No Result
View All Result
ଅଭିଯୁକ୍ତ ସରୋଜ ସେଠୀ ସତ ଓଗାଳିବାରେ ଲାଗିଛି
1. ସରୋଜ ବୟାନ ଅନୁସାରେ ପୁଲିସ ଉକ୍ତ ପୋଖରୀକୁ
ଶୁଖାଇବା ପରେ ସେଥିରୁ ଲେଗିନ୍ସ ମିଳିଥିଲା ।
2. ଜେରା ବେଳେ ସେ ରକ୍ତ ଲଗା ଗାମୁଛା ନିଜ ଘରେ ଲୁଚାଇ ରଖିଥିବା କହିଥିଲା ।
3. ହତ୍ୟାକାଣ୍ଡ ପରେ ମୃତ ଦେହକୁ ଏକ ବୁଦାମୂଳେ ଲୁଚାଇ ଦେଇଥିଲା ।
ଓଡ଼ିଶା ତାଜା ନ୍ୟୁଜ (୨୩ ଡିସେମ୍ବର ବୁଧବାର)ଭୁବନେଶ୍ୱର :- ପରୀ ହତ୍ୟା ମାମଲାରେ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ମିଳିଛି । ତଦନ୍ତକାରୀଙ୍କୁ ପୋଖରୀରୁ ପରୀର ଲେଗିନ୍ସ ମିଳିଥିବା ବେଳେ । ଅଭିଯୁକ୍ତର ଘରୁ ଏକ ରକ୍ତଲଗା ଗାମୁଛା ମିଳିଛି । ପରୀରୁ ତଂଟି ଚିପି ହତ୍ୟା କରିବା ପରେ ତା’ ପାଟିରୁ ବାହାରିଥିବା ରକ୍ତକୁ ଉକ୍ତ ଗାମୁଛାରେ ପୋଛା ଯାଇଥିଲା । ଉକ୍ତ ଗାମୁଛାକୁ ଫୋରେନସିକ ଯାଂଚ ପାଇଁ ପଠାଯାଇଛି । କ୍ରାଇମବ୍ରାଂଚର ଏସ୍ଆଇଟି ରିମାଣ୍ଡରେ ଥିବା ଅଭିଯୁକ୍ତ ସରୋଜ ସେଠୀ ସତ ଓଗାଳିବାରେ ଲାଗିଛି । ପ୍ରଥମେ ହତ୍ୟାକାଣ୍ଡ ନେଇ କିଛି ଜାଣିନଥିବା କହୁଥିବା ସରୋଜ ଏବେ ଗୋଟିକ ପରେ ଗୋଟିଏ ରହସ୍ୟ ଖୋଲିବାରେ ଲାଗିଛି ।
ହତ୍ୟାକାଣ୍ଡ ପରେ ମୃତ ଦେହକୁ ଏକ ବୁଦାମୂଳେ ଲୁଚାଇ ଦେଇଥିଲା । ପରେ ତା’ ଲେଗିନ୍ସକୁ ପୋଖରୀରେ ଫିଙ୍ଗି ଥିବା କହିଥିଲା । ତା’ ବୟାନ ଅନୁସାରେ ପୁଲିସ ଉକ୍ତ ପୋଖରୀକୁ ଶୁଖାଇବା ପରେ ସେଥିରୁ ଲେଗିନ୍ସ ମିଳିଥିଲା । ଏହା ପରେ ଅଧିକ ତଦନ୍ତ କରାଯିବା ସହ ସରୋଜକୁ ମାରାଥନ ଜେରା କରାଯାଇଥିଲା । ଜେରା ବେଳେ ସେ ରକ୍ତ ଲଗା ଗାମୁଛା ନିଜ ଘରେ ଲୁଚାଇ ରଖିଥିବା କହିଥିଲା । ପରେ ଏସଆଇଟିର ଏକ ଟିମ ତାଙ୍କ ଘରେ ପହଁଚି ଉକ୍ତ ଗାମୁଛାକୁ ଜବତ କରିଥିଲା । ପରେ ତାକୁ ଫୋରେନସିକ ଯାଂଚ ପାଇଁ ପଠାଯାଇଥିବା ଜଣାପଡିଛି ।
ଅନ୍ୟପକ୍ଷରେ ପରୀ ମାମଲାରେ ଭାରତୀୟ ବିକାଶ ପରିଷଦ ହାଇକୋର୍ଟରେ ଏକ ମିସ୍ କେସ୍ ଦାୟର କରିଛି । ଏଥିସହିତ ମାମଲାର ସିବିଆଇ ତଦନ୍ତ ପାଇଁ ମଧ୍ୟ ବିକାଶ ପରିଷଦ ଦାବି କରିଛି । ମାମଲାର ତଦନ୍ତ କରୁଥିବା ଏସ୍ଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ପଲିଗ୍ରାଫ୍ ଟେଷ୍ଟ ଦାବି କରାଯାଇଛି । ଏହି ଟେଷ୍ଟ ହାଇକୋର୍ଟ ବିଚାରପତିଙ୍କ ଉପସ୍ଥିତିରେ କରାଯିବା ପାଇଁ ଅନୁରୋଧ କରାଯାଇଛି । ସେହିପରି ଡାକ୍ତରୀ ମାଇନା କରିଥିବା ୨ ଡାକ୍ତରଙ୍କ ପଲିଗ୍ରାଫ ଟେଷ୍ଟ ପାଇଁ ଦାବି କରାଯାଇଛି ।
No Result
View All Result