No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୯ ଡିସେମ୍ବର ,ମଙ୍ଗଳବାର )ପାରଳାଖେମୁଣ୍ଡି :-ଗଜପତି ଜିଲ୍ଲାର ମୋହନା ଠାରେ ଏକମାତ୍ର ଦିବ୍ୟାଙ୍ଗ ବିଦ୍ୟାଳୟ ରହିଛି । ପାରଳାଖେମୁଣ୍ଡି ମହାରାଜାଙ୍କ ନାମାନୁସାରେ ଏହି ବିଦ୍ୟାଳୟର ନାମ ରଖାଯାଇଛି ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟ । ୧୯୯୩ ମସିହାରେ ପ୍ରତିଷ୍ଠିତ ଏହି ଅନୁଷ୍ଠାନରେ ଦୀର୍ଘ ବର୍ଷ ଧରି କାର୍ଯ୍ୟରତ ଥିବା କିଛି ଶିକ୍ଷକ ଓ କର୍ମଚାରୀଙ୍କୁ କରୋନା ସମୟରେ ବିଦ୍ୟାଳୟର ସମ୍ପାଦକ ଦଣ୍ଡାସି ସାହୁ କର୍ମଚାରୀ ମାନେ ପାଇବାକୁ ଥିବା ଦୀର୍ଘ ବର୍ଷର ବକେୟା ପାଉଣା ନ ଦେଇ ଅମାନବୀୟ ଭାବେ ବିଦ୍ୟାଳୟରୁ ବହିଷ୍କୃତ କରିଛନ୍ତି । ସୂଚନାଯୋଗ୍ୟ ଶ୍ରୀ ସାହୁ ବିଦ୍ୟାଳୟ ବାଇଲର ନିୟମ(୫ ବର୍ଷ)କୁ ନ ମାନି ଦୀର୍ଘ ୧୮ ବର୍ଷ ହେଲା ଲଗାତର ଭାବେ ସମ୍ପାଦକ ପଦବୀକୁ ମାଡ଼ି ବସିଛନ୍ତି । ତାଙ୍କର ଦୁର୍ନିତ, କଳା କାରନାମା , ପଦବୀର ଅପବ୍ୟବହାର ଓ ମନମୁଖୀ କାର୍ଯ୍ୟକଳାପକୁ ବିରୋଧ କରୁଥିବା ଶିକ୍ଷକ ଓ କର୍ମଚାରୀ ମାନଙ୍କୁ ଷଢ଼ଯନ୍ତ୍ର କରି ଏବଂ ମାନସିକ ନିର୍ଯ୍ୟାତନା ଦେଇ ବିଦ୍ୟାଳୟରୁ ବହିଷ୍କୃତ କରିଛନ୍ତି ।
କେନ୍ଦ୍ର ସରକାରଙ୍କ ଦୀନଦୟାଲ ଉପାଧ୍ୟାୟ ପ୍ରକଳ୍ପରୁ ଅନୁମୋଦନ ଲାଭକରି ଆସୁଥିବା ଅନୁଦାନକୁ ବିଭିନ୍ନ ଉପାୟରେ ବାଟମାରଣା କରିଆସୁଛନ୍ତି । କେନ୍ଦ୍ର ସରକାରଙ୍କ ଗାଇଡ୍ ଲାଇନ ଅନୁସାରେ ଦୀର୍ଘବର୍ଷ ହେଲା ୧୪ଗୋଟି ବିଭିନ୍ନ ବର୍ଗର ପଦବୀ ଅନୁମୋଦନ ହୋଇ ଆସୁଥିବା ବେଳେ ସମ୍ପାଦକ ଦଣ୍ଡାସି ସାହୁ କରୋନା ସମୟରେ ଛାତ୍ର/ଛାତ୍ରୀଙ୍କ ଅନୁପସ୍ଥିତ ସମୟରେ ପ୍ରାୟ ୪୦ରୁ ଉର୍ଦ୍ଧ୍ଵ କର୍ମଚାରୀଙ୍କ ଠାରୁ ତୋନେସନ ନେଇ ସେମାନଙ୍କ ଚାକିରୀ ସ୍ଥାୟୀ ହେବ କହି ଭୂଆଁ ବୁଲାଉଛନ୍ତି । ପୁରୁଣା କର୍ମଚାରୀମାନଙ୍କୁ ବିଦ୍ୟାଳୟରୁ ବହିଷ୍କୃତ କରି ନୂତନ କର୍ମଚାରୀ ନିଯୁକ୍ତି କରୁଛନ୍ତି । କମିଟି ମିଟିଙ୍ଗ ନକରି ଓ ସେମାନଙ୍କ ଅଜାଣତରେ ବିଭିନ୍ନ ପ୍ରକାର ଦୁର୍ନିତୀ କାର୍ଯ୍ୟରେ ଲିପ୍ତ ଅଛନ୍ତି । ଏହାର ପ୍ରତିବାଦ କରି ବରିଷ୍ଠ ଶିକ୍ଷକ ଓ କର୍ମଚାରୀଗଣ ମୋହନା ଗ୍ରସ୍ଥରେ ଆସିଥିବା ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ ସାକ୍ଷାତ କରି ଲିଖିତ ଅଭିଯୋଗ ଜଣାଇଛନ୍ତି ।(ଗରୁଡ଼ ଧ୍ୱଜ ଚୌଧୁରୀ)
No Result
View All Result