No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୮ ଡିସେମ୍ବର ସୋମବାର ) ରାୟଗଡ :- ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ନିକଟ ଏସ କରଡାସିଂ ଗ୍ରାମପଞ୍ଚାୟତ ନାରାୟଣପୁରୁ ପଂଚାୟତକୁ ବିଭକ୍ତ କରି ନୂତନ ପଂଚାୟତର ମାନ୍ୟତା ପାଇବାର ଆଜକୁ ତିରିଶିବର୍ଷ ଅତିବାହିତ ହୋଇଥିଲେ ମଧ୍ୟ ଏହି ପଂଚାୟତ ମଧ୍ୟରେ ଏମିତି ଅନେକ ଦୁର୍ଗମ ଗ୍ରାମଅଛି ଜଉଠିକୁ ଆଜିଯାଏ ଭଲ ରାସ୍ତାଟିଏ ହୋଇପାରିନାହିଁ ! ଖବର ନେବାରୁ ଜଣାପଡିଛିଯେ ଉକ୍ତ ପଂଚାୟତ ଗଠନ ମଧ୍ୟରେ ରହିଆସିଥିବା ପି ଡବ୍ଲୁ ଡ଼ି ରାସ୍ତା ଠାରୁ କୁରୁଗୁଵା, ରୁପ ସାହି ଛକ ଠାରୁ ରୂପ ସାହି ବିଷମ ଛକ , ରାଙ୍ଗଡାଭୂୟାଁ ସାହି, ରାଙ୍ଗଡ଼ାକାର୍ଜିସାହି , ତିତିସିଂ, ଏହି ଗ୍ରାମମାନଙ୍କ ଜନସଂଖ୍ୟା ପ୍ରୟତଃ ଛୋଟ ପିଲା , ବଡ଼ ବ୍ୟକ୍ତିଙ୍କୁ ନେଇ ଦୁଇହଜାର ଠାରୁ ଅଧିକ
ଜନସଂଖ୍ୟା ଅଟେ ଏତେ ଜନ ସଂଖ୍ୟା ଥାଇ ମଧ୍ୟ ଆଜିଯାଏ କୌଣସି ରାଜନେତା , ସରକାରୀ ବାବୁ ମାନଙ୍କ ଏହି ଦୁର୍ଗମଅଞ୍ଚଳ ପ୍ରତି ବର୍ତ୍ତମାନ ଯାଏ ନଜର ପଡିନଥିବା ଦେଖିବାକୁ ମିଳୁଛି ଏହି ଅଂଚଳ ଶହେରୁ ଶହେ ଭାଗ କେବଳ ଜାତି ଜନଜାତି ଆଦିବାସୀ ସମ୍ପ୍ରଦାୟର ଅଧିବାସୀ ବାସକରନ୍ତି ! କେନ୍ଦ୍ର ସରକାର ରାଜ୍ୟ ସରକାର କୋଟି କୋଟି ଟଙ୍କା ଏହି ଜାତିଙ୍କ ଉନ୍ନତି ପାଇଁ ଖର୍ଚ୍ଚ କରୁଥିଲେ ମଧ୍ୟ ଏହି ଅଞ୍ଚଳ ବାସୀ ସମସ୍ତ ପ୍ରକାର ସୁବିଧା ପାଇପାରିବାରୁ ବଞ୍ଚିତ କାରଣ ଗମନା ଗମନ ପାଇଁ ଖଣ୍ଡିଏ ଭଲରାସ୍ତା ଟିଏ ନାହିଁ !
ଏହି ଅଞ୍ଚଳରେ ଲୋକସଭା , ବିଧାନସଭା ପାଇଁ ରାଙ୍ଗଡା ଠାରେ ଏକ ବୁଥରହିଛି,ଏହି ଅଂଚଳରେ ଉତ୍ପାଦିତ ହେଉଥିବା ଜଙ୍ଗଲ ଜାତୀୟ ଦ୍ରବ୍ୟ ମଧ୍ୟରୁ ଫୁଲଝାଡୁ, କାଜୁ, ଜନା, କାନ୍ଦୁଲ, ତେନ୍ତୁଳି ,ବୁଇତାଳୁ ,ଝୁଡୁଙ୍ଗ ,ବୁଡ଼ୁବୁଡି ,ଖମ୍ଭଆଳୁ, ପ୍ରବୃତି ଜିନିଷ ମାନଂକୁ ନିକଟରେ ଥିବା ବଜାରକୁ ନେବାକୁ ହେଲେ ଯେ କୌଣସି ଗାଡ଼ିକୁ ବୁକିଂ କରି ନେବାକୁ ପଡୁଛି ଏଣୁ ବାଧ୍ୟହୋଇ କାମଦାମରେ ଵିକ୍ରି କରୁଛନ୍ତି ଉଚିତ ପ୍ରାପ୍ୟ ପାଇପାରୁନାହାନ୍ତି l କିଛି ଦଲାଲ ବ୍ୟବସାୟୀ ଏହାର ଫାଇଦା ଉଠାଇ ଅତି ନିମ୍ନ ଦରରେ ଏହି ବନଜାତ ଦ୍ରବ୍ୟ କିଣୁଥିବା ଦେଖିବାକୁ ମିଳୁଛି ! ପାନୀୟଜଳ କଥାନ କହିବା ଭଲ କାରଣ କୂଅ ଆଜକୁ ଦୁଇ ମାସ ପୂର୍ବରୁ ଶୁଖିଯାଇଥିବା ଗ୍ରାମବାସୀ ମାନେ ଜଣାଇଛନ୍ତି ! (ଗଜପତି ରାୟଗଡ ସଞ୍ଜୀବ କୁମାର ପାଣି)
No Result
View All Result