No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୨ ଡିସେମ୍ବର ମଙ୍ଗଳବାର )ପଦ୍ମପୁର :- ପଦ୍ମପୁର ଉପଖଣ୍ତ ରାଜ ବୋଡାସମ୍ବର ବ୍ଲକ ଅନ୍ତର୍ଗତ ସର୍ଗିବାହାଲ ଗ୍ରାମ ପଞ୍ଚାୟତ ଅଧୀନସ୍ଥ ପଣ୍ତରୀପାଣି ଗ୍ରାମରେ ଏକ ଅଭାବନୀୟ ଦୃଶ୍ଯ ଦେଖିବାକୁ ମିଳିଛି । ଗାଁରେ ଥିବାର ଅଙ୍ଗନୱାର୍ଡ ଗୃହ ଆଜକୁ ୪ବର୍ଷ ହେଲା ସମ୍ପୂର୍ଣ୍ଣ ଭାବେ ନିର୍ମିତ ହୋଇ ପାରୁନାହିଁ । ଫଳରେ କେନ୍ଦ୍ରରେ ପଢୁଥିବା ଛୋଟ ଛୋଟ ଶିଶୁ ମାନେ ପାଖରେ ଥିବା କ୍କବ ଘରେ ଶିକ୍ଷା ଚାଲୁଅଛି । ୨୦୧୬ ମସିହା ଠାରୁ ଏହି ଗୃହଟିକୁ ଜଣେ ଠିକାଦାରଙ୍କ ଦ୍ବାରା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଗୃହର ଛାତ ପଡିବା ପରେ ସମ୍ପୂର୍ଣ୍ଣ ହୋଇ ପାରିନାହିଁ ।
ଗ୍ରାମବାସୀ ଏ ସମ୍ବନ୍ଧରେ ବାରମ୍ବାର ବ୍ଲକ ପ୍ରଶାସନ କୁ ଜଣାଇ ଅଛନ୍ତି । ହେଲେ କିଛି ଫଳପ୍ରଦ ହେଉନାହିଁ । ପ୍ରଶାସନ ଏଥିପ୍ରତି ଦୃଷ୍ଟି ହେଉ ନାହିଁ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି । ଜନୈକ ଠିକାଦାରଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ ଯେ ମୁଁ ଛାତ ପକାଇ ସାରିବା ପରେ ବିଲ ପାଇଲି ନାହିଁ । ଯେଉଁ ସମୟରେ କୋଠା ଘର ନିର୍ମାଣ ହେଲା ଓ ଛାତ ପଡିଲା ସେହି ସମୟରେ ଦାୟିତ୍ୱରେ ଥିବା ଜେଇଙ୍କ ଅନ୍ଯତ୍ର ବଦଳି ହୋଇ ଗଲା ବୋଲି ଠିକାଦାର ପ୍ରକାଶ କରିଛନ୍ତି ।
ତେଣୁ ଏହି ଅଙ୍ଗନୱାର୍ଡ କୋଠା ଘରକୁ ଶୀଘ୍ର ସମ୍ପୂର୍ଣ୍ଣ ଭାବେ ନିର୍ମାଣ କରିବାକୁ ଗାଁର ନିରାକାର ବରିହା,ସୁରେନ୍ଦ୍ର ବରିହା,ଦୁତୀୟା ବରିହା,ଜନ୍ମ ଭୁଏ,ଲକ୍ଷ୍ମଣ ବରିହା,ଯାଜ୍ଞସେନୀ ଠେଲା,ପରମେଶ୍ଵର ମାହାର ପ୍ରମୁଖ ଦାବି କରିଛନ୍ତି । ଆଗାମୀ ସମୟରେ ଯଦି କୋଠା ଘର ସମ୍ପୁର୍ଣ୍ଣ ନ ହେଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବୁ ବୋଲି ପ୍ରକାଶ କରିଛନ୍ତି ଗ୍ରାମବାସୀ । ରିପୋର୍ଟ – ନିରୋଜ କୁମାର ପାଣୀ
No Result
View All Result