ଓଡ଼ିଶା ତାଜା ନ୍ୟୁଜ୍ (୨୬ ଡିସେମ୍ବର ଶନିବାର )ବରୀ :- ବିଜୁ ଜନତା ଦଳର ୨୪ ତମ ପ୍ରତିଷ୍ଠା ଦିବସରେ ବରୀ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ବ୍ରହ୍ମବରଦା ପଞ୍ଚାୟତରେ ପ୍ରତିଷ୍ଠା ଦିବସ ଆୟୋଜିତ କରାଯାଇଛି । ଦଳ ପ୍ରମୁଖ ତଥା ବିଜୁ ଜନତା ଦଳ ର ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ଦେଶ କ୍ରମେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ବରୀ ବିଧାୟିକା ଶ୍ରୀମତୀ ସୁନନ୍ଦା ଦାସ ଙ୍କ ସ୍ଵାସ୍ଥ୍ୟଗତ ସମସ୍ୟା କାରଣରୁ ଯୋଗଦେଇ ପାରିନଥିବାରୁ ତାଙ୍କ ପ୍ରତିନିଧି ତଥା ବରୀ ବିଜୁ ଜନତା ଦଳର ମାର୍ଗଦର୍ଶକ ଶ୍ରୀ ଦେବେନ୍ଦ୍ର କୁମାର ଦାସ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ । ଗତ ୨୪ ବର୍ଷ ମଧ୍ୟରେ ବିଜୁ ଜନତା ଦଳ ସାରା ଭାରତ ବର୍ଷରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି ।
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସ୍ୱଚ୍ଛ ଶାସନ , ଲୋକାଭିମୁଖୀ ଯୋଜନା ଓ ପ୍ରତିଟି ମୁହୂର୍ତ୍ତ କିପରି ଓଡ଼ିଆ ଜାତିର ଉନ୍ନତି ଦିଗରେ ଏକପାଦ ଆଗେଇ ଚାଲିଛନ୍ତି ତାହା ଆଲୋଚନା ର ବିଷୟ ପାଲଟିଥିଲା । ଯାଜପୁର ଜିଲ୍ଲା ବିଜୁ ଜନତା ଦଳର ସଭାପତି ଶ୍ରୀ ସରୋଜ କୁମାର ମହାପାତ୍ର ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରୀ ବ୍ଲକ ବିଜୁ ଜନତା ଦଳର ସଭାପତି ଶ୍ରୀ କେଦାର ସାମଲ , ବରୀ ନିର୍ବାଚନ ମଣ୍ଡଳୀ ଯୁବ ବିଜୁ ଜନତା ଦଳର ସଭାପତି ଶ୍ରୀ ଅଶୋକ ସାମଲ
, ବରୀ ବ୍ଲକ ଯୁବ ବିଜୁ ଜନତା ଦଳର ସଭାପତି ଶ୍ରୀ ରଞ୍ଜନ ପଣ୍ଡା, ରସୁଲପୁର ବ୍ଲକ ଯୁବ ବିଜୁ ଜନତା ଦଳର ସଭାପତି ଶ୍ରୀ ପ୍ରଫୁଲ୍ଲ କୁମାର ସାହୁ, ବରିଷ୍ଠ ବିଜେଡି ନେତା ଗଣେଶ୍ୱର ମହାକୁଡ , ବିଚିତ୍ରାନନ୍ଦ ଜେନା, ନିର୍ବାଚନ ମଣ୍ଡଳୀ ର ସମସ୍ତ ସରପଂଚ, ସମିତି ସଭ୍ୟ,ଜିଲ୍ଲା ପରିଷଦ, ବରୀ ବିଜୁ ଛାତ୍ର ଜନତା ଦଳର ସଭାପତି ଶ୍ରୀ ସଦିଚ୍ଛା ସାମଲ, ବରୀ ବିଜୁ ଛାତ୍ର ଜନତା ଦଳର ସାଧାରଣ ସମ୍ପାଦକ ଶ୍ରୀ ସମ୍ବିତ ସାମଲ ପ୍ରମୁଖ ଯୋଗ ଦେଇଥିଲେ । ( ରିପୋର୍ଟ ସ୍ୱୟଂ ପ୍ରକାଶ ଦାଶ )