No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୧ ଡିସେମ୍ବର ସୋମବାର ) କଳାହାଣ୍ଡି :- ନର୍ଲା ବ୍ଳକ ଅନ୍ତର୍ଗତ ସେରଗଡ ପଞ୍ଚାୟତ ଅଧୀନ ଉଫେର ଗ୍ରାମର ନାବାଳକ ଦିନମଣି ଜାନୀ ଜନ୍ମରୁ ମୂକ ବଧିର ଅଟନ୍ତି । ବର୍ତମାନ ୧୧ବର୍ଷରେ ଉପନୀତ ନାବାଳକ ଦିନମଣି ଭିନ୍ନକ୍ଷମ ହୋଇ ମଧ୍ୟ ସରକାରୀ ସାହାଯ୍ୟରୁ ବଂଚିତ ହୋଇଛନ୍ତି । ତାଙ୍କର ବାପା ଦ୍ରୋଣ ଜାନୀ ଜଣେ ଗରିବ ଅସହାୟ ବ୍ୟକ୍ତି । ଏକ ଭଙ୍ଗା କୁଡ଼ିଆରେ ବାପା,ମା ଓ ଭିନ୍ନକ୍ଷମ ବାଳକ ଅତି ଦୟନୀୟ ଅବସ୍ଥାରେ ରହିଛନ୍ତି । ବର୍ଷେ ପୂର୍ବରୁ ପୁଅର ଭିନ୍ନକ୍ଷମ ପ୍ରମାଣପତ୍ର ସକାଶେ ବାପ ଓ ପୁଅ ଭବାନୀପାଟଣା ମୁଖ୍ୟ ଚିିକିତ୍ସାଳୟକୁ ଯାଇଥିଲେ । ହେଲେ ସେଠାରେ ଡ଼ାକ୍ତର ଭିନ୍ନକ୍ଷମ ପ୍ରମାଣପତ୍ର ଦେବାକୁ ମନା କରିଦେଇଥିଲେ ।
ଫଳରେ ବାପପୁଅ ନିରାଶ ହୋଇ ଫେରିଆସିଲେ । ଏହା ପରେ ପରେ ନର୍ଲା ବ୍ଳକ ପ୍ରଶାସନ ନିକଟକୁ ଯାଇ ସରକାରୀ ସହାୟତା ପାଇଁ ଦରଖାସ୍ତ କରିଥିଲେ । ଏଥିରେ ବ୍ଳକ ପ୍ରଶାସନ ଭିନ୍ନକ୍ଷମ ପ୍ରମାଣପତ୍ର ଦାଖଲ ନ କଲେ କୈ।ଣସି ପ୍ରକାର ସହାୟତା ପ୍ରଦାନ କରିପାରିବୁ ନାହିଁ ବୋଲି ଜଣାଇ ଦେଇଥିଲେ । ପ୍ରମାଣପତ୍ର ନ ଥିବାରୁ ନାବାଳକ ଦିନମଣି ଜନ୍ମରୁ ଭିନ୍ନକ୍ଷମ ହୋଇ ମଧ୍ୟ ସରକାରୀ ସାହାଯ୍ୟରୁ ବଂଚିତ ହୋଇଛନ୍ତି । ଭିନ୍ନକ୍ଷମ ଭତ୍ତା ନାହିଁ କି ଅନ୍ୟାନ୍ୟ ସୁବିଧା ପାଉ ନାହାଁନ୍ତି । ଏଣେ ପରିବାରଟି ଗରିବ ହୋଇ ଥିବାରୁ ବାପା ପକ୍ଷେ ପରିବାର ଚଳାଇବା କଷ୍ଟକର ହୋଇଛି । ଏଣୁ ଏହି ଭିନ୍ନକ୍ଷମ ପୁଅ ପ୍ରତି ଜିଲ୍ଲା ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଇ ଭିନ୍ନକ୍ଷମ ପ୍ରମାଣପତ୍ର ସହ ସରକାରୀ ସାହାଯ୍ୟ ଦେବାକୁ ଦାବି ହେଉଛି । (ରିପୋର୍ଟ ପ୍ରଦୀପ କୁମାର ଗଉଡ )
No Result
View All Result