No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୩ ଡିସେମ୍ବର ବୁଧବାର) ନୟାଗଡ :- ସ୍ଥାନୀୟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ନୟାଗଡ଼ କ୍ଳବ ର ଏକ ସାଧାରଣ ସଭା ଅନୁଷ୍ଠିତ ହୋଇ ଯାଇଛି। ପୂଜ୍ୟପୂଜା ନିମନ୍ତେ କାହାର ଅନୁଗ୍ରହକୁ ଅପେକ୍ଷା ନ କରି ନୟାଗଡ଼ ସଦର ମହକୁମାରେ ସ୍ଥାପିତ ହୋଇଥିବା ସମସ୍ତ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଗୁଡିକୁ ପ୍ରତ୍ଯେକ ମାସର ଶେଷ ରବିବାର ଦିନ ପରିଷ୍କାର କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି କ୍ଲବ୍ ର ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକ ସୂଚନା ଦେଇଛନ୍ତି ।
ଚଳିତ ଡିସେମ୍ବର ୨୭ ତାରିଖ ଶେଷ ରବିବାର ଦିନ ସକାଳ ୯ଟା ସମୟରେ ନୟାଗଡ଼ ତ୍ରିନାଥ ଛକ ଠାରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି,ପଠାଣୀ ସାମନ୍ତ ସଂସ୍କୃତି ଭବନ ଠାରେ ପଠାଣୀ ସାମନ୍ତଙ୍କ ପ୍ରତିମୂର୍ତ୍ତି,ବ୍ରଜେନ୍ଦ୍ର ହାଇସ୍କୁଲ ଠାରେ ଥିବା ସମସ୍ତ ମହାପୁରୁଷଙ୍କ ପ୍ରତିମୂର୍ତ୍ତି, ଜିଲ୍ଲାପାଳ ଅଫିସ ଛକ ନିକଟରେ ଥିବା ଦାଶରଥି ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି, ଜଗନ୍ନାଥ ମନ୍ଦିର ନିକଟରେ ଥିବା ଯଦୁମଣିଙ୍କ ପ୍ରତିମୂର୍ତ୍ତି ଗୁଡିକୁ ପରିଷ୍କାର କରିବା ପାଇଁ ସ୍ଥିର କରାଯାଇଛି ।
ଏହି ସାଧାରଣ ସଭାରେ କ୍ଲବର ଉପସଭାପତି ଅରୁଣ କୁମାର ମହାନ୍ତି, ସଂପାଦକ ମିହିର ରଂଜନ ନାୟକ, କୋଷାଧ୍ୟକ୍ଷ ଶ୍ରୀଧର ସାହୁ, ସଦସ୍ଯ ସନ୍ତୋଷ କୁମାର ନାୟକ, ହିମାଂଶୁ ପଟ୍ଟନାୟକ , ଧୀରେନ୍ଦ୍ର ପଟ୍ଟନାୟକ , ପ୍ରସନ୍ନ କୁମାର ବସନ୍ତିଆ ଓ ଅବିନାଶ ସାହୁ ଉପସ୍ଥିତ ଥିଲେ। (ରିପୋର୍ଟ -ରାମକୃଷ୍ଣ ରଥ, ନୟାଗଡ ଜିଲ୍ଲା )
No Result
View All Result