ରାଟ ଲଢୁଆ ନେତା ଅଶୋକ ଦାସ୍ ଙ୍କ ଦ୍ୱାଦଶ ଶ୍ରାଦ୍ଧ ଦିବସ । ପାଞ୍ଚ ପାଞ୍ଚ ଥର ର ଲୋକ ଙ୍କ ନେତା ଅଶୋକ ଦାସ୍ । ଯାଜପୁର କୋରେଇ ନିର୍ବାଚନ ମଣ୍ଡଳୀ ରୁ ପାଞ୍ଚ ଥର ବିଧାୟକ ଆସନ ଅଳଙ୍କୃତ କରିଥିବା ଲଢୁଆ ନେତା ୧୯୭୪ ମସିହା ରୁ ୨୦୦୦ ମସିହା ପର୍ଯ୍ୟନ୍ତ ବିଧାୟକ ଭାବେ ଜନତା ଙ୍କ ଦୁଃଖ ରେ ସୁଖରେ ସାଥୀ ହୋଇ ରହିଥିଲେ ୰ଶ୍ରୀ ଅଶୋକ ଦାସ୍ । ୧୯୯୬ ରୁ ୧୯୯୭ ପର୍ଯ୍ୟନ୍ତ ଓଡିଶା ବିଧାନସଭାରେ ବିରୋଧୀ ଦଳ ନେତା ଥିଲେ । ଜରୁରୀ କାଳୀନ ସମୟରେ ଗିରଫ ହେବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ରାଜନେତା । ୧୯୭୪ ରେ ଜୟପ୍ରକାଶ ମୁଭମେଣ୍ଟରେ ଯୋଗ ଦେଇ ଜରୁରୀକାଳୀନ ସମୟରେ ମିସା ଆଇନ ରେ ଗିରଫ ହୋଇ ବନ୍ଦୀ ଜୀବନ କାଟିଥିଲେ ଶ୍ରୀ ଅଶୋକ ଦାସ୍ । କଂଗ୍ରେସ ନେତା ତଥା ବିଜୁ ବାବୁ ଙ୍କ ଘନିଷ୍ଠ ବନ୍ଧୁ ଥିଲେ ଶ୍ରୀ ଦାସ୍ । ବିଜୁ ଜନତା ଦଳର ସେ ଥିଲେ ସର୍ବ ପ୍ରଥମେ ସକ୍ରିୟ ସଦସ୍ୟ ।
୧୯୭୧ ମସିହାରୁ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରି ଯାଜପୁର ଜିଲ୍ଲାର ବାଦଶାହା ଥିଲେ ଶ୍ରୀ ଅଶୋକ ଦାସ୍ । ବିଜୁ ପଟ୍ଟନାୟକ ଙ୍କ ଦେହାନ୍ତ ପରେ ନବୀନ ପଟ୍ଟନାୟକ ଙ୍କୁ ବିଜୁ ଜନତା ଦଳ କୁ ଆଣିବା ରେ ପ୍ରମୁଖ ଭୂମିକା ନେଇଥିଲେ ସେ । ତାଙ୍କରି କଥା କୁ ଭରସା କରି ତାଙ୍କ କଥା ର ମାନ୍ ରଖି ନବୀନ ପଟ୍ଟନାୟକ ରାଜନୀତି କୁ ଆସି ଆଜି ପର୍ଯ୍ୟନ୍ତ ବିଜୁ ଜନତା ଦଳର ଶ୍ରେଷ୍ଠ ଓ ପ୍ରମୁଖ ନେତା ଭାବେ ଆଗକୁ ବଢ଼ି ଚାଲିଛନ୍ତି ନବୀନ । ୨୦୦୮ ମସିହା ରେ ଶ୍ରୀ ଅଶୋକ ଦାସ୍ ପରଲୋକ ଗମନ କଲେ । ଏମିତି ଜଣେ ବିଶାଳ ହୃଦୟୀ ନେତା ଯାହାଙ୍କୁ ବିରୋଧୀ ମଧ୍ୟ ଅଶ୍ରୁ ବୁହାଇବାକୁ ବାଧ୍ୟ ହୋଇ ପଡ଼ିଥିଲେ । ଶ୍ରୀ ଦାସ୍ ଙ୍କ ଅଧୁରା କାର୍ଯ୍ୟ କୁ ପୂରଣ କରୁଛନ୍ତି ସୁପୁତ୍ର ଶ୍ରୀ ପ୍ରଣବ ପ୍ରକାଶ ଦାସ୍ । ପିତା ଙ୍କ ଯାଜପୁର ନିର୍ବାଚନୀ ମଣ୍ଡଳୀ ର ଗୁରୁ ଦାୟିତ୍ୱ ଗ୍ରହଣ କରି ଜନତା ଙ୍କ ଦୁଃଖ ଦୂର କରୁଛନ୍ତି ଯାଜପୁର ବିଧାୟକ ଶ୍ରୀ ପ୍ରଣବ ପ୍ରକାଶ ଦାସ୍ । ବିଜୁ ଜନତା ଦଳର ସମ୍ପାଦକ ଭାବେ ଦାୟିତ୍ୱ ଦେଇଛନ୍ତି ବିଜୁ ପୁତ୍ର ନବୀନ ।
ବିଜୁ ବାବୁ ଙ୍କ ଅମଳ ରେ ଅଶୋକ ଦାସ୍ ଙ୍କୁ ଯେପରି ଦଳ ର ସମ୍ପାଦକ ଦାୟିତ୍ୱ ଦିଆଯାଇଥିଲା ସେହିଭଳି ପୁତ୍ର ପ୍ରଣବ ପ୍ରକାଶ ଦାସ୍ ଙ୍କ ଉପରେ ମଧ୍ୟ ବିଜୁ ଜନତା ଦଳର ସମ୍ପାଦକ ର ଗୁରୁ ଦାୟିତ୍ୱ । ନିର୍ବାଚନ ଏବଂ ଉପନିର୍ବାଚନ ରେ ପ୍ରଣବ ଙ୍କ ଗୋଟି ଚାଳନା ଆଣିଦେଇଛି ଦଳକୁ ବହୁ ସଫଳତା । ପ୍ରଣବ ପ୍ରକାଶ ଦାସ୍ ଦଳ ର ଏବେ ଟ୍ରାଇସିସ୍ ମ୍ୟାନେଜର ଭାବେ ମଧ୍ୟ ନିଯୁକ୍ତ । ବବି ଙ୍କ ଉପରେ ବଢୁଛି ନବୀନ ଙ୍କ ଆଶା । ମନ୍ତ୍ରୀ ପଦ ଫେରାଇ ନେବା ପରେ ଏବେ ମୁଖ୍ୟମନ୍ତ୍ରୀ ଙ୍କ ପ୍ରତ୍ୟେକ ଜନସ୍ୱାର୍ଥ ସଫଳତା କାର୍ଯ୍ୟ ସମ୍ପାଦନ କରିବାକୁ ବବି ନେଇଛନ୍ତି ସଂକଳ୍ପ । ନବୀନ ଓ ବବି ଙ୍କ କ୍ଷେତ୍ର ରେ ଦେଖିବାକୁ ମିଳୁଛି …. ବାପା ଠୁ ବଳି ପୁଅ ଏବେ ସାବ୍ୟସ୍ତ କରିଛନ୍ତି ବିଧାୟକ ପ୍ରଣବ ପ୍ରକାଶ ଦାସ୍ (ବବି) ।
No Result
View All Result