No Result
View All Result
ଓଡ଼ିଶା ତାଜା ନ୍ୟୁଜ(୨୪ ଡିସେମ୍ବର ଗୁରୁବାର) ପାରଳଖେମୁଣ୍ଡି : – ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ର ଜାଲ ରେ ଡେପୁଟି ନିର୍ବାହୀ ଯନ୍ତ୍ରୀ। ରାୟଗଡ଼ା ରାସ୍ତା ଓ କୋଠାବାଡି ଡିଭିଜନ-୨ ଅଧିନ ଗୁଣୁପୁର ସବଡିଭିଜନ ର ଡେପୁଟି ନିର୍ବାହୀ ଯନ୍ତ୍ରୀ ଉଦ୍ଧବ ପାଢ଼ୀ ଙ୍କ ବ୍ରହ୍ମପୁର କମାପଲ୍ଲି ସ୍ଥିତ ୩ ମହଲା ଘର ସମେତ ୫ଟି ସ୍ଥାନ ରେ ଚଢାଉ ଜାରି ରହିଥିବା ସୁଚନା ।
ଡେପୁଟି ନିର୍ବାହୀ ଯନ୍ତ୍ରୀ ଉଦ୍ଧବ ପାଢ଼ୀ ଙ୍କ ବ୍ରହ୍ମପୁର ସ୍ଥିତ ୩ ମହଲା ଘର ସମେତ ଧରାକୋଟ ରେ ଥିବା ବ୍ୟବସାୟ ପ୍ରତିଷ୍ଠାନ, ଗୁଣୁପୁର ସ୍ଥିତ ସରକାରୀ କାର୍ଯ୍ୟାଳୟ ଓ ସରକାରୀ ବାସଭବନ ଏବଂ ପୁରୀ ରେ ଥିବା ଫ୍ଲାଟ ରେ ଚଢାଉ ଜାରି ରହିଥିବା ସୁଚନା ମିଳିଛି। ଭିଜିଲାନ୍ସ କୋର୍ଟ ସ୍ବତନ୍ତ୍ର ଜର୍ଜ ଙ୍କ ସର୍ଚ୍ଚ ଓ୍ବାରଣ୍ଟ ବଳରେ ଚଢାଉ ଜାରି ରହିଥିବା ଭିଜିଲାନ୍ସ ବ୍ରହ୍ମପୁର ଡିଭିଜନ ପକ୍ଷ ରୁ ସୁଚନା ଦିଆଯାଇଛି (ପାରଳାଖେମୁଣ୍ଡି/ଗରୁଡ଼ ଧ୍ଵଜ ଚୌଧୁରୀ)
No Result
View All Result