• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

କୋଭିଡ୍ ସଚେତନତା ରଥ ପରିକ୍ରମାର ଶୁଭାରମ୍ଭ – ଭୁବନେଶ୍ୱର

Proprietor Abhimanyu Maharana by Proprietor Abhimanyu Maharana
December 24, 2020
in ଓଡ଼ିଶା, ଖୋର୍ଦ୍ଧା, ମନୋରଞ୍ଜନ, ହୋମ୍
0
କୋଭିଡ୍ ସଚେତନତା ରଥ ପରିକ୍ରମାର ଶୁଭାରମ୍ଭ – ଭୁବନେଶ୍ୱର
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୨୪ ଡିସେମ୍ବର ଗୁରୁବାର ) ଭୁବନେଶ୍ୱର :- ଓଡିଆ ଭାଷା ,ସାହିତ୍ୟ ଓ ସଂସ୍କୃତି ବିଭାଗ, ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ୟୁନିସେଫ୍ ଓଡିଶା ଶାଖାର ମିଳିତ ଆନୁକୂଲ୍ୟରେ ଆଜି ପୂର୍ବାହ୍ଣରେ ଭୁବନେଶ୍ୱର ରାଜ୍ୟ ସଂସ୍କୃତି ବିଭାଗ କାର୍ଯ୍ୟାଳୟ ସ୍ଥିତ ସଂସ୍କୃତି ଭବନ ଠାରୁ କୋଭିଡ୍ ସଚେତନତା ରଥ ପରିକ୍ରମାର ଶୁଭାରମ୍ଭ କରାଯାଇଛି । ୭ଟି କୋଭିଡ୍‌ ସଚେତନତା ରଥ ରାଜ୍ୟର ୭ଟି ଜିଲ୍ଲା ଯଥା ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଗଂଜାମ, ଖୋର୍ଦ୍ଧା ସମେତ ଭୁବନେଶ୍ୱର ମହାନଗର ନିଗମ ମଧ୍ୟରେ ଡିସେମ୍ବର ୨୪ରୁ ୩୦ତାରିଖ ପର୍ଯ୍ୟନ୍ତ ୭ ଦିନ ବ୍ୟାପି ପରିକ୍ରମା କରି ସଚେତନତା ସୃଷ୍ଟି କରିବ । ଏହି ରଥ କରୋନା ମହାମାରୀରୁ ରକ୍ଷାପାଇଁ ଏବଂ ନିଜକୁ ସୁରକ୍ଷିତ ରଖିବା ପାଇଁ ଜନସାଧାରଣଙ୍କୁ ସଚେତନ କରିବ । ସ୍ଥାନୀୟ ଲୋକକଳାକାରମାନେ ମଧ୍ୟ ଏହି ସଚେତନତା କାର୍ଯ୍ୟରେ ଅଂଶ ଗ୍ରହଣ କରିବେ ।

ଏହି କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ସବୁଜ ପତାକା ଦେଖାଇ ଉଦ୍‌ଘାଟନ କରି ରାଜ୍ୟ ଜଳ ସଂପଦ , ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ କହିଲେ ଯେ, ଶୀତଋତୁକୁ ଦୃଷ୍ଟିରେ ରଖି ଏହି ସଚେତନତା କାର୍ଯ୍ୟକ୍ରମ କରାଯିବାର ଆବଶ୍ୟକତା ରହିଛି । କୋଭିଡ୍ ବିରୁଦ୍ଧ ପ୍ରତ୍ୟେକ କାର୍ଯ୍ୟ ମୂଳରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନ ଓ ଦୂରଦୃଷ୍ଟି ରହିଆସିଛି । ତାଙ୍କ ଦ୍ୱାରା ନିୟମିତ ସମୀକ୍ଷା ଓ ବଳିଷ୍ଠ ପଦକ୍ଷେପ ଯୋଗୁଁ ଓଡିଶା କୋଭିଡ୍ ପରିଚାଳନା କ୍ଷେତ୍ରରେ ଭାରତ ବର୍ଷରେ ସୁନାମ ଅର୍ଜନ କରିଛି । ଏଥିପାଇଁ ଓଡିଶା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମଧ୍ୟ ଦୃଷ୍ଟି ଆକର୍ଷଣ କରିଛି । ଲୋକ କଳାକାରମାନେ ସରକାରଙ୍କର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ପ୍ରଚାର ପ୍ରସାରରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି । ସେମାନଙ୍କ ଦ୍ୱାରା କୋଭିଡ୍ ସଚେତନତା ବାର୍ତା ପହଁଚାଇବାର ନୂଆ ଚିନ୍ତାଧାରା ଲୋକମାନଙ୍କ ପାଇଁ ମଙ୍ଗଳଦାୟକ ସାବ୍ୟସ୍ତ ହେବ ବୋଲି ମନ୍ତ୍ରୀ ଶ୍ରା ଦାସ ତାଙ୍କ ଅଭିଭାଷଣରେ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ରାଜ୍ୟ ଓଡିଆ ଭାଷା ଓ ସଂସ୍କୃତି ବିଭାଗର ପରାମର୍ଶ ଦାତା ଶ୍ରୀ ଜନ୍ମେଜୟ ଲେଙ୍କା ଯୋଗଦେଇ କହିଲେ ଯେ, ଗାଁ ଗହଳିରେ କୋଭିଡ୍ ସଚେତନତା ସୃଷ୍ଟି କରିବା ପାଇଁ ଲୋକ କଳାକାରମାନେ ଆଗେଇ ଆସିଛନ୍ତି ।

ତେବେ ଏଥିପାଇଁ କୋଭିଡ୍ ସ୍ଥିତିରେ ଅଧିକ ଶ୍ରମସ୍ୱୀକାର କରିବାକୁ ଥିଲେ ହେଁ, ଏହି ସଚେତନତା ବାର୍ତା ପ୍ରଚାର ପାଇଁ ସେମାନେ ଯେଉଁ ଦାୟିତ୍ୱ ନେଇଛନ୍ତି, ତାହା ଅତ୍ୟନ୍ତ ପ୍ରଶଂସନୀୟ । ଓଡିଆ ଭାଷା ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ଯୋଗଦେଇ କହିଲେ ଯେ, କରୋନା ସଂକ୍ରମଣର ମାତ୍ରା ହ୍ରାସ ପାଇଥିଲେ ବି ଏହା ଆମଠାରୁ ସମ୍ପୂର୍ଣ୍ଣ ଦୂରେଇ ଯାଇନି । ପ୍ରଥମ ପର୍ଯ୍ୟାୟରେ କୋଭିଡ୍ ରଥ ୭ଟି ଜିଲ୍ଲା ପାଇଁ ଆରମ୍ଭ କରାଯାଇଥିବା ବେଳେ ଅନ୍ୟ ଜିଲ୍ଲାପାଇଁ ମଧ୍ୟ ଏହି କାର୍ଯ୍ୟ ଆଗକୁ କରାଯିବ ବୋଲି ସେ କହିଥିଲେ । ସୂଚନା ଓ ଲୋକ ସମ୍ପର୍କ ବିଭାଗ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂହ ଯୋଗଦେଇ କହିଲେ ଯେ, ଯେବେଠାରୁ କୋଭିଡ୍ ଆସିଛି, ଓଡିଶାରେ ଏହାର ସଂକ୍ରମଣକୁ ରୋକିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ପଦକ୍ଷେପ ନିଆଯାଇଛି । କରୋନା ରୋକିବା ପାଇଁ ଓା÷ଷଧ ବାହାରିବା ଓ ଏହାର ସଫଳ ଫଳପ୍ରଦ ହେବା ପର୍ଯ୍ୟନ୍ତ ଆମ ସମସ୍ତଙ୍କୁ ମାସ୍କ ବ୍ୟବହାର, ୨ ମିଟର ଶାରିରୀକ ଦୂରତା ରକ୍ଷା ଓ ୪୦ ସେକେଣ୍ଡ ଧରି ହାତ ଧୋଇବା ଅଭ୍ୟାସକୁ ମାନି ଚଳିବା ସଂପର୍କରେ ସଚେତନତା ଜାରି ରହିବାର ଆବଶ୍ୟକତା ରହିଛି ବୋଲି ସେ ପ୍ରକାଶ କରିଥିଲେ ।

ପ୍ରାରମ୍ଭରେ ଓଡିଆ ଭାଷା ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଶ୍ରୀ ରଂଜନ କୁମାର ଦାସ ଯୋଗଦେଇ କହିଲେ ଯେ, କରୋନା କଟକଣା ଯୋଗୁଁ ଦୀର୍ଘ ଦିନ ଧରି ଲୋକ କଳାକାରମାନଙ୍କର ଜୀବନ ଜୀବିକା ନେଇ ପଦକ୍ଷେପ ନେବାକୁ ସରକାରଙ୍କ ଠାରେ ସେମାନଙ୍କର ଦାବୀ ଥିଲା । କରୋନା ସଂକ୍ରମଣ ପରବର୍ତୀ ସଚେତନତାର ବାର୍ତାନେଇ କଳାକାରମାନେ ମୃତାହତ ସଂଖ୍ୟାକୁ କମାଇବାରେ ଅଧିକ ସହାୟକ ହେବେ ବୋଲି ସେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ୟୁ.ନି.ସେ.ଫ୍‌ର ସ୍ୱାସ୍ଥ୍ୟ ବିଶେଷଜ୍ଞ ଡା. ମୀନା ସୋମ, ୟୁନିସେଫ୍ ଶାଖା ମୁଖ୍ୟ ଡା. ସୋମେନ୍ ରୟ , ୟୁନିସେଫ୍‌ର ସଂସ୍କୃତି ସଂଯୋଜକ ଶ୍ରୀ ବାସୁଦେବ ମାଳ ବିଶୋଇ, ସଂସ୍କୃତି ବିଭାଗ ଉପ ନିର୍ଦ୍ଦେଶକ ଶ୍ରୀ ଦେବାନନ୍ଦ ବରିହା, ସୂଚନା ଓ ଲୋକ ସଂପର୍କ ବିଭାଗ ବୈଷୟିକ ନିର୍ଦ୍ଦେଶକ ଶ୍ରୀ ନିରଂଜନ ସେଠୀ ପ୍ରମୁଖ ଯୋଗଦେଇଥିଲେ । ଏହି ପରିପ୍ରେକ୍ଷୀରେ ଶ୍ରୀ ମାଳବିଶୋଇଙ୍କ ଦ୍ୱାରା ରଚିତ ଓ ସଂଯୋଜିତ କରୋନା ସଚେତନତା ଆଧାରିତ ଅଡିଓ ସିଡି ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ସୂଚନା ଓ ଲୋକ ସଂପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ କୃପାସିନ୍ଧୁ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ପୂର୍ବକ କୋଭିଡ୍ କଟକଣା ଅନୁପାଳନ ପାଇଁ ଅନୁରୋଧ କରିଥିଲେ ।

କାର୍ଯ୍ୟକ୍ରମରେ ନାରାୟଣ ସ୍ୱାଇଁ ଓ ସାଥୀ ଏବଂ ଅନ୍ତର୍ଯ୍ୟାମୀ ବାରିକ ଏବଂ ସାଥୀଙ୍କ ଦ୍ୱାରା କୋଭିଡ୍ ସଚେତନତା ଉପରେ ଯଥାକ୍ରମେ ପାଲା ଓ ଘୋଡାନାଚ ପରିବେଷଣ କରାଯାଇଥିଲା । ଶ୍ରୀ ଅବନୀ କୁମାର ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ପ୍ରକାଶ ଥାଉକି, ପ୍ରସ୍ତୁତ ଯୋଜନା ଅନୁସାରେ ଚଳିତ ମାସ ୨୫ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ସକାଳ ୯ଟାରୁ ସଂଧ୍ୟା ୫ ଘଟିକା ପର୍ଯ୍ୟନ୍ତ ଦିନକୁ ୨ ଗୋଟି ଭିନ୍ନ ଭିନ୍ନ ଲୋକକଳା ଦଳକୁ ସଚେତନତା ରଥ ସହ ସାମିଲ କରାଯିବ । ବ୍ୟବସ୍ଥା ହୋଇଥିବା ଗାଡିରେ ଲୋକକଳା ଦଳ କୋଭିଡ୍ ସମ୍ପର୍କରେ ଅନୁମୋଦିତ ହୋଇଥିବା ଲେଖା ଅନୁସାରେ ମଝିରେ ମଝିରେ ସଚେତନତା କାର୍ଯ୍ୟକ୍ରମ ପରିବେଷଣ କରିବେ । ଏ ସଂପର୍କରେ ସବିଶେଷ ନିର୍ଦ୍ଦେଶନାମା ତଥା ନିୟମାବଳୀ ରାଜ୍ୟ ସଂସ୍କୃତି ବିଭାଗ ତରଫରୁ ଜାରି କରାଯାଇଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Lovely Professional University Successfully Conducts 2nd Edition of “Experience LPU – A Day of Lifetime Inspiration” in Bhubaneswar, Odisha

Lovely Professional University Successfully Conducts 2nd Edition of “Experience LPU – A Day of Lifetime Inspiration” in Bhubaneswar, Odisha

June 13, 2026
ଓଡ଼ିଆ ଅନୁବାଦ : ସମାଜର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରମାନଙ୍କୁ ଆର୍ଥିକ ସହାୟତା 

समाज के आर्थिक रूप से कमजोर परिवारों को आर्थिक सहायता

June 13, 2026
ଓଡ଼ିଆ ଅନୁବାଦ : ସମାଜର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରମାନଙ୍କୁ ଆର୍ଥିକ ସହାୟତା 

ଓଡ଼ିଆ ଅନୁବାଦ : ସମାଜର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରମାନଙ୍କୁ ଆର୍ଥିକ ସହାୟତା 

June 13, 2026
ଭୟଙ୍କର ଅଗ୍ନିକାଣ୍ଡରେ ଜଳିଗଲା ୫ ବଖରା ଘର ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ଭୟଙ୍କର ଅଗ୍ନିକାଣ୍ଡରେ ଜଳିଗଲା ୫ ବଖରା ଘର ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି

June 13, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Lovely Professional University Successfully Conducts 2nd Edition of “Experience LPU – A Day of Lifetime Inspiration” in Bhubaneswar, Odisha

Lovely Professional University Successfully Conducts 2nd Edition of “Experience LPU – A Day of Lifetime Inspiration” in Bhubaneswar, Odisha

June 13, 2026
ଓଡ଼ିଆ ଅନୁବାଦ : ସମାଜର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରମାନଙ୍କୁ ଆର୍ଥିକ ସହାୟତା 

समाज के आर्थिक रूप से कमजोर परिवारों को आर्थिक सहायता

June 13, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version