• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ହଡପ ଓ ଚଂଚକତା କରୁଥିବା ନବୀନ ପଟ୍ଟନାୟକ ସରକାରଙ୍କ ବିରୁଦ୍ଧରେ ଭୁବନେଶ୍ୱର ଜିଲ୍ଲା ବିଜେପିର ବିକ୍ଷୋଭ

Proprietor Abhimanyu Maharana by Proprietor Abhimanyu Maharana
December 29, 2020
in ଓଡ଼ିଶା, ଖୋର୍ଦ୍ଧା, ରାଜନୀତି, ହୋମ୍
0
ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ହଡପ ଓ ଚଂଚକତା କରୁଥିବା ନବୀନ ପଟ୍ଟନାୟକ ସରକାରଙ୍କ ବିରୁଦ୍ଧରେ ଭୁବନେଶ୍ୱର ଜିଲ୍ଲା ବିଜେପିର ବିକ୍ଷୋଭ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୨୯ ଡିସେମ୍ବର ,ମଙ୍ଗଳବାର ) ଭୁବନେଶ୍ୱର :- ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ହଡପ ଓ ଚଂଚକତା କରୁଛନ୍ତି ନବୀନ ପଟ୍ଟନାୟକଙ୍କ ସରକାର ବିରୁଦ୍ଧରେ ଆଜି ଭୁବନେଶ୍ୱର ଜିଲ୍ଲା ବିଜେପିର ଭୁବନେଶ୍ୱର ବ୍ଲକ ସମ୍ମୁଖରେ ବିକ୍ଷୋଭ ସହ ମୁଖ୍ୟମନ୍ତ୍ରୀଙ୍କର ମିଥ୍ୟା ଚିଠିକୁ ଚିରି ପ୍ରତିବାଦ କରାଯାଇଥିଲା । ୨୦୧୭ ମସିହା ସୁଦ୍ଧା ଦେଶର ସବୁ ପରିବାରଙ୍କ ମୁଣ୍ଡ ଉପରେ ଛାତ ରହିବା ଏହି “ପ୍ରଧାନମନ୍ତ୍ରୀ ଆବାସ ଯୋଜନା” ପ୍ରଧାନମନ୍ତ୍ରୀଙ୍କର ଏକ ଅଭିଳସିତ ଯୋଜନା ଓ ଗୁରୁତ୍ୱପୂର୍ଣ୍ଣ ଜାତୀୟ ଫ୍ଲାଗ ସିପି ଯୋଜନା । କିନ୍ତୁ ରାଜ୍ୟସରକାର ଏହି କେନ୍ଦ୍ରୀୟ ଯୋଜନାକୁ ହଡପ କରିବା ପାଇଁ ରିତିମତ ଯୋଜନା ଚଳାଇଛନ୍ତି ।

ପୂର୍ବରୁ ୧୦୮ ଆମ୍ବୁଲାନ୍ସ କୁ ନିଜ ଯୋଜନା ଭାବେ ବ୍ରାଣ୍ଡିଂ କରି ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରିଥିଲେ ରାଜ୍ୟସରକାର । ଆଉ ଏବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଫଳକରେ ଛୋଟ ଅକ୍ଷରରେ ପ୍ର.ଆ.ଯୋ (ଗ୍ରାମୀଣ) ଲେଖିଥିବା ବେଳେ ଚଂଚକତା କରି ବିଜୁବାବୁଙ୍କ ଫଟୋ ଲୋଗୋ ସହ ବଡ ବଡ ଅକ୍ଷରରେ ବିଜୁ ପକ୍କାଘର ଯୋଜନା ଲେଖି ନିର୍ମିତ ଗୃହରେ ଷ୍ଟିକର ମାରୁଛନ୍ତି । ଏଥିରୁ ଯଦି ସରକାର ନିବୃତ ନରୁହନ୍ତି ତେବେ ଆଗାମୀ ଦିନରେ ବ୍ଲକ ଅଫିସ ଘେରାଉ କରାଯିବ ବୋଲି ଭୁବନେଶ୍ୱର ବିଜେପି ଜିଲ୍ଲା ସଭାପତି ବାବୁ ସିଂ ଚେତାବନୀ ଦେଇଛନ୍ତି । ୧୦/୧୨ ବର୍ଷ ତଳୁ ନିର୍ମିତ ହୋଇଥିବା ଇନ୍ଦିରା ଆବାସ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ପକ୍କା ଘରେ ଏବେ ବିଜୁ ପକ୍କା ଘର ଷ୍ଟିକର ମାରି ରାଜ୍ୟସରକାର କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ଯୋଜନା ବୋଲି ପ୍ରଚାର କରିବାର ଷଡଯନ୍ତ୍ର କରି ରାଜ୍ୟବାସୀଙ୍କୁ ଠକୁଛନ୍ତି ।

ଏଥି ସହିତ ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ଥିବା ଏକ ଚିଠି ବାଂଟୁଛନ୍ତି ଯେଉଁଥିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବୋଲି ଉଲ୍ଲେଖ ନକରି ସବୁ ପକ୍କା ଘର ତାଙ୍କ ସରକାର ଯୋଗାଇଦେଇଛନ୍ତି ବୋଲି ଏକ ମିଥ୍ୟା ବାର୍ତା ଦେଇ ରାଜ୍ୟବାସୀଙ୍କୁ ପ୍ରତାରିତ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦ୍ର ସରକାରଙ୍କ କୌଣସି ସ୍ଥାଇ ଯୋଜନାର ନାଁ କୁ ରାଜ୍ୟ ସରକାର ପରିବର୍ତନ କରିପାରିବେ ନାହିଁ କିମ୍ବା ସେହି ଯୋଜନାର ଅର୍ଥକୁ ଅନ୍ୟତ୍ର ଖର୍ଚ୍ଚ କରିପାରିବେ ନାହିଁ ବୋଲି ଆଇନରେ ସ୍ପଷ୍ଟ ଉଲ୍ଲେଖ ରହିଛି । ତେଣୁ ରାଜ୍ୟ ସରକାର ନିର୍ମିତ ଗୃହରେ ଷ୍ଟିକର ମାରିବା ଓ ମୁଖ୍ୟମନ୍ତ୍ରୀ ମିଥ୍ୟା ତଥ୍ୟ ଥିବା ଚିଠି ସମ୍ପୂର୍ଣ୍ଣ ବେଆଇନ, ଠକାମି, ପ୍ରବଂଚନ୍ନା, ପ୍ରତାରଣା ଓ ବିଭ୍ରାନ୍ତି ମୂଳକ କାର୍ଯ୍ୟ ।

ଏହା ଆଇପିସିର ୪୨୦ ଧାରା ଅନୁଯାୟୀ ଠକେଇ ଓ ଦଣ୍ଡନୀୟ ଅପରାଧ । ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ, ଦଳର ମୁଖପାତ୍ର ଦିଲ୍ଲୀପ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଭୁବନେଶ୍ୱର ଯୁବମୋର୍ଚ୍ଚା ସଭାପତି ଅଭିଷେକ ଆଚାର୍ଯ୍ୟ, ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲାର ସମସ୍ତ ମଣ୍ଡଳ ସଭାପତି ଯଥା ସୁରେନ୍ଦ୍ର ପ୍ରଧାନ, ଅମର ଜ୍ୱତିଜଗଦେବ, ଅରୁଣ ପୁରୋହିତ, ଜଗନ୍ନାଥ ବେହେରା, ସନ୍ତୋଷ ଜେନା, ଫିରୋଜ ଖାନ, ଶଶୀପ୍ରଭା ରଥ, ଦାମଦୋର ବେହେରା, ଯତୀନ୍ଦ୍ର ମହାନ୍ତି, ବିଜୟ କୁମାର ରାଉତ ପ୍ରମୁଖ ଯୋଗଦେଇଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
୧୫ ରୁ ସପ୍ତାହବ୍ୟାପୀ ୬ଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ

୧୫ ରୁ ସପ୍ତାହବ୍ୟାପୀ ୬ଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ

March 15, 2026
କିଚେନ୍ ଗାର୍ଡେନ୍ ସମ୍ବନ୍ଧୀୟ କର୍ମଶାଳା

କିଚେନ୍ ଗାର୍ଡେନ୍ ସମ୍ବନ୍ଧୀୟ କର୍ମଶାଳା

March 15, 2026
ଆଇଚର ଗାଡି ସହ ଗଞ୍ଜେଇ ଜବତ : ଚାଳକ ଓ ଗଞ୍ଜେଇ ମାଫିଆ ଫେରାର

ଆଇଚର ଗାଡି ସହ ଗଞ୍ଜେଇ ଜବତ : ଚାଳକ ଓ ଗଞ୍ଜେଇ ମାଫିଆ ଫେରାର

March 14, 2026
ଦନ୍ତା ହାତୀ ହାବୁଡ଼ରେ ପଡି ୩ ଯୁବକ ଙ୍କ ମୃତ୍ୟୁ : ୫୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ ପାଇଁ ଦାବୀ

ଦନ୍ତା ହାତୀ ହାବୁଡ଼ରେ ପଡି ୩ ଯୁବକ ଙ୍କ ମୃତ୍ୟୁ : ୫୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ ପାଇଁ ଦାବୀ

March 14, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

୧୫ ରୁ ସପ୍ତାହବ୍ୟାପୀ ୬ଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ

୧୫ ରୁ ସପ୍ତାହବ୍ୟାପୀ ୬ଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ

March 15, 2026
କିଚେନ୍ ଗାର୍ଡେନ୍ ସମ୍ବନ୍ଧୀୟ କର୍ମଶାଳା

କିଚେନ୍ ଗାର୍ଡେନ୍ ସମ୍ବନ୍ଧୀୟ କର୍ମଶାଳା

March 15, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version