ମାହାଙ୍ଗା (ଓଡିଶା ତାଜା ନିଉଜ ) ମାହାଙ୍ଗା 2020:- ଦିନକୁ ଦିନ ବଢିଚାଲିଛି ଅପରାଧ, ଦିନ ଦି ପହରରେ ଲୋକଙ୍କ ସାମ୍ନାରେ ଘଟୁଛି ଅପରାଧ, କୋଉଠି ଗୁଳି ଫୁଟିଲାଣି ତ କୋଉଠି ବମ ଆଉ କୋଉଠି ଠେଙ୍ଗା ଖଣ୍ଡା ରେ ଆକ୍ରମଣ, ଥାନାରେ ଅଭିଯୋଗ କଲେ ମିଳୁଛି ଧମକ ଆଉ ମାମଲା ନା ଉଠାଇଲେ ଆକ୍ରମଣର ଶିକାର ହେଉଛନ୍ତି ସାଧାରଣ ଲୋକ, ଏମିତିକି ଥାନାରେ ଅଭିଯୋଗ କଲେ ତାକୁ ପ୍ରତିହତ କରିବା ପାଇଁ ହଉଚି ପାଲଟା ଅଭିଯୋଗ, ଏଠି ପୋଲିସ କଟପୁଟୁଳି ଭଳି ନାଚୁଛି, କାହାକୁ ନ୍ୟାୟ ଦବ ନିର୍ଦୋଷୀ କୁ ନା ଦୋଷୀକୁ, ସଂକଟରେ ପଡିଯାଉଛି ପୋଲିସ, ବହୁ ସମୟରେ ଦେଖିବାକୁ ମିଳୁଛି ମାଡ ମାରିବା ଲୋକ ନାଁରେ ମାମଲା ତ ପୁଣି ମାଡ ଖାଇବା ଲୋକ ନାଁରେ ବି ମାମଲା, କେମିତି ଲୋକ ନ୍ୟାୟ ପାଇବେ,
ଏଠି ଜୋର ଯାର ମୂଳକ ତାର ନୀତିରେ ଚାଲୁଚି ପ୍ରଶାସନ, ସମାଜ ରେ ଶାନ୍ତି ବଜାୟ ରଖିବାକୁ ହେଲେ ପାଲଟା ଅଭିଯୋଗକୁ ସରକାର ବନ୍ଦ କରନ୍ତୁ, ଆବଶ୍ୟକ ସ୍ଥଳେ ତଦନ୍ତ କରି ସତ୍ୟତାକୁ ନେଇ ହଉ ପାଲଟା ଅଭିଯୋଗ, ନହେଲେ ଧୀରେ ଧୀରେ ଆଇନ ଉପରୁ ସମସ୍ତଙ୍କର ଭରସା ତୁଟି ଯିବ, ଏପରି ଏକ ଘଟଣା ଘଟିଛି ମାହାଙ୍ଗା ଥାନା ରାମକାପୁର ମୁସଲିମ ସାହି ବସ୍ତିରେ, ଜଣେ ଦିବ୍ୟାଙ୍ଗ ଯୁବତୀ ଥାନାରେ ଅଭିଯୋଗ କରିବାରୁ ଅଭିଯୁକ୍ତ ମାନଙ୍କ ସଂଗବଧ ଆକ୍ରମଣ ର ଶିକାର ହୋଇଛନ୍ତି, ସୂଚନା ଅନୁଯାଇ ଏହି ଥାନା ଧାରୋଶ୍ୟମସୁନ୍ଦରପୁର ଗ୍ରାମର ସେକ ସମସୁର ର 30 ବର୍ଷିଆ ଦିବ୍ୟାଙ୍କ ଯୁବତୀ ହସରତନ ନିଶା ଯିଏ କଥା କହିପାରେନା, ତାର ରାମକାପୁର କେନାଲ କୁ ଲାଗି ଏକ ଜମି ରହିଛି, ସେଠି ଘର କରିବାପାଇଁ ଟ୍ରାକଟର ରେ ମାଟି ପକାଇ ଘର କରିବାକୁ ସମତୁଲ କରିଥିଲେ,
ହେଲେ ସେହି ଗାଁର ଆଵିତ ଅଲି ଙ୍କ ପୁଅ ଅସାତ ଅଲି ସେଇ ଜାଗା ସମ୍ମୁଖ ସରକାରୀ ଜାଗାରେ ଜବରଦସ୍ତ ଏକ କ୍ୟାବିନ ପକାଇଥିଲେ, ଯାହାକୁ ନେଇ ହସରତନ ମାହାଙ୍ଗା ଥାନାରେ 22-01-20 ରେ ଏକ ଅଭିଯୋଗ କରିଥିଲେ, ଅଭିଯୋଗ ପାଇବା ପରେ ପୋଲିସ ଆଜି ଅସାତ କୁ ଥାନାକୁ ଆସିବା ପାଇଁ କନେଷ୍ଟବଳ ଦ୍ୱାରା ଖବର ଦେଇଥିଲା, ଯାହାକୁ ନେଇ ଅସାତ ଉତକ୍ଷିପ୍ତ ହୋଇ ଆଜି ପୁନର୍ବାର ହସରତନ ଙ୍କ ଘର ଆଗରେ ଗାଳିଗୁଲଜ କରି କେସ ଉଠାଇବାପାଇଁ ଧମକ ଦେଇ ଥିଲା,
ସନ୍ଧ୍ୟାରେ ହସରତନ ପରିବାର ଲୋକଙ୍କ ସହ ତାଙ୍କ ଜାଗାରେ ଯାଇ ମାଟି ସମତୁଲ କରୁଥିବାବେଳେ ସେଠାରେ ଅସାତ ଓ 20ରୁ ଉର୍ଦ୍ଧ ସହଯୋଗୀଙ୍କ ସହ ପହଂଚି ପୁନର୍ବାର ଗାଳି ଗଲଜ କରି ତାଙ୍କ ପରିବାର ଉପରକୁ ଠେଙ୍ଗା ରଡ଼ ଓ ଖଣ୍ଡା ଚେନ ଧରି ଅତର୍କିତ ମରଣାତ୍ମକ ଆକ୍ରମଣ କରିଥିଲା, ଏଥିରେ ହସରତନ ସହ ତାର ମା ଜୀନାତୁନ ଭାଇ ମୁଷଲିମ, ଭଉଣୀ ମୁଷ ରତନ, ରସଦା, ସବିନା ଆହତ ହେଇ ମାହାଙ୍ଗା ମେଡିକାଲରେ ଭର୍ତି ହୋଇଥିଲେ, ଭାଇ ରକ୍ତ ବାନ୍ତି ଓ ମା ଛାତି ପେଟରେ ଯନ୍ତ୍ରଣା ହେବାରୁ ତାଙ୍କୁ କଟକ ବାଡ଼ ମେଡିକାଲ ସ୍ଥାନାଂତର କରାଯାଇଥିବା ମାହାଙ୍ଗା ଥାନାରେ ଅଭିଯୋଗ ହୋଇଛି,
ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଚଳାଇଥିଲେ ବେଳେ କାହାରିକୁ ଗିରଫ କରିନି, ଗତକାଲି ଠିକ ଏହିପରି ଜଣେ କୁଣ୍ଡି ଅଂଚଳର ଦିବ୍ୟାଙ୍ଗ ମହିଳାଙ୍କୁ ତାଙ୍କ ଦେଢ଼ସୁର ମାଡ ମାରି ହାତ ଗୋଡ ଫ୍ୟାକଚର କରିଥିବା ବେଳେ ସେ କଟକ ବାଡ଼ ଡାକ୍ତର ଖାନାରେ ଭର୍ତି ହୋଇଥିବା ବେଳେ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ଦେଢ଼ ସୁର କୁ ଗିରଫ କରିନି, ଠିକ ଏହି ପରି ତାଙ୍କ ପରିବାରକୁ କେସ ଉଠାଇବାକୁ ଅଭିଯୁକ୍ତ ଧମକ ଦେଉଥିବା ଜଣା ଯାଇଛି,
ଯଦି ଏଭଳି ସମ୍ବେଦନ ସିଲା ଘଟଣାରେ ପୋଲିସ ନିରବଦ୍ରଷ୍ଟ୍ରା ରୁହେ ତେବେ ସାଧାରଣ ଲୋକ କିପରି ସମାଜରେ ବସବାସ କରିବେ ତାହା ସାଧାରଣରେ ପ୍ରଶ୍ନବାଚୀ ହେଇଚି, ମୁସଲିମ ସାହି ଆକ୍ରମଣରେ ପୂର୍ବରୁ ବହୁ ଅପରାଧରେ ଜଡିତ ଅସାମାଜିକ ବ୍ୟକ୍ତି ଜଡିତ ଥିବାରୁ ତୁରନ୍ତ ଆକ୍ରମଣ କାରି ମାନଙ୍କୁ ଗିରଫକରିବାକୁ ଦିବ୍ୟାଙ୍ଗ ଯୁବତୀ କଟକ ଗ୍ରାମାଞ୍ଚଳ ପୋଲିସ ଆରକ୍ଷୀ ଅଧିକ୍ଷକ ଙ୍କ ନିକଟରେ ଦାବୀ କରିଚନ୍ତି, ଯଦି ସେମାନଙ୍କୁ ପୋଲିସ ତୁରନ୍ତ ଗିରଫ ନକରେ ତେବେ ପରିବାର ସହ ଥାନାରେ ଧାରଣା ଦେବେବୋଲି ଯୁବତୀ ଜଣକ କହିଛନ୍ତି,( ମାହାଙ୍ଗାରୁ ଲଷ୍ମୀଧର ଖୁଣ୍ଟିଆଙ୍କ ରିପୋର୍ଟ,)