No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୮ ଡିସେମ୍ବର ସୋମବାର )ଭୁବନେଶ୍ୱର :- ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ଇଟିପୁର ଓ ଟିକରପଡା ଗ୍ରାମ ପଂଚାୟତ ର ପ୍ରାୟ ଷାଠିଏ ଲକ୍ଷ ଟଙ୍କାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଦ୍ଵାରା ଶୁଭାରମ୍ଭ ହୋଇଯାଇଛି । ସେଥିମଧ୍ୟରୁ ଜଳସମ୍ପଦ ବିଭାଗ ପକ୍ଷରୁ ଦୟା ନଦୀବନ୍ଧ ର ସୁଦୃଢ଼ୀକରଣ ପାଇଁ ଇଟିପୁର ଓ କଲ୍ୟାଣ ପୁର ଠାରେ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ସେହିପରି ଟିକରପଡା ଗ୍ରାମପଞ୍ଚାୟତ ର ବସନ୍ତପୂର ଉତ୍ତରସାହି ରାସ୍ତା, କଲ୍ୟାଣ ପୁର ଉତ୍ତର ପଟ ନୂଆସାହି ରାସ୍ତା, ନାରାୟଣ ଦେବ ମନ୍ଦିର, ଗୋପୀନାଥ ମନ୍ଦିର, ଭଗବତ ବାସୁଦେବ ମନ୍ଦିର ର ଉନ୍ନତିକରଣ ଏବଂ ଶେଷରେ ଇଟିପୂର ଧାନ ମଣ୍ଡି ର ଶୁଭାରମ୍ଭ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ପଞ୍ଚାୟତ ସମିତି ଅଧ୍ୟକ୍ଷ ଅବିନାଶ ପଟ୍ଟନାୟକ,ଜିଲ୍ଲା ପରିଷଦ ସଭ୍ୟା ଦିପ୍ତୀମୟୀ ସୁନ୍ଦରାୟ,ସରପଞ୍ଚ ସଂଘମିତ୍ରା ପାଳ, ସମିତି ସଭ୍ୟ ବିଭୁତି ଭୂଷଣ ପ୍ରଧାନ, ନର୍ମଦା ଚନ୍ଦ୍ରମା ସାହୁ, ଗଜେନ୍ଦ୍ର ବେହେରା,ପୂର୍ବତନ ସରପଂଚ ନୃସିଂହ ସ୍ବାଇଁ, ପ୍ରମୋଦ କୁମାର ସ୍ୱାଇଁ, , ଅକ୍ଷୟ ବରାଳ, ବୀଣାପାଣି ପ୍ରଧାନ, ତିଳୋତ୍ତମା ପରିଡ଼ା, ସୁବାଷ ସୁନ୍ଦରାୟ, ଆଲୋକ ସାହୁ, ସୁଧାଂଶୁ ସୁବୁଦ୍ଧି ସନ୍ତୋଷ ବେହେରା,ଦିଲୁ ଦାସ, ପ୍ରମୁଖ ଉପସ୍ଥିତ ଥିଲେ।
No Result
View All Result