No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୨ ଡିସେମ୍ବର ମଙ୍ଗଳବାର )ପଦ୍ମପୁର :- ଗନ୍ଧମାର୍ଦ୍ଦନ ପାଦଦେଶରେ ଅବସ୍ଥିତ ମା ଦୁର୍ଗେଇଦେବୀଙ୍କ ପୂଜା ମହୋତ୍ସବ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ପାଳନ କରାଯିବ । ଏଥିପାଇଁ ଏକ ପ୍ରସ୍ତୁତି ବୈଠକ ପାଇକମାଲ ବ୍ଲକ ମିଠାପାଲି ଗ୍ରାମ ପଂଚାୟତ ଅନ୍ତର୍ଗତ ମନଭଙ୍ଗ ଠାରେ ଅନୁଷ୍ଠିତ ହୋଇଥିଲା । ମା ଦୁର୍ଗେଇଦେବୀ ପୂଜା ପରିଚାଳନା କମିଟିର ସଭାପତି ମଧୁସୂଦନ ପାଣ୍ଡେଙ୍କ ତତ୍ୱାବଧାନ ରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । କୋଭିଡ ୧୯ ନିୟମ କୁ ଅନୁପାଲନ କରି କିପରି ଭାବରେ ଉତ୍ସବ ପାଳନ ହେବ ସେ ବିଷୟରେ ଆଲୋଚନା ହୋଇଥିଲା । ମାଁ ଦୁର୍ଗେଇଦେବୀଙ୍କ ପୂଜା ମହୋତ୍ସବ ଆସନ୍ତା ତା ୩୦.୧୨.୨୦୨୦ ମାର୍ଗଶୀର ପୂର୍ଣ୍ଣିମା ଦିନ ଦେବୀଙ୍କ ପୂଜାର୍ଚ୍ଚନା କାର୍ଯ୍ୟକ୍ରମ ରହିଛି ।
ଏହି ପ୍ରସ୍ତୁତି ବୈଠକରେ ମନଭଙ୍ଗ,କୁରାଡ଼ିଫସା,ଲଉଡ଼ମଲ, ମୋତିପାଲି,ପତ୍ରାପାଲି, ପିପଲଖୁଣ୍ଟା, ମନବୋଧପାଲି,ଲୁକୁପାଲି ତଥା ବିଜୟନଗର ଗ୍ରାମର ଭକ୍ତବୃନ୍ଦ ଉପସ୍ଥିତ ଥିଲେ. ଏଥିରେ ପୂଜକ ନବୀନ ମଲ୍ଲିକ, ନକୁଳ ମଲ୍ଲିକ, ତ୍ରିନାଥ ମଲ୍ଲିକ ଓ ଡାଇମଣ୍ଡ ଭୋଇ, ଗୋପାଳ ଦାସ, ପୂର୍ଣ୍ଣ ଭୁଏ, କପୁରଚନ୍ଦ ଧରୁଆ,ହୀରଣ ମଲ୍ଲିକ, ଚିନ୍ତାମଣି ବଗାର ,ରଣଜିତ ମଲ୍ଲିକ, ଅଲେଖ ଧରୁଆ ,ଘନଶ୍ୟାମ ଭୋଇ ପ୍ରମୁଖ ଉପସ୍ଥିତ ରହି ଯାତ୍ରା କିଭଳି ସୁରୁଖୁରୁରେ ହେବ ସେ ନେଇ ଆଲୋଚନା କରିଥିଲେ|ପରିଶେଷରେ ସମ୍ପାଦକ ବେଣୁଧର ମଲ୍ଲିକ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହ ସଭା ସାଙ୍ଗ କରିଥିଲେ ଏବଂ ଅଗାମୀ ପ୍ରସ୍ତୁତି ବୈଠକ ଆସନ୍ତା ତା ୨୭.୧୨.୨୦୨୦ ରିଖ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଥିଲେ । ରିପୋର୍ଟ – ନିରୋଜ କୁମାର ପାଣୀ
No Result
View All Result