No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୭ ଡିସେମ୍ବର ରବିବାର )ଯାଜପୁର :- ଯାଜପୁର ଜିଲ୍ଲା କୋରାଇ ନିର୍ବାଚନ ମଣ୍ଡଳୀ ବ୍ୟାସନଗର ଟାଉନହଲ୍ ପଡିଆରେ ବିଜୁ ଜନତା ଦଳର ୨୪ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ପ୍ରବାଦ ପୁରୁଷ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ତାଙ୍କର ନୀତି, ସ୍ମୃତି ଓ ଆଦର୍ଶକୁ ପାଥେୟ ବିଜୁ ଜନତା ଦଳ ଜନ୍ମ ନେଇଛି । ବି.ଜେ.ଡି ର ୨୪ତମ ପ୍ରତିଷ୍ଠା ଦିବସ କୋରାଇ ବିଧିୟକ ଅଶୋକ କୁମାର ବଳକଂ ସଭାପତିତ୍ବରେ ଟାଉନ୍ ହଲ୍ ପରିସରରେ ଆଡମ୍ବର ସହ ପାଳିତ ହୋଇଯାଇଛି । ସୁପ୍ରିମୋ ତଥା ବିଜୁବାବୁଙ୍କ ସୁପୁତ୍ର ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜୁ ଜନତା ଦଳ ନିରନ୍ତର ଲୋକଙ୍କ ସହିତ ରହିଆସିଛି ଏବଂ ଲୋକଙ୍କ ପାଇଁ କାମ କରି ଆସିଛି ବୋଲି ଅତିଥି ମାନେ ମତବ୍ୟକ୍ତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଓଡିଶାର ଭିନ୍ନକ୍ଷମ ସଶକ୍ତିକରଣ ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶୋକ ପଣ୍ଡା,ରାଜ୍ୟ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ, କୋରେଇ ବିଧାୟକ ଅଶୋକ କୁମାର ବଳ, ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତ ରାୟ ଓ ପୂର୍ବତନ
ବିଧାୟକ ଆକାଶ ଦାସନାୟକଙ୍କ ସମେତ ଜିଲ୍ଲାର ସମସ୍ତ ବିଧାୟକ ଓ ବରିଷ୍ଠ ନେତୃବୃନ୍ଦ ଯୋଗଦେଇଥିଲେ । ଏହି ପ୍ରତିଷ୍ଠା ଦିବସ ଅବସରରେ ବ୍ୟାସନଗର ପୌର ପରିଷଦର ପୂର୍ବତନ ନଗରପାଳ ରସାନନ୍ଦ ମହାନ୍ତିଙ୍କ ସହିତ ଗତକାଲି କଂଗ୍ରେସର ହାତ ଛାଡିଥିବା ପୂର୍ବତନ କାଉନସିଲର ଅଜୟ କୁମାର ସାହୁ, ନିରୁପମା ସାହୁଙ୍କ ସମେତ ବିଜେପିର ଉଦୟନାଥ ସାହୁ ଓ ଶତାଧିକ କଂଗ୍ରେସ କର୍ମୀ ବିଜେଡି ଦଳରେ ଯୋଗଦାନ କରିଥିଲେ । ମନ୍ତ୍ରୀ ଶ୍ରୀଯୁକ୍ତ ପଣ୍ଡା ନୂତନ ସଦସ୍ୟ ମାନଙ୍କୁ ଉପଢୋକନ ଓ ପୁଷ୍ପଗୁଚ୍ଛ ଦେଇ ଦଳକୁ ସ୍ୱାଗତ କରିଥିଲେ । ନୁତନ ଭାବେ ସଦସ୍ୟତା ଗ୍ରହଣ କରିଥିବା ପୂର୍ବତନ ନଗରପାଳ ରସାନନ୍ଦ ମହାନ୍ତି ଏହି ପରିପେକ୍ଷୀରେ ଆଗାମୀ ଦିନରେ ବ୍ୟାସନଗରକୁ ବିଜୁ ଜନତା ଦଳକୁ କିପରି ଶସକ୍ତିକରଣ କରିହେବ ଓ ବ୍ୟାସନଗରର କିପରି ସର୍ବାଙ୍ଗୀନ ଉନ୍ନତି ହୋଇପାରିବ ସେନେଇ ଚେଷ୍ଟା କରିବେ ବୋଲି କହିଛନ୍ତି ।
ସେପଟେ ନୂତନଭାବେ ସଦସ୍ୟତା ଗ୍ରହଣ କରିଥିବା କଂଗ୍ରେସର ପୂର୍ବତନ କାଉନସିଲର ନିରୁପମା ସାହୁ କଂଗ୍ରେସ ଦଳ ତାଙ୍କୁ ଅଣଦେଖା କରୁଥିବା ଅଭିଯୋଗ ଆଣିବା ସହିତ ନବୀନ ବାବୁଙ୍କର କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗଦାନ କରିଛନ୍ତି ବୋଲି କହିଛନ୍ତି । ଆଗାମୀ ଦିନରେ ବ୍ୟାସନଗରରେ ଦଳ ମଜବୁତ ହେବାସହ ବ୍ୟାସନଗର ଓ କୋରେଇ ଅଂଚଳର ସର୍ବାଙ୍ଗିନ ଉନ୍ନତି ପାଇଁ ଆମେ ପାଂଚ ଭାଇ ସୁକିନ୍ଦା ବିଧାୟକ ପ୍ରିତିରଞ୍ଜନ ଘଡାଇ, କୋରେଇ ବିଧାୟକ ଅଶୋକ ବଳ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତ ରାୟ, ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସ ନାୟକ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ପାଖରେ ମିଳିତ ଭାବେ ଦାବି କରିବୁ ବୋଲି କହିଛନ୍ତି । ଏହିଅବସରରେ ନବନିଯୁକ୍ତ କର୍ମକର୍ତ୍ତାକୁଂ ସମ୍ବର୍ଦ୍ଧିତ କରାଯାଇଥିଲା । (ରିପୋର୍ଟ – ରଶ୍ମିରେଖା ମଲ୍ଲିକ )
No Result
View All Result