ଓଡ଼ିଆ ସରକାରୀ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଓଡିଶା ସରକାରଙ୍କ ଐତିହାସିକ ନିଷ୍ପତି : 15% ସିଟ ସରଂକ୍ଷିତ ରହିବ ଡାକ୍ତରୀ ଆଉ ଇଂଜିନିୟରିଙ୍ଗ ଶିକ୍ଷାରେ:ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ଆୟୋଜିତ ସଭାରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ଡଅରୁଣ କୁମାର ସାହୁଙ୍କୁ ଧନ୍ୟବାଦ ଦେଲେ ନୟାଗଡର ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ
ଓଡ଼ିଶା ତାଜା ନ୍ୟୁଜ୍ (୨୮ ଡିସେମ୍ବର ସୋମବାର )ନୟାଗଡ :- ଓଡ଼ିଆ ସରକାରୀ ସ୍କୁଲରେ ପାଠ ପଢୁ ଥିବା ପିଲାମାନଙ୍କୁ ଇଂଜିନିୟରିଂ ଓ ଡାକ୍ତର ପାଠ ପଢିବା ପାଇଁ 15% ସରକ୍ଷଣ କ୍ୟାବିନେଟରେରେ ମଞ୍ଜୁରୀ କରିଥିବରୁ ମୁଖ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ଼ଃ ଅରୁଣ କୁମାର ସାହୁ ଙ୍କୁ ବ୍ରଜେନ୍ଦ୍ର ହାଇସ୍କୁଲ ପରିସରରେ ନୟାଗଡ ଜିଲ୍ଲା ଶିକ୍ଷା କାର୍ଯାଳୟ ତରଫରୁ ଏବଂ ନୟାଗଡ ବୁଦ୍ଧିଜୀବୀ ଓ ଛାତ୍ର ଛାତ୍ରୀ ମାନଙ୍କ ତରଫରୁ ଏହି ଐତିହାସିକ ନିଷ୍ପତି ନିମନ୍ତେ ଧନ୍ୟବାଦ ଅର୍ପଣ କରାଯାଇଛି ।
ଏଥିରେ ଓଡ଼ିଆ ଭାଷା ତତ୍ତ୍ୱବିତ୍ତ ନାଟ୍ୟଭୂଷଣ ଡ. ବିଜୟ କୁମାର ଚୌଧୁରୀ, ରୋଟାରୀଆନ ପ୍ରମୋଦ ପଟ୍ଟନାୟକ, ଅଧ୍ୟାପକ ମହମ୍ମଦ ଓମାର ମଲ୍ଲିକ,କବି ନିର୍ମଳ ଚନ୍ଦ୍ର ସୂରଦେଓ, ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ପୂର୍ବ ଅଧ୍ୟକ୍ଷ ଗୁରୁପ୍ରସାଦ ଜେନା,ପ୍ରଧାନ ଶିକ୍ଷକ ଉମାକାନ୍ତ ସେଠୀ, ଜିଲ୍ଲା ବିଜ୍ଞାନ ପରିଦର୍ଶକ ଶରତ ସାହୁ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଡ. ପ୍ରମୋଦ ନାୟକ, ପ୍ରମୁଖ ଧନ୍ୟବାଦ ପର୍ବରେ ସାମିଲ ହୋଇଥିଲେ । (ରିପୋର୍ଟ ରାମକୃଷ୍ଣ ରଥ )