No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୨୫ ଡିସେମ୍ବର ଶୁକ୍ରବାର ) ପାରଳାଖେମୁଣ୍ଡି :- ରା,ଉଦୟଗିରି ପୁଲିସ ଓ ଅବକାରୀ ପକ୍ଷରୁ ବେଆଇନ ଗଞ୍ଜେଇ ଚାଷନଷ୍ଟ ଅଭିଯାନ ଚାଲିଛି । ଗୁରୁ ବାର ରା,ଉଦୟଗିରି ପୁଲିସ ର।, ଉଦୟ ଗିରି ବ୍ଲକର ଦବରଗୁଡା ପଞ୍ଚୟତର ପାଇକରାୟ ଗ୍ରାମ ରେ ୭୯.୦୭୯ ଏକର ଜଙ୍ଗଲ ଜମିରେ ଚାଷ ହୋଇଥିବା ବେଆଇନ ଗଞ୍ଜେଇ ଗଛକୁ କାଟି ପୋଡି ନଷ୍ଟ କରାଯାଇଛି । ନଷ୍ଟ ଗଞ୍ଜେଇର ଅନୁମାନିକ ମୂଲ୍ୟ ୧୫ କୋଟି ୮୧ ଲକ୍ଷ ୫୮ ହଜ।ର ହେବ ବୋଲି ଥାନ ଅଧିକାରୀ ମମତା ନାୟକ କହିଛନ୍ତି । ଏ ନେଇ ରା,ଉଦୟଗିରି ଥାନାରେ ୧୨୧\୨୦ ମାମଲା ରୁଜୁ କରିବା ସ୍ଥାନୀୟ ପୁଲିସ ସୁତ୍ରରୁ ପ୍ରକାଶ ।
ଗତ ପାଞ୍ଚ ସପାହ ଧରି ଗଜପତି ଏସପି ତପନ କୁମାର ପଟ୍ଟନାୟକଙ୍କୁ ନିର୍ଦେଶ କ୍ରମେ ଗଜପତି ଜିଲ୍ଲାର ରା,ଉଦୟଗିରି ଥାନା ଅଞ୍ଚଳରେ ଅପରେସନ ଗ୍ରୀନ୍ହଣ୍ଟ ମାଧ୍ୟମରେ ଏହି ଗଞ୍ଜେଇ ଚାଷ ନଷ୍ଟ ଅଭିଯାନ ଚାଲୁ ରହିଛି । ବତ୍ତମାନ ଏହି ଜିଲ୍ଲାର ଥାନା ଅଞ୍ଚଳରୁ ପ୍ରାୟ ଶହଶହ କୋଟି ରୁ ଉଦ୍ଧ ମୂଲ୍ୟର ଗଞ୍ଜେଇ ଚାଷକୁ ନଷ୍ଟ କରାଗଲାଣି ଆଗକୁ ମଧ୍ୟ ଏହି ଚଢାଉ ଜାରି ରହିବ ବୋଲି ପୁଲିସ ପ୍ରକାଶ । ଏହି ଚଢାଉରେ ପୁଲିସ ,ଅବକାରୀ, ରାଜ୍ୟସ୍ବ ଓ ବନବିଭାଗ କର୍ମଚାରୀମାନେ ସାମିଲି ରହିଥିଲେ । ଏଥିସହ ଏହି ଚଢାଉରେ ର।, ଉଦୟ ଗିରି ତହସିଲିଦାର ସ୍ମୃତି ରଞ୍ଜନ ଶତପଥି ମାଜିଷ୍ଟ୍ରେଟ୍ ଦାୟିତ୍ବରେ ଯାଆନ୍ତି ।(ରିପୋର୍ଟ ଗରୁଡ଼ ଧ୍ୱଜ ଚୌଧୁରୀ )
No Result
View All Result