ଓଡ଼ିଶା ତାଜା ନ୍ୟୁଜ (୨୪ ଡିସେମ୍ବର ଗୁରୁବାର ) ଭୁବନେଶ୍ୱର :– ପୂର୍ବ ଭାରତର ସର୍ବବୃହତ ଗହଣା ରିଟେଲ୍ ଶୃଙ୍ଖଳା ସେନ୍କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡସ୍ ପକ୍ଷରୁ ଆକର୍ଷଣୀୟ ଅଫର-ଦି ଗ୍ରେଟ୍ ଇଣ୍ଡିଆନ ୱେଡିଂ କାର୍ନିଭାଲ୍ ଅଫର ଘୋଷଣା କରାଯାଇଛି ଯାହା ଏହି ଶୀତ ଋତୁରେ ବିବାହ କିମ୍ବା ବାର୍ଷିକୀ ଭଳି ଜୀବନର ଶ୍ରେଷ୍ଠ ମୁହୂର୍ତକୁ ପାଳନ କରିବା ଲାଗି ସ୍ୱତନ୍ତ୍ର ଭାବେ ଡିଜାଇନ୍ ହୋଇଥିବା ବ୍ୟାପକ ବର୍ଗର ଗହଣା ମଧ୍ୟରୁ ଚୟନ କରିବାରେ ଗ୍ରାହକ ମାନଙ୍କ ପାଇଁ ସହାୟକ ହେବ । ଏହି ଅଫରର ଅଂଶ ସ୍ୱରୂପ ଗ୍ରାହକ ମାନେ ବିଶୁଦ୍ଧ ସୁନା, ହୀରା ଗହଣା, ରୁପା ସମ୍ଭାର ଏବଂ ଗୋସିପ୍ ଗହଣା କିଣିବାରେ ବିପୁଳ ଲାଭ ହାସଲ କରିବେ । ଏହି ବ୍ରାଣ୍ଡ୍ର ସ୍ୱତନ୍ତ୍ର ବଧୂ ଗହଣା ସମ୍ଭାର ରହିଛି-ଦି ଗ୍ରେଟ୍ ଇଣ୍ଡିଆନ୍ ୱେଡିଂ କଲେକ୍ସନ ୨୦୨୧ ବିବାହ ଋତୁର ବର୍ଦ୍ଧିତ ଚାହିଦାକୁ ପୂରଣ କରିବ । ସୁନା ଓ ହୀରାର ଆକର୍ଷଣୀୟ ଡିଜାଇନ୍କୁ ନେଇ ଦି ଗ୍ରେଟ୍ ବିବାହ ଗହଣା ସମ୍ଭାର ସେନ୍କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡସ୍ର କାରିଗରମାନଙ୍କ ପାଖରେ ଥିବା ଗୁଣାତ୍ମକ କାରିଗରୀକୁ ପ୍ରଦର୍ଶିତ କରୁଛି । ଶ୍ରୀଯୁକ୍ତ ଶୁଭଙ୍କର ସେନ୍, ସିିଇଓ, ସେନ୍କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡସ୍ କହିଛନ୍ତି ଯେ, “ଆମର ବ୍ରାଣ୍ଡ୍ ଶ୍ରେଷ୍ଠ ଓ ଅତୁଳନୀୟ ଡିଜାଇନ୍ ଓ କାରିଗରୀ ପାଇଁ ଜଣାଶୁଣା । ଅଫରର ଏହି କାର୍ନିଭାଲ୍ ସୁନ୍ଦର ଗହଣା ସହିତ ସ୍ୱତନ୍ତ୍ର ମୁହୂର୍ତ ଆଲୋକିତ କରିବାରେ ଗ୍ରାହକଙ୍କୁ ଉତ୍ସାହିତ କରିବ ।
ସ୍ଥାନୀୟ ସ୍ୱାଦ ଓ ଉତ୍ସବର ଚାହିଦା ଅନୁସାରେ ଆମେ ନୂଆ ଏବଂ ଆକର୍ଷଣୀୟ ବର୍ଗକୁ ଉନ୍ମୋଚନ କରିଛୁ । ଉତର ଭାରତ ପାଇଁ ଆମ ପାଖରେ କୁନ୍ଦନ, ପୋଲକି ଓ ଆଂଟିକ୍ ଗହଣା, ଦେଶର ପୂର୍ବ ଭାରତ ପାଇଁ ଫିଲିଗ୍ରି ଏବଂ ବାଙ୍ଗାଲୋର ଓ ହାଇଦ୍ରାବାଦ ଭଳି ସ୍ଥାନ ପାଇଁ ମନ୍ଦିର ଗହଣାର ସମ୍ଭାର ରହିଛି । ଆମେ ହୀରା ଗହଣା ସମ୍ଭାରକୁ ଉନ୍ନତ କରିଛୁ ଏବଂ ହୀରା ଗହଣା ପାଇଁ ନୋ କଷ୍ଟ୍ ଇଏମ୍ଆଇ ଓ ବିନା ମୂଲ୍ୟର ବୀମା ଉପସ୍ଥାପନ କରିଛୁ ଯାହା ବଜେଟ୍ ଭିତରେ ହୀରା ଆଶାକୁ ପୂରଣ କରିବ । ଗଢ଼ା ମୂଲ୍ୟ ଉପରେ ରିହାତି ଏହି ଗହଣା ଗୁଡ଼ିକୁ ଆମର ମୂଲ୍ୟବାନ ଗ୍ରାହକଙ୍କ ପାଇଁ ଆହୁରି ସୁଲଭ କରିଛି ।’’ ଆକର୍ଷଣୀୟ ଗହଣା ସହିତ ମନଲୋଭା ଅଫରର ଲକ୍ଷ୍ୟ ହେଉଛି ସେନ୍କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡସ୍ର ଗ୍ରାହକମାନଙ୍କୁ ସୁନା, ହୀରା, ପ୍ଲାଟିନମ ଏବଂ ରୁପା ଗହଣା ଉପରେ ଅତୁଳନୀୟ ଖୁଚୁରା ଅନୁଭୂତି ପ୍ରଦାନ କରିବା । କଂପାନି ପାଖରେ ଗୋଟିଏ ଛାତ ତଳେ ବ୍ୟାପକ ବର୍ଗର ଗହଣା ରହିଛି ଯଥା ଯେକୌଣସି ଅବସରରେ ଉପହାର ପାଇଁ ଏଭରଲାଇଟ୍ ସମ୍ଭାର କିମ୍ବା ପୁରୁଷ ଫେସନ୍ ଓ ଷ୍ଟାଇଲ୍ ପାଇଁ ଅହମ୍ ସମ୍ଭାର, ପାର୍ଟିରେ ପରିଧାନ ପାଇଁ ଗସିପ୍ ସିଲଭର୍ ଓ ଫେସନ୍ ଗହଣା ସମ୍ଭାର ଏବଂ ସଲିଟାୟାର ହୀରା ପାଇଁ ପରଫେକ୍ଟ ଲଭ୍ ସମ୍ଭାର ରହିଛି ।
ବିବାହ ଠାରୁ ବାର୍ଷିକୀ ପର୍ଯ୍ୟନ୍ତ ଜୀବନର ପ୍ରତିଟି ମୁହୂର୍ତ ପାଇଁ ଏବେ ସେନ୍କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡସ୍ ପାଖରେ ସମ୍ପୂର୍ଣ୍ଣ ସମାଧାନ ରହିଛି । ଏହି ସମ୍ଭାର ଗୁଡ଼ିକର ମୂଲ୍ୟ ୫୦୦ ଟଙ୍କାରୁ ୫ ଲକ୍ଷ ଟଙ୍କା ମଧ୍ୟରେ ରହିଛି । ୧୮ କ୍ୟାରେଟ୍ ପାରମ୍ପରିକ ଡିଜାଇନ୍ ଏହାକୁ ଆହୁରି ସୁଲଭ କରିପାରିଛି । ମହାମାରୀ ଯୋଗୁଁ ଦେଖା ଦେଇଥିବା ଆହ୍ୱାନ ସତ୍ୱେ ସେନ୍କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡସ୍ କାରିଗର ମାନେ କଠିନ ପରିଶ୍ରମ କରି ଆଧୁନିକ ମହିଳା ମାନଙ୍କ ପାଇଁ ଟ୍ରେଣ୍ଡି ହାତ ତିଆରି ଗହଣା ଓ ଆଧୁନିକ ଦିନରେ ପରିଧାନ ହେଉଥିବା ଗହଣା ପ୍ରଦାନ କରିବାକୁ ଯଥା ସମ୍ଭବ ଉଦ୍ୟମ କରିଛନ୍ତି । ଏହି ଅଫର ସେନ୍କୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡସ୍ର ଦେଶରେ ଥିବା ୧୦୦ରୁ ଅଧିକ ଷ୍ଟୋର୍ ଓ ଅନ୍ଲାଇନ୍ରେ ଉପଲବ୍ଧ ହେଉଛି । ୨୦୨୧ ଜାନୁଆରି ୩ ପର୍ଯ୍ୟନ୍ତ ଏହା ସହିତ ଅନ୍ୟାନ୍ୟ ଅଫରର ଲାଭ ଉଠାଇବାର ସୁଯୋଗ ରହିଛି :-
ସୁନା ଗହଣାର ଗଢ଼ା ମୂଲ୍ୟ ଉପରେ ୨୫% ପର୍ଯ୍ୟନ୍ତ ରିହାତି
ହୀରା ଗହଣା ଉପରେ ୨୦% ପର୍ଯ୍ୟନ୍ତ ରିହାତି
ପ୍ଲାଟିନମ୍ ଗହଣାର ଗଢ଼ା ମୂଲ୍ୟ ଉପରେ ଫ୍ଲାଟ୍ ୧୫% ରିହାତି
ଋୁପା ଓ ଗସିପ୍ ଗହଣା ଉପରେ ୧୫% ପର୍ଯ୍ୟନ୍ତ ରିହାତି