No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୭ ଡିସେମ୍ବର ରବିବାର ) କୋରାଇ :- କୋରାଇ ନିର୍ବାଚନ ମଣ୍ଡଳୀର ୩ନମ୍ବର ଜୋନ ତଥା ଖରସ୍ରୋତା ମଣ୍ଡଳ ବିଜେପି ପକ୍ଷରୁ ଶନିବାର ଜହ୍ନା ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ମଣ୍ଡଳ ସଭାପତି ପ୍ରମୋଦକୁମାର ସାହୁଙ୍କ ସଭାପତିତ୍ୱରେ ମଣ୍ଡଳାଧିନ ସମସ୍ତ ପଦାଧିକାରୀ, ପଂଚାୟତ ନିର୍ବାଚିତ ପ୍ରତିନିଧି , ପ୍ରମୁଖ ଓ ସହ ପ୍ରମୁଖ ମାନଙ୍କୁ ପ୍ରଶିକ୍ଷଣ ଦିଆ ଯାଇଥିଲା । ଏଥିରେ ମୁଖ୍ୟଅତିଥି ତଥା ମୁଖ୍ୟପ୍ରଶିକ୍ଷକ ଭାବେ କୋରାଇ ବିଜେପି ବିଧାୟକ ପ୍ରାର୍ଥୀ ବିଶ୍ୱଜିତ ନାୟକ ଯୋଗଦେଇ ବିଜେପିର ଇତିହାସ ଓ ବିକାଶ ବିଚାର ପରିବାର ପ୍ରତି ଆମର ଦାହିତ୍ୱ , ବିଜେପର ବୈଚାରିକ ମୁଖ୍ୟ ଭାବଧାରା , ବିଚାରଧାରା, ବ୍ୟକ୍ତିତ୍ୱ ବିକାଶ , ଶେଷ ୬ବର୍ଷରେ ମୋଦୀଙ୍କ ଜନହିତକର କାର୍ଯ୍ୟକ୍ରମ , ରାଷ୍ଟ୍ରୀୟ ସୁରକ୍ଷା, ସାମର୍ଥ୍ୟ ସହିତ ଆତ୍ମ ନିର୍ଭରତା , ସୋସିଆଲ ମିଡିଆର ପ୍ରଭାବି ଉପଯୋଗ , କାର୍ଯ୍ୟପଦ୍ଧତି ଓ ସଙ୍ଗଠନ ସଂରଚନାରେ ଆମର ଭୂମିକା, ରାଜ୍ୟର ରାଜନୈତିକ ପୃଷ୍ଠଭୂମି ଏବଂ ବିଜେପିର ରାଜନୈତିକ ପୃଷ୍ଠଭୂମି ଓ ଭୂମିକା ଆଦି ଅନେକ ବିଷୟରେ ଆଲୋକପାତ କରିଥିଲେ । ତୃଣମୂଳ ସ୍ତରରେ ଦଳୀୟ ସଙ୍ଗଠନ ସୁଦୃଢ କରିବା ସହ ମୋଦୀଙ୍କ ଜନହିତକର କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ କିପରି ପହଂଚାଇ ପାରିବ ସେ ନେଇ ଶ୍ରୀ ନାୟକ ପ୍ରଶିକ୍ଷଣ ଦେଇଥିଲେ ।
କୋରାଇର ଯୁବନେତା ବିକ୍ରମ କେଶରୀ ବିଶ୍ୱଳ ମଂଚ ପରିଚାଳନା କରିଥିଲା ବେଳେ ଅନ୍ୟତମ ପ୍ରଶିକ୍ଷକ ଭାବେ ରାଜ୍ୟପରିଷଦର ସଭ୍ୟ ପ୍ରକାଶକୁମାର ଧଳ, ମହିଳାମୋର୍ଚ୍ଚ ସଭାପତି ତଥା ତୁଳତୀ ସରପଂଚ ଦୀପ୍ତିମୟୀ କୁଅଁର, ଜିଲା ଉପସଭାପତି ପ୍ରମୋଦ କୁମାର ନାୟକ, ସମିତିସଭ୍ୟ ନୀଳମାଧବ ଚକ୍ର, ଶଶିଭୂଷଣ ସେନାପତି ପ୍ରମୁଖ ଯୋଗଦେଇ ପ୍ରଶିକ୍ଷଣ ଦେଇଥିଲେ । ଅନ୍ୟାମନଙ୍କ ମଧ୍ୟରେ ସମିତିସଭ୍ୟ ଭଗୀନ ଦଲେଇ , କ୍ଷୀରୋଦ ଦାସ , ବିଜୟକୁମାର ଘଡାଇ , ଦୋଳ ଗୋବିନ୍ଦ ସେଠୀ , ପୂର୍ଣ୍ଣଚନ୍ଦ୍ର ସାହୁ, ଆଶିଷ ଦାସ , ବିଶ୍ୱଜିତ ରାଉତ , ଦେବାଶିଷ ପାଣିଗ୍ରାହୀ, ଗଣେଶ ମାଝୀ , ସରୋଜ ଦେ, ଅରୁଣ ଦାସ , ପ୍ରଶାନ୍ତ ବୋଇତେଇ, ସୁବସ ପଣ୍ଡା, ତରୁଣ ଦାସ, ସୁଧାକର ଭୁତିଆ, ସୁଶାନ୍ତ ସାହୁ, ଭୁବେନ୍ଦ୍ର କର, ରଞ୍ଜନ ପରିଡା, ମାନସ ବୋଇତେଇ, ଦିଗମ୍ବର ନାୟକ, ଲଲାଟେନ୍ଦୁ ନାୟକ, ସୁରେନ୍ଦ୍ର କୁଅଁର, ଚକ୍ରଧର ସାହୁ, କୁଲୁ ପାଢୀ, ପ୍ରଶାନ୍ତ ସାହୁ , ଧନଞ୍ଜୟ ସାହୁ, ସୁବାସ ମଲ୍ଲିକ, ନିରଞ୍ଜନ ମଲ୍ଲିକ, ଚିନ୍ମୟ ପଣ୍ଡା , ଅଖିଳମୋହନ ଜେନା ପ୍ରମୁଖ ଦଳୀୟ କର୍ମକର୍ତା ଓ ସଦସ୍ୟମାନେ ଉପସ୍ଥିତ ପ୍ରଶିକ୍ଷଣ ନେଇଥିଲେ । ଶେଷରେ ମଣ୍ଡଳ ସଭାପତି ଶ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । (ରିପୋର୍ଟ – ରଶ୍ମିରେଖା ମଲ୍ଲିକ )
No Result
View All Result