No Result
View All Result
ନବନିଯୁକ୍ତ ଅଧ୍ୟାପିକ ଓ ଅଧ୍ୟାପିକା ମାନଙ୍କ ଦିଗ୍ଦର୍ଶନ, ବେସରକାରୀ ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟ ନିମନ୍ତେ ୮୦ ଜଣ ଅଧ୍ୟାପକଙ୍କ ନିଯୁକ୍ତି ‘ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ମହାବିଦ୍ୟାଳୟ ଗୁଡ଼ିକରେ ଅଧ୍ୟାପକ ନିଯୁକ୍ତି ନିମନ୍ତେ ବ୍ୟାପକ ପ୍ରକ୍ରିୟା ଚାଲିଛି ’ ସତ୍ୟକୁ ଉନ୍ମୋଚିତ କରିବା ପାଇଁ ଐତିହାସିକମାନଙ୍କ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ରହିଛି – ମନ୍ତ୍ରୀ ଡ. ସାହୁ
ଓଡ଼ିଶା ତାଜା ନ୍ୟୁଜ(୨୪ ଡିସେମ୍ବର ଗୁରୁବାର) ଭୁବନେଶ୍ୱର :- ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟରେ ଅଧ୍ୟାପକ ପଦବୀ ପୂରଣ ନିମନ୍ତେ ପ୍ରାଥମିକତା ପ୍ରଦାନ କରାଯାଉଛି । ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ମହାବିଦ୍ୟାଳୟ ଗୁଡ଼ିକରେ ଅଧ୍ୟା ପକ ନିଯୁକ୍ତି ନିମନ୍ତେ ବ୍ୟା ପକ ପ୍ରକ୍ରିୟା ଚାଲିଛି । ବିଭିନ୍ନ ବେସରକାରୀ ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟ ଗୁଡ଼ିକରେ ୨୦୧୬ ମସିହାରୁ ଆଜି ପର୍ଯ୍ୟନ୍ତ ୨୪୦୩ ଜଣ ଅଧ୍ୟାପକଙ୍କୁ ରାଜ୍ୟ ସିଲେକ୍ସନ୍ ବୋର୍ଡ ଦ୍ୱାରା ଚୟନ କରାଯାଇ ନିଯୁକ୍ତି ଦିଆଯାଇଛି । ଏଥି ସହିତ ଆଉ ୯୭୨ଟି ଅଧ୍ୟାପକ ପଦବୀ ପୂରଣ ପାଇଁ ପ୍ରାର୍ଥୀ ଚୟନ ନିମନ୍ତେ ରାଜ୍ୟ ସିଲେକ୍ସନ୍ ବୋର୍ଡକୁ ସୁ ପାରିଶ କରାଯାଇଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି ।
ଆଜି ପୂର୍ବାହ୍ନରେ କୃଷି ଭବନରେ ଇତିହାସ, ଓଡ଼ିଆ ଏବଂ ରାଜନୀତି ବିଜ୍ଞାନରେ ନବନିଯୁକ୍ତ ୮୦ ଜଣ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କ ନିମନ୍ତେ ଆୟୋଜିତ ଦିଗ୍ଦର୍ଶନ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଡ. ସାହୁ କହିଲେ ଯେ ଛାତ୍ରଛାତ୍ରୀ ମାନେ ବହୁଳ ଭାବରେ ଶିକ୍ଷକ ମାନଙ୍କ ଦ୍ୱାରା ପ୍ରଭାବିତ ହେଉଥିବା ଦୃଷ୍ଟିରୁ ବିଦ୍ୟାର୍ଥୀ ମାନଙ୍କୁ ଗଢ଼ିବା ଦିଗରେ ଅଧ୍ୟାପକଅଧ୍ୟାପିକା ମାନେ ଅଧିକ ଧନିବାନ ହେବା ଆବଶ୍ୟକ । ଶିକ୍ଷକମାନେ ଛାତ୍ର ଗଢ଼ିବା ସହିତ ଦେଶ ଗଢ଼ିଥାନ୍ତି । ଅଭିଭାବକ ମାନେ ମଧ୍ୟ ଶିକ୍ଷକ ମାନଙ୍କ ଉପରେ ସଂପୂର୍ଣ୍ଣ ଭରସା କରି ପିଲା ମାନଙ୍କୁ ପାଠ ପଢ଼ିବାକୁ ଛାଡ଼ୁଥିବାରୁ ଅଧ୍ୟାପକ ମାନେ ଛାତ୍ରଛାତ୍ରୀ ତଥା ଅଭିଭାବକ ମାନଙ୍କ ସହିତ ନିରନ୍ତର ସଂପର୍କ ରକ୍ଷା କରି ଏଭଳି ବିଦ୍ୟାର୍ଥୀ ତିଆରି କରନ୍ତୁ ଯେଉଁମାନେ କି ଭବିଷ୍ୟତରେ କୌଣସି ପ୍ରକାରର ନକରାତ୍ମକ ପ୍ରଭାବରେ ପ୍ରଭାବିତ ହେବ ନାହିଁ । ଏହି ଅବସରରେ ମନ୍ତ୍ରୀ ଡ. ସାହୁ କହିଥିଲେ ଯେ ସତ୍ୟକୁ ଉନ୍ମୋଚିତ କରିବା ପାଇଁ ଐତିହ୍ୟାସିକମାନଙ୍କର ଗୁରୁତ୍ୱ ପୂର୍ଣ୍ଣ ଭୂମିକା ରହିଛି ।
ପ୍ରତ୍ୟେକ ଜିନିଷର ଏକ ଇତିହାସ ରହିଥିବାବେଳେ ଇତିହାସକୁ ଛାଡ଼ିଦେଇ କେହି ସ୍ୱୟଂସଂପୂର୍ଣ୍ଣ ହୋଇ ପାରିନାହିଁ । ଅତୀତ ଇତିହାସକୁ ବଶ୍ଳେଷଣ କରି ବର୍ତ୍ତମାନର କାର୍ଯ୍ୟ ପନ୍ଥା ନିର୍ଣ୍ଣୟ କରିପାରିଲେ ଏକ ଗୌରବମୟ ଇତିହାସ ସୃଷ୍ଟି ସମ୍ଭବ ହେବ ବୋଲି ସେ କହିଥିଲେ । ଅଧ୍ୟାପକ ମାନେ ସବୁବେଳେ ଆହୁରି ଭଲ କରିବା ମନୋଭାବ ପୋଷଣ କରି ପାରିଲେ ଜୀବନରେ ନିଶ୍ଚିତ ସଫଳତା ହାସଲ କରି ପାରିବେ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ । ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର ଉଦ୍ବୋଧନ ଦେବା ଅବସରରେ କହିଲେ ପାଠ ପଢ଼ିବାକୁ ସବୁବେଳେ ଆକର୍ଷଣୀୟ କରି ପାରିଲେ ବିଦ୍ୟାର୍ଥୀ ମାନେ ଅଧିକ ମାତ୍ରାରେ ଉତ୍ସାହିତ ହେବେ । ଉଚ୍ଚଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ନିମନ୍ତେ ବିଭାଗ ଅନେକ ଗୁଡ଼ିଏ ସଂସ୍କାର ମୂଳକ ପଦକ୍ଷେପ ନେଇଥିବା ବେଳେ ଏହାର ସଠିକ୍ ରୂପାୟନ କରି ଛାତ୍ରଛାତ୍ରୀଙ୍କ ନିକଟରେ ଏହାର ସୁଫଳ ପହଞ୍ଚାଇବା ଦିଗରେ ଅଧ୍ୟାପକ ଅଧ୍ୟାପିକା ମାନେ ନିଷ୍ଠାର ସହ କର୍ତ୍ତବ୍ୟ ସଂପାଦନ କରିବା ଉଚିତ ।
ପାଠପଢ଼ା ବ୍ୟତୀତ ଅଧ୍ୟାପକ ମାନେ ମହାବିଦ୍ୟାଳୟର ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିବା ଉପରେ ସଚିବ ଶ୍ରୀ ମିଶ୍ର ଗୁରୁତ୍ୱାରୋପ କରିଥିଲେ । ଏଥି ସହିତ ଯେକୌଣସି ପ୍ରତିକୂଳ ପରିସ୍ଥିତି ସହିତ ଖାପଖୁଆଇ କାର୍ଯ୍ୟ କରିବା ପାଇଁ ସେ ଅଧ୍ୟାପକ ଅଧ୍ୟାପିକା ମାନଙ୍କୁ ପରାମର୍ଶ ଦେଇଥିଲେ । ଆଜିର ଦିଗ୍ଦର୍ଶନ କାର୍ଯ୍ୟକ୍ରମରେ ବିଭିନ୍ନ ଅନୁଦାନ ପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟରେ ନିଯୁକ୍ତି ନିମନ୍ତେ ଚୟନ କରାଯାଇଥିବା ଅଧ୍ୟାପିକା ଓ ଅଧ୍ୟାପକ ମାନଙ୍କ ମଧ୍ୟରୁ ୭୪ ଜଣ ଇତିହାସ ବିଭାଗର ହୋଇଥିବା ବେଳେ ଓଡ଼ିଆ ବିଭାଗରେ ୫ ଜଣ ଏବଂ ରାଜନୀତି ବିଜ୍ଞାନ ବିଭାଗର ଜଣେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ଉଚ୍ଚଶିକ୍ଷା ବିଭାଗର ଯୁଗ୍ମ ସଚିବ ଶ୍ରୀ ସୁରେନ୍ଦ୍ର କୁମାର ପଣ୍ଡା ପରିଚାଳନା କରିଥିଲେ ।
No Result
View All Result