No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୮ ଡିସେମ୍ବର ସୋମବାର )କଟକ :- କଟକ କମିଶନରେଟ ପୋଲିସ ଚାଉଳିଆଗଞ୍ଜ ପୋଲିସ ରବିବାର କଟକର ନେହେରୁପଲ୍ଲୀ ଅଞ୍ଚଳରୁ ୫ବସ୍ତା ବୋଝେଇ ଏକ ପାଜିଓ ଅଟୋରିକ୍ସା କୁ ଜବତ କରିଛି । ଏହି ଚୋରା ଭାଙ୍ଗ କାରବାରରେ ଲିପ୍ତ ଥିବା ୩ ଜଣଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତିଙ୍କ ପାଖରୁ ପୋଲିସ ନଗଦ ୩୪ ହଜାର ଟଙ୍କା, ଦୁଇଟି ମୋବାଇଲ ଫୋନ, ଏକ ପାଜିଓ ଅଟୋରିକ୍ସାକୁ ଜବତ କରିଛି । ସୋମବାର ଗିରଫ ତିନି ଚୋରା ଭାଙ୍ଗ ବ୍ୟବସାୟୀଙ୍କ ବିରୁଦ୍ଧରେ, ଚାଉଳିଆଗଞ୍ଜ ଥାନାରେ ଏକ ମାମଲା ୪୬୮/୨୦ ରୁଜୁ କରାଯାଇଛି ।
ପୋଲିସ ସେମାନଙ୍କୁ କୋର୍ଟ ଚାଲାଣ କରିଛି । ଗିରଫ ବ୍ୟକ୍ତି ମାନେ ହେଲେ ବିହାର ବେଗୁସରାଇ ଜିଲ୍ଲା , ଭଗବାନ ପୁର ଥାନା ନଇଡା ସିମପୁର ଅଞ୍ଚଳର ଅର୍ଜୁନ ପାଶ୍ୱ।ନ (୪୯ବର୍ଷ ), କଟକ ଜିଲ୍ଲା ବାଙ୍କୀ ଥାନା ମନ୍ତ୍ରୀ ସାହିର ପ୍ରଭାକର ମନ୍ତ୍ରୀ (୪୦) ଏବଂ କଟକ ଚାଉଳିଆଗଞ୍ଜ ଥାନା ନେହେରୁପଲ୍ଲୀ ଅଞ୍ଚଳର ଅର୍ଜୁନ କୁମାର ନାଏକ ,(୪୬) । ରବିବାର ଦିନ ଚାଉଳିଆଗଞ୍ଜ ଥାନାର ସବ୍ ଇନ୍ସିପେକ୍ଟର ମାନେଶ୍ୱର ପ୍ରଧାନ , ପାଟ୍ରୋଲିଂ କରୁଥିବା ସମୟରେ ଖବର ପାଇଲେ ଯେ , ଏକ ପାଜିଓ ଅଟୋରିକ୍ସା ରେ ଭାଙ୍ଗବସ୍ତା ଲୋଡ଼ ହୋଇ ନେହେରୁପଲ୍ଲୀ ଅଞ୍ଚଳକୁ ଯାଉଛି ।
ସବ୍ ଇନ୍ସିପେକ୍ଟର ତୁରନ୍ତ ସେଠାରେ ପହଞ୍ଚି ଭାଙ୍ଗବସ୍ତା ଲୋଡ଼ ଅଟୋରିକ୍ସା କୁ ଜବତ କରିବା ସହ ତିନି ଜଣଙ୍କୁ ଗିରଫ କରି ଥାନାକୁ ଆଣିଥିଲେ । କଟକ ନେହେରୁପଲ୍ଲୀ ଅଞ୍ଚଳ ଚୋରା ମାଦକ ଦ୍ରବ୍ୟ ଗଞ୍ଜେଇ, ଭାଙ୍ଗ , ଅଫିମ , ବ୍ରାଉନସୁଗାର ର ପେଣ୍ଠ ସ୍ଥଳୀ । ଏହି ପରି ଚୋରା ନିଶା କାରବାର କିଛି ଦିନ ବନ୍ଦ ପରେ ,ପୁନର୍ବାର ଚାଲିବ ବୋଲି ସାଧାରଣ ଲୋକେ କହିଛନ୍ତି । (କଟକରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ)
No Result
View All Result