No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୩୦ ଡିସେମ୍ବର ବୁଧବାର ) ରଣପୁର :- ଓଡିଶା ରେ ଲୁଟପାଟ ର ମାତ୍ରା ବୃଦ୍ଧି ପାଉଥିବା ବେଳେ ଭଦ୍ରମୁଖା ପିନ୍ଧି କିଛି ଯୁବକ ମଧ୍ୟ ଏହାର ଶିକାର ହେଉଛନ୍ତି । ଏହି ଭଳି ନକଲି ଅଧିକାରୀ କର୍ମଚାରୀ ସାଜି ରଣପୁର ବ୍ୟାଙ୍କ ଛକ ଠାରେ ଥିବା ଷ୍ଟେଟ ବ୍ୟାଙ୍କ ରେ ଏକ ନକଲି ଅଡିଟର ର ପରିଚୟ ଦେଇ କ୍ୟାସ୍ କାଉଣ୍ଟର ରେ ପ୍ରବେଶ କରିଥିବା ଆଭିଯୋଗ ହୋଈଛି । ସୂଚନାନୁସାରେ ଅପରାହ୍ନ ୩ ଟା ପରେ ରାକେଶ ନାମକ ଏକ ଯୁବକ ବ୍ୟାଙ୍କ ର ନକଲି ପରିଚୟ ପତ୍ର ପକାଇ ଷ୍ଟେଟ ବ୍ୟାଙ୍କ ର କ୍ୟାସ୍ କାଉଣ୍ଟର ରେ ବିନାନୁମତି ରେ ପଶି କିଛି ଜରୁରୀ କାଗଜ ପତ୍ର ର ତଦାରଖ କରିଥିଲେ । ପରେ ବ୍ରାଞ୍ଚ ମ୍ୟାନେଜର ଙ୍କୁ ଭୁବନେଶ୍ୱର ରୁ ଅଡ଼ିଟ୍ ରେ ଆସିଥିବା ର ପରିଚୟ ଦେବା ସେଠାରେ ଥିବା ବ୍ୟାଙ୍କ କର୍ମଚାରୀ ଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା ।
କର୍ମଚାରୀ ମାନେ ଉକ୍ତ ଯୁବକ ନାଁରେ ବ୍ୟାଙ୍କ ର କର୍ମଚାରୀ ର ଅସଲି ପରିଚୟ ପତ୍ର ନଥିବା ଜାଣିବାକୁ ପାଇଥିଲେ । ବ୍ୟାଙ୍କ କର୍ମଚାରୀ ସନ୍ଦେହ କରିବାରୁ ଉକ୍ତ ଯୁବକ ଜଣଙ୍କ ଦୌଡ଼ି ପଳେଇ ଯିବାକୁ ଉଦ୍ୟମ କରିଥିଲେ ହେଲେ ବ୍ୟାଙ୍କ ରେ ଉପସ୍ଥିତ ଜନସଧାରଣ ଯୁବକ ଙ୍କୁ କାବୁ କରିଥିଲେ ଏହାପରେ ପୋଲିସ ଆସି ଉକ୍ତ ଯୁବକ ଜଣକ ରାକେଶ କୁମାର ମହାରଥୀ , ଜଟଣୀ ଅଞ୍ଚଳ ର ବାଛେରା ଗ୍ରାମ ର ବୋଲି ଜଣା ପଡ଼ିଛି ପୋଲିସ ଉକ୍ତ ଯୁବକଙ୍କୁ ଅଟକ ରଖି ତଦନ୍ତ ଚଳାଇଛି । ଉକ୍ତ ଯୁବକ ଜଣକଙ୍କ ଅସଲ ପରିଚୟ ତଥା କେଉଁ ଉଦେଶ୍ୟ ରଖି ବ୍ୟାଙ୍କ ରେ ପଶିଥିଲେ ଏହାର ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଈଁ ପୋଲିସ ଛାନଭିନ୍ ଜାରି ରଖିଛି । (ରିପୋର୍ଟ – ସୋନାଲି ମହାରଣା )
No Result
View All Result