ବିଜୁ ଛାତ୍ର ଜନତାର State Executive Committee Meeting ଛାତ୍ରମାନଙ୍କୁ ନବୀନ ପଟନାୟକଙ୍କ ପରାମର୍ଶ ଅପପ୍ରଚାର ବିରୁଦ୍ଧରେ ସଂଗ୍ରାମ କରନ୍ତୁ, ସତକୁ ଲୋକଙ୍କ ସାମ୍ନାକୁ ଆଣନ୍ତୁ ଆପଣମାନେହିଁ ଓଡିଶାର Transformation ର ସାରଥୀ – ନବୀନ ପଟ୍ଟନାୟକ.
ଓଡ଼ିଶା ତାଜା ନ୍ୟୁଜ (୨୩ ଡିସେମ୍ବର ବୁଧବାର)ଭୁବନେଶ୍ୱର :- ଭୁବନେଶ୍ୱର ଓଡିଶାର ରାଜ୍ୟ କାର୍ଯ୍ୟନିର୍ବାହୀ କମିଟି ବୈଠକକୁ ମୁଁ ଆପଣମାନଙ୍କୁ ସ୍ବାଗତ କରୁଛି । କିଛି ଦିନ ତଳେ ଆମ ଯୁବ ଶାଖାର କାର୍ଯ୍ୟନିର୍ବାହୀ କମିଟି ବୈଠକ ହୋଇଥିଲା । ସେଥିରେ ମୁଁ ଆମର ସ୍ବତନ୍ତ୍ର ପରିଚୟ ଉପରେ କହିଥିଲି । ଓଡିଆ ଗର୍ବ ଓ ଗୌରବ (Pride) ଉପରେ କହିଥିଲି । ଓଡିଆ ଜାତି ଏକ ମହାନ ଜାତି । ଏ ଜାତି ଦିନେ ଗଙ୍ଗା ଠାରୁ ଗୋଦାବରୀ ଜୟ କରିଥିଲା । ଖାରବେଳ ଓ କପିଳେନ୍ଦ୍ର ଦେବଙ୍କ ପରି ମହାନ ସମ୍ରାଟମାନଙ୍କ ରାଜ୍ୟ ହେଉଛି ଆମ ଓଡିଶା । ପୁରୁଷୋତ୍ତମ ଦେବଙ୍କ କାଞ୍ଚି ଅଭିଯାନ ଯେଉଁଥିରେ ନିଜେ ମହାପ୍ରଭୁ ସାମିଲ ହୋଇଥିଲେ, ଆଜି ମଧ୍ୟ ଆମର ଯୁବ ସମାଜ ମଧ୍ୟରେ ଶକ୍ତି ସଞ୍ଚାର କରୁଛି । ଆମର ବୀର ପାଇକମାନଙ୍କର ସାହସ ଓ ରଣନୀତି ବହୁଦିନ ଧରି ଓଡିଶାକୁ ଅଜୟ କରି ରଖିଥିଲା ।
ସେବାର ଅବତାର ଉତ୍କଳମଣି ଗୋପବନ୍ଧୁ, ଆମ ସ୍ବାଭିମାନର ପ୍ରତୀକ ଉତ୍କଳ ଗୌରବ ମଧୁବାବୁ, ସଂଗ୍ରାମର ପ୍ରତୀକ ବକ୍ସି ଜଗବନ୍ଧୁ ଓ ବୀର ସୁରେନ୍ଦ୍ର ସାଏ – ଓଡିଶାର ଏହି ବରପୁତ୍ରମାନେ ହେଉଛନ୍ତି ଆମ ଆଦର୍ଶ । ସେହିପରି ଫକୀର ମୋହନଙ୍କ ସାହିତ୍ୟ ଓଡିଆ ଭାଷାର ମହିମାକୁ ବୃଦ୍ଧି କରିଛି । ମା’ ରମାଦେବୀ, ମାଳତୀ ଚୌଧୁରୀ ଓ ପାର୍ବତୀ ଗିରିଙ୍କ ତ୍ୟାଗ ଓ ସଂଗ୍ରାମ ଓଡିଶାର ନାରୀ ଜାତିକୁ ମହିମା ମଣ୍ଡିତ କରିଛି । ମାନବ ଜାତି ପାଇଁ ସନ୍ଥ ଭୀମଭୋଇଙ୍କ ବାର୍ତ୍ତା ସାରା ବିଶ୍ବକୁ ମୋହିତ କରିଛି । ଛୋଟ ପିଲା ହେଲେ ମଧ୍ୟ ସଂଗ୍ରାମୀ ବାଜି ରାଉତଙ୍କ ସାହସ ଓ ଦେଶପ୍ରେମ ଆମ ସମସ୍ତଙ୍କ ପାଇଁ ପ୍ରେରଣା ।
ସେହିପରି ବିଜୁ ବାବୁଙ୍କ ଓଡିଆ ଜାତି ପ୍ରୀତି ତାଙ୍କୁ ଅମର କରି ରଖିଛି । ଏହି ବରପୁତ୍ରମାନେ ସେମାନଙ୍କ କାର୍ଯ୍ୟ ଦ୍ବାରା ଓଡିଆ ଜାତିର ଗୌରବ ବୃଦ୍ଧି କରିଛନ୍ତି । ସେମାନେ ହିଁ ଆମର ଶ୍ରେଷ୍ଠ ପରିଚୟ । ତେଣୁ ଆପଣମାନେ ସେମାନଙ୍କ ବିଷୟରେ ଭଲ ଭାବରେ ଜାଣିବା ଦରକାର । ଓଡିଆ ଜାତି ପାଇଁ, ଓଡିଆ ଭାଷା ପାଇଁ, ଓଡିଆ ସଂସ୍କୃତି ପାଇଁ ସେମାନେ କରିଯାଇଥିବା ମହାନ କାର୍ଯ୍ୟ ହିଁ ଆମର ପ୍ରେରଣା । ସେମାନଙ୍କୁ ଚିହ୍ନିଲେ ହିଁ ଆମେ ଆଗକୁ ବଢିବା । ଆମ ଭାଷା, ସଂସ୍କୃତି ଓ ପରିଚୟର ସୁରକ୍ଷା କରିପାରିବା ।
ତେଣୁ ଆପଣମାନେ ସ୍ବତନ୍ତ୍ର ପରିଚୟ ବିଷୟରେ ଭଲ ଭାବରେ ଜାଣନ୍ତୁ ଏବଂ ପୀଢି ପରେ ପୀଢି ଏହାର ପ୍ରଚାର କରନ୍ତୁ । ଆପଣମାନେ ଜାଣନ୍ତି ବର୍ତ୍ତମାନର ଯୁଗ ହେଉଛି Digital ଯୁଗ । Social Media ର ଯୁଗ । Social Media ଆଜି ବହୁତ ପ୍ରଭାବଶାଳୀ । ସବୁ କ୍ଷେତ୍ରରେ ଏହାର ପ୍ରଭାବ ବଢୁଛି । କିନ୍ତୁ Social Media is also flooded with misinformation. Many a times, the information coming on social media and even in mainstream media is not true. ତେଣୁ ଆପଣମାନଙ୍କୁ ଅପପ୍ରଚାର (misinformation) ବିରୁଦ୍ଧରେ ସଂଗ୍ରାମ କରିବାକୁ ହେବ ।
Misinformation is now the greatest enemy to social harmony. ତେଣୁ ଆମେ ସତର୍କ ନ ରହିଲେ ଏହା ଆମ ସମାଜକୁ, ଆମର ସ୍ବତନ୍ତ୍ର ପରିଚୟକୁ ନଷ୍ଟ କରିଦେବ । ଅପପ୍ରଚାର ଦୂର କରି ସତକୁ ଲୋକଙ୍କ ପାଖରେ ପହଞ୍ଚାଇବା ଆପଣମାନଙ୍କର ଦାୟିତ୍ବ । ଆପଣମାନେ ହେଉଛନ୍ତି ଏ ଜାତିର ଭବିଷ୍ୟତ । ଆପଣମାନେ ହିଁ ଓଡିଆ Pride କୁ ଆଗକୁ ନେଇପାରିବେ । ଆପଣମାନେ ସବୁବେଳେ ତିନୋଟି କଥା ଉପରେ ଗୁରୁତ୍ବ ଦିଅନ୍ତୁ ।
ନଂ. ୧ – ଆପଣଙ୍କ ଭିତରେ ଥିବା ପ୍ରତିଭା (Potential) ର ପୁରା ବିକାଶ ପାଇଁ କଠିନ ପରିଶ୍ରମ କରନ୍ତୁ । ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରନ୍ତୁ । ନଂ. ୨ – ନିଜ ପରିବାର ଓ ବାପା ମା’ଙ୍କ ପ୍ରତି ଥିବା ଆପଣଙ୍କ ଦାୟିତ୍ବକୁ କେବେ ବି ଭୁଲନ୍ତୁ ନାହିଁ । ନଂ. ୩ ହେଉଛି ଆମ ସମାଜ । ଆମେ ଯେଉଁଠାରେ ବଢିଛେ, ପଢିଛେ ଓ ନିଜକୁ ଗଢିଛେ; ତାର ବିକାଶ ପାଇଁ ନିଜ Potential ର ପୁରା ଉପଯୋ କରନ୍ତୁ । ଆପଣମାନେହିଁ ଓଡିଶାର Transformation ର ସାରଥୀ । ବନ୍ଦେ ଉତ୍କଳ ଜନନୀ ।