ଅବକାରୀ ଫ୍ଲାଇଙ୍ଗ ସ୍କାର୍ଡ଼ ପକ୍ଷରୁ ୫ ଲକ୍ଷ ଟଙ୍କାର ଗଞ୍ଜେଇ ସହ ମାରୁତି କାର ଜବତ, ଦୁଇ ଗିରଫ

ଓଡ଼ିଶା ତାଜା ନ୍ୟୁଜ (୨୨ ଡିସେମ୍ବର ମଙ୍ଗଳବାର ) କଟକ  : – ମଙ୍ଗଳବାର ଭୋର ସାଢ଼େ ୫ଟା ସମୟରେ ଅବକାରୀ ଫ୍ଲାଇଙ୍ଗ ସ୍କାର୍ଡ଼ର କର୍ମଚାରୀ ମାନେ କଟକ- ଭୁବନେଶ୍ୱର ଜାତୀୟ ରାଜପଥର ବାଲିକୁଦା ଗୋପାଳପୁର ନିକଟରେ , ୫ ଲକ୍ଷ୍ୟ ଟଙ୍କାର ଗଞ୍ଜେଇ ସହ ଏକ ନମ୍ବର ବିହୀନ ମାରୁତି କାରକୁ ଜବତ କରିଛି । ଏହି ଚୋରା ଗଞ୍ଜେଇ ଚାଲାଣ କରୁଥିବା ଦୁଇ ଜଣ ଯୁବକଙ୍କୁ ଗିରଫ କରିଛି । ଗିରଫ ଯୁବକ ଦୁଇ ଜଣ ହେଲେ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଅଞ୍ଚଳର ଅଶୋକ ପୃଷ୍ଟି ଏବଂ ପ୍ରକାଶ ବେହେରା ।

ସଂପୃକ୍ତ ଦୁଇ ଯୁବକ ଏକ ନମ୍ବର ବିହାରୀ ମାରୁତି କାରରେ, ଗଞ୍ଜେଇ ବସ୍ତା ଭର୍ତ୍ତି କରି କଟକକୁ ବିକ୍ରି କରିବା ପାଇଁ ଯାଉଥିଲେ । ଏପରି ଚୋରା ଗଞ୍ଜେଇ ଚାଲାଣ କରାଯାଇଥିବା ଖବର ପାଇ କଟକ ଜିଲ୍ଲା ଅବକାରୀ ସୁପରିଟେଣ୍ଡେଣ୍ଟ ଦିପକ କୁମାର ପଲେଇ , ଆଇଆଇସି ଏସ୍ କେ ପାଢ଼ୀ ଏବଂ ଫ୍ଲାଇଙ୍ଗ ସ୍କାର୍ଡ଼ କର୍ମଚାରୀ ମାନେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିଲେ । ଗଞ୍ଜେଇ ବସ୍ତା ବୋଝେଇ ମାରୁତି କାର ଆସିବା ଦେଖି ଅଟକାଇଥିଲେ । ଗାଡି ଯାଞ୍ଚ କରିବାରୁ ବହୁ ପରିମାଣର ଗଞ୍ଜେଇ ବସ୍ତାରେ ଭର୍ତ୍ତି ହୋଇଥିବା ଦେଖିକୁ ମିଳିଥିଲା । (କଟକରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ )