• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ସରକାରଙ୍କ ବିରୁଦ୍ଧରେ ରାଜ୍ୟର ବିଭିନ୍ନ ବ୍ଲକ ସାମ୍ନାରେ ଦୃଢ ପ୍ରତିବାଦଏବଂ ଥାନାରେ ଏତଲା ଦେଲା – ବିଜେପି

Proprietor Abhimanyu Maharana by Proprietor Abhimanyu Maharana
December 29, 2020
in ଓଡ଼ିଶା, ଖୋର୍ଦ୍ଧା, ରାଜନୀତି, ହୋମ୍
0
ସରକାରଙ୍କ ବିରୁଦ୍ଧରେ ରାଜ୍ୟର ବିଭିନ୍ନ ବ୍ଲକ ସାମ୍ନାରେ ଦୃଢ ପ୍ରତିବାଦଏବଂ ଥାନାରେ ଏତଲା ଦେଲା – ବିଜେପି
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୨୯ ଡିସେମ୍ବର ୨୦୨୦,ମଙ୍ଗଳବାର ) ଭୁବନେଶ୍ୱର :- ଦୀର୍ଘ ୨୧ ବର୍ଷ ଧରି ରାଜ୍ୟରେ ଦୁର୍ନୀତି ଓ ଭ୍ରଷ୍ଟାଚାର ଶାସନ ଚାଲିଛି । ଗତ ୨୦୧୯ ମସିହାରେ ୨୭ ଲକ୍ଷ ଗ୍ରାମୀଣ ଲୋକଙ୍କ କଚ୍ଚା ଘରକୁ ପକ୍କା ଘର କରିବା ପାଇଁ ରାଜ୍ୟ ସରକାର ବିଧାନସଭାରେ କହିଥିଲେ ।କିନ୍ତୁ ଏଯାବତ୍ ସେ ପ୍ରତିଶୃତି ପୂରଣ ହୋଇ ପାରିଲା ନାହିଁ । ଆଉ ଏବେ ପ୍ରଧାନମନ୍ତ୍ରୀ ଆବାସ ଯୋଜାନାର ଫଳକରେ ପ୍ର.ଆ.ଯୋ ଲେଖି ଷ୍ଟିକର ମାରୁଛନ୍ତି ଏବଂ ତଳେ ବିଜୁ ବାବୁଙ୍କ ଫଟୋ ସହ ବିଜୁ ପକ୍କା ଘର ଯୋଜନା ଲେଖାଯାଉଛି । ଅନ୍ୟପଟେ କେନ୍ଦ୍ରୀୟ ଯୋଜନାକୁ ହଡପ କରିବା ଏବଂ ଖୋଦ୍ ମୁଖ୍ୟମନ୍ତ୍ରୀ ହିତାଧିକାରୀଙ୍କୁ ବିଜୁ ବାବୁଙ୍କ ସ୍ୱପ୍ନ ପୂରଣ ହୋଇଛି ଦର୍ଶାଇ ହିତାଧିକାରୀଙ୍କୁ ଚିଠି ଲେଖିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏହା ବିରୁଦ୍ଧରେ ଆଜି ରାଜ୍ୟର ବିଭିନ୍ନବ୍ଲକ ସମ୍ମୁଖରେ ବିଜେପି କାର୍ଯ୍ୟକର୍ତା ମୁଖ୍ୟମନ୍ତ୍ରୀଙ୍କ ପ୍ରବଚଂନା ପୂର୍ଣ୍ଣ ଚିଠିକୁ ଚିରି ସେଥିରେ ନିଆଁ ଲଗାଇବା ସହ ସରକାରଙ୍କ ନାଁରେ ବିଭିନ୍ନ ଥାନାରେ ଥାନାରେ ସିଆରପିସି ସେକସନ ୪୨୦ ଧାରାରେ ଏତଲା ଦିଆଯାଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା କେନ୍ଦ୍ରସରକାରଙ୍କର ଏକ ବହୁମୁଖୀ ଯୋଜନା ।

ଏହି ଯୋଜନାରେ ବ୍ୟାପକ ଅର୍ଥ କେନ୍ଦ୍ରସରକାର ରାଜ୍ୟକୁ ପଠାଉଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡେ ପାଇବାକୁ ହେଲେ ଶାସକ ଦଳର ନେତାମାନଙ୍କୁ ୨୦ ହଜାରଟଙ୍କା ଲାଂଚ ଦେବାକୁ ପଡୁଛି । କିନ୍ତୁ ରାଜ୍ୟସରକାର ଏଠି କେନ୍ଦ୍ରୀୟ ଯୋଜନାକୁ ହଡପ କରିବା ପାଇଁ ଷଡଯନ୍ତ୍ରଚଲାଇଛନ୍ତି । ପୂର୍ବରୁ ୧୦୮ ଆମ୍ବୁଲାନ୍ସକୁ ନିଜ ଯୋଜନା କହି ବ୍ରାଣ୍ଡିଂକରିଥିବା ରାଜ୍ୟସରକାର ଏବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ହଡପ କରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨୦୧୭-୧୮ରେ କେନ୍ଦ୍ର ସରକାର ୬୨୧୮ କୋଟି ଟଙ୍କା ଦେଇଥିବାବେଳେ ବିଜୁ ପକ୍କା ଘର ଯୋଜନାରେ ମାତ୍ର ୬୬୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି ଯାହାକି ମାତ୍ର ୧୦ ପ୍ରତିଶତ ଥିଲା ୨୦୧୮-୧୯ରେ କେନ୍ଦ୍ର ସରକାର ୪୯୨୫ କୋଟି ଦେଇଥିବାବେଳେ ରାଜ୍ୟ ସରକାର ୮୩୦ କୋଟି ଟଙ୍କା ଖର୍ଚ୍ଚ କରିଥିଲେ ଯାହାକି ମାତ୍ର ୧୫ ପ୍ରତିଶତ ।

୨୦୧୯-୨୦ରେ କେନ୍ଦ୍ର ସରକାର ୨୭୬୫ କୋଟି ଟଙ୍କା ଅନୁଦାନ ପଠାଇଥିବା ସମୟରେ ରାଜ୍ୟସରକାର ୨୦୮ କୋଟି ଯାହା ମାତ୍ର ୭ ପ୍ରତିଶତ ।ସେହିପରି ଘର ନିର୍ମାଣ ହୋଇଥିବା ସମସ୍ତ ଗରିବ ଲୋକଙ୍କର ସୂଚନା ସଂଗ୍ରହ କରାଯାଉଛି । ଏହି ଫର୍ମରେ ଘର ଠିକଣା ଠୁ ଆରମ୍ଭକରି ବ୍ୟାଙ୍କ ଆକାଉଂଟ ନମ୍ବର, ଆଇଏଫଏସସି କୋର୍ଡ ଇତ୍ୟାଦି ତଥ୍ୟ ସଂଗ୍ରହ କରାଯାଇ କୁହାଯାଉଛିଯେ, ପଂଚାୟତ ନିର୍ବାଚନ ପୂର୍ବରୁ ତୁମ ଘର ମରାମତି ପାଇଁ ନବୀନ ବାବୁ ୧୦ ହଜାର ଟଙ୍କା ପଠାଇବେ । ଏପରି ଲୋକଙ୍କୁ ଭୂଆଁ ବୁଲାଇ ଆଗାମୀ ନିର୍ବାଚନ ଜିତିବା ପାଇଁ ଅପଚେଷ୍ଟା କରିବା ବିରୁଦ୍ଧରେ ଓଡିଶାର ଜନତା ଜବାବ ଦେବେ । ୨୦୨୨ ସୁଦ୍ଧା ଓଡିଶାରପ୍ରତିଟି ଯୋଗ୍ୟ ହିତାଧିକାରୀକୁ ପକ୍କା ଘର ଯୋଗାଇବାର ଲକ୍ଷ୍ୟ ଦିଗରେ ବିଜେପି କାର୍ଯ୍ୟ କରିବ ।

ହିତାଧିକାରୀଙ୍କୁ ଘର ନମିଳିବା ପର୍ଯ୍ୟନ୍ତ ଷ୍ଟିକରମରା ବା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ବ୍ୟାଙ୍କ ଆକାଉଂଟ ସୂଚନା ସଂଗ୍ରାହକ ଲୋକମାନଙ୍କୁ ଗାଁରେ ପୂରାଇ ନଦେବାକୁ ଦଳତରଫରୁ ଆହ୍ୱାନ ଦିଆଯାଇଛି । ଭୁବନେଶ୍ୱର କ୍ୟାପଟାଲ ଥାନାରେ ସରକାରଙ୍କ ନାଁରେ ସିଆରପିସି ସେକସନ ୪୨୦ ଧାରାରେ ଏତଲାଦିଆଯିବା ସହ ଖୋର୍ଦ୍ଧା ଜିଲ୍ଲାରଚିଲିକା, ବାଣପୁର, ଗଂଜାମ ଜିଲ୍ଲାର ହିଂଜିଳି, ବୁଗୁଡା, କଟକ ଜିଲ୍ଲାର କଟକ ସଦର, ବାଙ୍କୀ, ମାହାଙ୍ଗା, ସାଲେପୁର, ନିଶ୍ଚିନ୍ତ କୋଇଲି, ସୁନ୍ଦରଗଡ ଜିଲ୍ଲାରକୁଆଁରମୁଣ୍ଡା, ନୂଆଗାଁ, ବିସ୍ରା,ଲାଠିଖଟା, ଝାରସୁଗୁଡା ଜିଲ୍ଲାର ଲଇକେରା, କିରମିରା, ଲଖନପୁର, ବଲାଙ୍ଗିର ଜିଲ୍ଲାର ଲୋଇସିଂହା, କେନ୍ଦ୍ରପଡା ଜିଲ୍ଲାର ବଡଚଣା, ଆଳି, ରାଜନଗର, ମାର୍ଶାଘାଇ, ଗରଦପୁର, ଡେରାବିସି ବ୍ଲକ ସମେତ ରାଜ୍ୟରଯାଜପୁର, ଭଦ୍ରକ, ରାୟଗଡା, ସମ୍ବଲପୁର, ସୋନପୁର, କେଉଁଝର ଜିଲ୍ଲାର ବିଭିନ୍ନ ବ୍ଲକ ସାମ୍ନାରେ ଦୃଢ ପ୍ରତିବାଦକରିବା ସହ ଥାନାରେ ଏତଲା ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ନେତୃବୃନ୍ଦ,ବିଜେପି ବିଧାୟକଙ୍କ ସମେତ ସ୍ଥାନୀୟ ନେତୃବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
୧୫ ରୁ ସପ୍ତାହବ୍ୟାପୀ ୬ଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ

୧୫ ରୁ ସପ୍ତାହବ୍ୟାପୀ ୬ଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ

March 15, 2026
କିଚେନ୍ ଗାର୍ଡେନ୍ ସମ୍ବନ୍ଧୀୟ କର୍ମଶାଳା

କିଚେନ୍ ଗାର୍ଡେନ୍ ସମ୍ବନ୍ଧୀୟ କର୍ମଶାଳା

March 15, 2026
ଆଇଚର ଗାଡି ସହ ଗଞ୍ଜେଇ ଜବତ : ଚାଳକ ଓ ଗଞ୍ଜେଇ ମାଫିଆ ଫେରାର

ଆଇଚର ଗାଡି ସହ ଗଞ୍ଜେଇ ଜବତ : ଚାଳକ ଓ ଗଞ୍ଜେଇ ମାଫିଆ ଫେରାର

March 14, 2026
ଦନ୍ତା ହାତୀ ହାବୁଡ଼ରେ ପଡି ୩ ଯୁବକ ଙ୍କ ମୃତ୍ୟୁ : ୫୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ ପାଇଁ ଦାବୀ

ଦନ୍ତା ହାତୀ ହାବୁଡ଼ରେ ପଡି ୩ ଯୁବକ ଙ୍କ ମୃତ୍ୟୁ : ୫୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ ପାଇଁ ଦାବୀ

March 14, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

୧୫ ରୁ ସପ୍ତାହବ୍ୟାପୀ ୬ଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ

୧୫ ରୁ ସପ୍ତାହବ୍ୟାପୀ ୬ଷ୍ଠ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ

March 15, 2026
କିଚେନ୍ ଗାର୍ଡେନ୍ ସମ୍ବନ୍ଧୀୟ କର୍ମଶାଳା

କିଚେନ୍ ଗାର୍ଡେନ୍ ସମ୍ବନ୍ଧୀୟ କର୍ମଶାଳା

March 15, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version