No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୮ ଡିସେମ୍ବର ସୋମବାର ) ବେଲଗୁଣ୍ଠା :- ଆସନ୍ତା ୩୦ ତାରିଖରେ ବେଲଗୁଣ୍ଠା ଫାଣ୍ଡିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ଜରିଆରେ ନୁତନ ଥାନାକୁ ଉଦ୍ଘାଟନ କରିବେ । ଏ ନେଇ ୨୬ ତାରିଖରେ ସରକାରୀ ନିର୍ଦ୍ଦେଶ ନାମା ଆସିବା ପରେ ବେଲଗୁଣ୍ଠା ଫାଣ୍ଡିରେ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଆଜି ସକାଳୁ ସକାଳୁ ଭଞ୍ଜନଗର ଏସ୍.ଡି.ପି.ଓ ସୁଭ୍ରାଂଶୁ ଶେଖର ମିଶ୍ର , ଭଞ୍ଜନଗର ଥାନାଧିକାରୀ ସୁଦୀପ୍ତ କୁମାର ସାହୁ ବେଲଗୁଣ୍ଠା ଫାଣ୍ଡିରେ ପହଞ୍ଚି ପ୍ରସ୍ତୁତି ତଦାରଖ କରିଥିଲେ । ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ ଙ୍କ ତତ୍ତ୍ୱାବଧାନ ରେ ଫାଣ୍ଡିରେ ଥିବା ଜବତ ପୁରୁଣା ଗାଡିକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ସହ ଅଳିଆ , ଆବର୍ଜନା ସଫା କରାଯାଇଥିଲା । ଦିନ ତମାମ ଫାଣ୍ଡି ଅଧିକାରୀଙ୍କ ସହ ଅନ୍ୟ କର୍ମଚାରୀ ମାନେ ପ୍ରସ୍ତୁତି ଚଳାଇ ନୁତନ ଥାନାର ନବୀକରଣ କରିଥିଲେ । ବେଲଗୁଣ୍ଠା ଫାଣ୍ଡି ଥାନା ହେବା ଖବର ପ୍ରଚାରିତ ହେବା ପରେ ବେଲଗୁଣ୍ଠା ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ।
ଏ ନେଇ ଅଞ୍ଚଳବାସୀ ଜିଲ୍ଲାପାଳ,ଏସ୍.ପି ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପୁର୍ବରୁ ବେଲଗୁଣ୍ଠା ଫାଣ୍ଡି ଥାନା ହେବାର ଥିଲେ ମଧ୍ୟ କୋଭିଡ କଟକଣା ପାଇଁ କିଛି ମାସ ବିଳମ୍ବ ଘଟିଥିଲା । ଗତ ନଭେମ୍ବର ମାସ ୧୮ ତାରିଖରେ ରାଜ୍ୟରେ ୬ଟି ନୁଆ ଥାନା ଯଥା ଭରତପୁର (ଭୁବନେଶ୍ୱର) , ଅନଗୁଳ ଜିଲ୍ଲାର ଅନୁଗୁଳ ସଦର , ଝାରସୁଗୁଡାର ସଦର ଥାନା , ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ,ଭଦ୍ରକ ଜିଲ୍ଲା ସବରଙ୍ଗ ଓ ପିର୍ ହାଟ ପାଇଁ ପାଇଁ ରାଜ୍ୟପାଳଙ୍କ ମୋହର ଲାଗିଲା ପରେ ବେଲଗୁଣ୍ଠାରେ ଥାନା ହେବା ନିଶ୍ଚିତ ହୋଇଯାଇଥିଲା । ଆସନ୍ତା ୩୦ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରୁ ଭିଡିଓ କନଫେରେନ୍ସିରେ ଉଦ୍ଘାଟନ କରିବାକୁ ଥିବା ବେଳେ ବେଲଗୁଣ୍ଠା ଠାରେ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ , ଗଞ୍ଜାମ ଏସ୍.ପି ବ୍ରିଜେଶ ରାୟ ଓ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଉପସ୍ଥିତ ରହି କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରିବେ । (ରିପୋର୍ଟ – ଶେଷଦେବ ସାହୁ , ଗଞ୍ଜାମ ଜିଲ୍ଲା ବ୍ୟୁରୋ )
No Result
View All Result