No Result
View All Result
ଓଡ଼ିଶା ତାଜା ନ୍ୟୁଜ(୨୪ ଡିସେମ୍ବର ଗୁରୁବାର) ଗଜପତି :- ଗଜପତି ଜିଲ୍ଲାର ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ପରିସରରେ ଥିବା ମଣ୍ଡିରେ ଧାନକ୍ରୟ ବ୍ୟବସ୍ଥା ଶୁଭାରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ସଂଗ୍ରାମଶେଖର ପଣ୍ଡା ମୁଖ୍ଯ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ । ଉପଜିଲ୍ଲାପାଳ ଶ୍ରୀ ପଣ୍ଡା ଚଳିତବର୍ଷ ରାଜ୍ୟ ସରକାରଙ୍କ ନିଷ୍ପତି ମୁତାବକ ଜିଲ୍ଲାରେ ପ୍ରଥମ ପର୍ଯାୟରେ ୩ଲକ୍ଷ୬୪ହଜାର୧୭୯କ୍ବିଣ୍ଟାଲ ଧାନକ୍ରୟ କରାଯିବ ବୋଲି କହିଥିଲେ । ଜିଲ୍ଲାରେ ଆଜି ସୁଦ୍ଧା ମୋଟ ୧୬ହଜାର୭୮ଜଣ ଚାଷୀ ମଣ୍ଡିରେ ଧାନ ବିକ୍ରି କରିବାକୁ ନିଜର ନାମ ପଞ୍ଜିକରଣ କହିଛନ୍ତି ।
ନିୟନ୍ତ୍ରିତ ବଜାର କମିଟି,ପାରଳାଖେମୁଣ୍ଡି ତରଫରୁ ଜିଲ୍ଲାର ୪୪ଟି ପ୍ରାଥମିକ କୃଷି ସମବାୟ ସମିତିରେ ଚାଷୀଙ୍କ ଠାରୁ ଧାନକ୍ରୟ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ଚାଷୀମାନେ ଟୋକେନ୍ ମିଳିବାର ଏକ ମାସ ମଧ୍ଯରେ ମଣ୍ଡିରେ ଧାନ ବିକ୍ରୟ କରିପାରିବେ । ଏହି ଅବସରରେ ଜିଲ୍ଲା ଯୋଗାଣ ଅଧିକାରୀ ଅନାଦି ଚରଣ ସେଠୀ, ନିୟନ୍ତ୍ରିତ ବଜାର କମିଟି, ପାରଳାଖେମୁଣ୍ଡି ସମ୍ପାଦକ ଏଲ ରଘୁବାବୁ ଓ ସହକାରୀ ନିବନ୍ଧକ ସମବାୟ ସମିତି ସମୂହ ଟି ଭି ପ୍ରସାଦ ରାଓ ମଞ୍ଚାସୀନ ଥିଲେ ।(ପାରଳାଖେମୁଣ୍ଡି/ଗରୁଡ଼ ଧ୍ଵଜ ଚୌଧୁରୀ)
No Result
View All Result