No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୬ ଡିସେମ୍ବର ଶନିବାର ) ପଦ୍ମପୁର :- ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ମିଠାପାଲ ଗ୍ରାମ ପଞ୍ଚାୟତ ମନଭଙ୍ଗ ଡେମ ଠାରେ ମାଁ ଦୁର୍ଗେଇ ଦେବୀଙ୍କ ପରିଚାଳନା କମିଟି ତରଫରୁ ଦ୍ବିତୀୟ ପ୍ରସ୍ତୁତି ବୈଠକ ଶ୍ରୀ ରଣଜିତ ମଲ୍ଲିକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଅନୁଷ୍ଠିତ ହୋଇଥିଲା । ବୈଠକରେ ଆସନ୍ତା ଡିସେମ୍ବର ମାସ ମାର୍ଗଶୀର ପୂର୍ଣ୍ଣିମା ଦିନ ତା ୩୦/୧୨ ରୁ ତା ୩୧/୧୨ ରିଖ ଦୁଇ ଦିନ ଧରି ମାଁ ଦୁର୍ଗେଇ ଖୋଲ ଯାତ୍ରା ପାଳନ କରାଯିବ ବିଷୟ ଆଲୋଚନା କରା ଯାଇଥିଲା , ଯାତ୍ରା ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ଏକ ଯୁବ ବାହିନୀ ଗଠିତ ହୋଇ ବିଭିନ୍ନ ବିଭାଗ ବଣ୍ଟନ କରାଯାଇଛି । ଭକ୍ତ ମାନେ ଦୁର୍ଗେଦେବୀଙ୍କୁ କିଭଳି ଦର୍ଶନ ଲାଭ କରିପାରିବେ ସେ ବିଷୟରେ ଆଲୋଚନା କରିଥିଲେ ।
କୋଭିଡ-୧୯ ନିୟମ କୁ ଅନୁପାଳନ କରି ଯାତ୍ରା ପାଳନ କରାଯିବ ବୈଠକରେ ନିଷ୍ପତ୍ତି ଗ୍ରହଣ କରିଥିଲେ । ଯାତ୍ରା ସମୟରେ ଦୁଇଦିନ ଧରି ମଦପାନ ନ କରିବାକୁ ବୈଠକରେ ସର୍ବସମ୍ମତି କ୍ରମେ ପ୍ରସ୍ତାବ ହୋଇ ଯାଇଛି । ଏହି ଦ୍ବିତୀୟ ପ୍ରସ୍ତୁତି ବୈଠକ ଦୁର୍ଗା ଦେବୀ ପରିଚାଳନା କମିଟି ସଭାପତି ମଧୁସୂଦନ ପାଣ୍ତେ,ପୂଜକ ନବୀନ ମଲ୍ଲିକ, ଅନୁରୁଦ୍ଧ ମଲ୍ଲିକ ,ନକୁଳ ମଲ୍ଲିକ, ତ୍ରିନାଥ ମଲ୍ଲିକ ଓ ଗୋଲାଫ ଦାଶ, କପୁର୍ଚନ ମଲ୍ଲିକ, ଯୋଗୀ ମଲ୍ଲିକ ,ହୀରନ ମଲ୍ଲିକ, ଟିକେଲାଲ ମାହାର, ଅଲେଖ ଧରୁଆ , ମହନ ମାଝୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ଅଂଶଗ୍ରହଣ କରିଥିଲେ । ବୈଠକରେ ଶେଷରେ ସଂପାଦକ ବେଣୁଧର ମଲ୍ଲିକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । (ରିପୋର୍ଟ – ନିରୋଜ କୁମାର ପାଣୀ )
No Result
View All Result