No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୬ ଡିସେମ୍ବର ଶନିବାର ) ଢେଙ୍କାନାଳ :- ଓଡ଼ିଶାରେ ବିଜେପିର କୃଷକମାନଙ୍କୁ ମନେଇବା ଅଭିଯାନ ଚାଲିଛି । ବିଜେପି ନେତାମାନେ ନୂଆ କୃଷି ଆଇନ୍ ସମ୍ପର୍କରେ କୃଷକମାନଙ୍କୁ ଅବଗତ କରାଉଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ଢେଙ୍କାନାଳ ମିନି ଷ୍ଟାଡିୟମରେ ବିଜେପିର ବିଶାଳ ଚାଷୀ ସମାବେଶ ଆୟୋଜନ କରିଛି । ସମାବେଶରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚାଷୀ ମାନଙ୍କୁ କୃଷି ଆଇନ୍ ସମ୍ପର୍କରେ ଅବଗତ କରିଛନ୍ତି । ଚାଷୀଙ୍କୁ ଆତ୍ମ ନିର୍ଭର ପାଇଁଁ ପ୍ରଧାନମନ୍ତ୍ରୀ ଯୋଜନା ଆରମ୍ଭ କରି ସାରିଛନ୍ତି । ଚାଷୀଙ୍କ ଆୟକୁ ଦ୍ଵିଗୁଣା କରିବାକୁ ସମସ୍ତ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।ଇ-କମର୍ସ ଦ୍ଵାରା ଚାଷୀ ଲାଭବାନ ହୋଇପାରିବେ ।
ଚାଷୀଙ୍କ ମନରେ ଅଯଥା ଡର ଓ ଭ୍ରମ ତିଆରି କରାଯାଉଛି । ଚାଷୀଙ୍କ ଜମି ବଡ଼ କମ୍ପାନୀ କିଣିନେବ ଏବଂ ସର୍ବନିମ୍ନ ସହାୟକ ମୂଲ୍ୟ ଉଠାଇ ଦିଆଯିବ ବୋଲିି ଭ୍ରମିତ କରାଯାଉଛି ବୋଲିି କୃଷକମାନଙ୍କୁ ବୁଝାଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଏହି ସମାବେଶରେ ପୂର୍ବତନ ରାଜ୍ୟ ସଭାପତି କନକବର୍ଦ୍ଧନ ସିଂହଦେଓ, ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ରନାରାୟଣ ପାଣି, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ବିଧାୟକ ପ୍ରଦୀପ ପୁରୋହିତ, ବିଜେପି ନେତ୍ରୀ ପିଙ୍କି ପ୍ରଧାନ ପ୍ରମୁଖ ଯୋଗଦାନ କରି ନିଜର ବକ୍ତବ୍ୟ ରଖିଥିଲେ । (ରିପୋର୍ଟ୍, ଅମର ରଞ୍ଜନ ଦାସ)
No Result
View All Result