ମାହାଙ୍ଗା (ଓଡିଶା ତାଜା ନିଉଜ ) ମାହାଙ୍ଗା 2020:- ଦିନକୁ ଦିନ ନାବାଳିକା ଙ୍କ ପ୍ରତି ବଢୁଛି ଅନୀତି ଅତ୍ୟାଚାର, ସେମାନଙ୍କ ପ୍ରତି ହିଂଶ୍ର ହୋଇ ଉଠୁଛନ୍ତି ନର ରୂପୀ ରାକ୍ଷସ, ଆଇନୀ ଯେତେ କଡା କଡୀ ହେଲେବି ଥମିବାରେ ନ ଧରୁନି ନାବାଳିକା ଦୁଷ୍କର୍ମ, ଏକ ପ୍ରକାର ବ୍ୟାଧିରେ ପରିଣତ ହୋଇ ସମାଜକୁ ଗ୍ରାସ କଲାଣି ଏହି ଅପକର୍ମ, ଏଥିପାଇଁ ଫାଶୀ ଠାରୁ ଆହୁରି କଡା ଆଇନି ଆସିବା ଦରକାର ବୋଲି ବୁଦ୍ଧିଜୀବୀ ମାନେ ଚର୍ଚ୍ଚା କରୁଛନ୍ତି, ନାବାଳିକା ଦୁଷ୍କର୍ମ କାରୀଙ୍କୁ ପ୍ରମାଣ ପାଇବା ମାତ୍ରେ ଗୁଳିକରି ସର୍ବସାଧାରଣରେ ହତ୍ୟା କରିବା ଦରକାର ବୋଲି ମହିଳା ମାନେ ଦାବୀ କରୁଛନ୍ତି, ଏପରି ଏକ ଘଟଣା ପୁନର୍ବାର ଘଟିଛି ମାହାଙ୍ଗା ଅଂଚଳରେ, ଜଣେ ନବମ ଶ୍ରେଣୀ ନାବାଳିକା ଛାତ୍ରୀକୁ ଚଳିତ ମାସ 4 ତାରିଖରେ ଜଣେ ଯୁବକ ସମ୍ପର୍କୀୟ ଘରକୁ ଯିବାଆସିବା କରିବା ସମୟରେ ଘରେ କେଇ ନଥିବା ସମୟରେ ନାବାଳିକା ଛାତ୍ରୀକୁ ଜବରଦସ୍ତ ଅପହରଣ କରିନେଇ କେଉଁଆଡେ ପଳାଇଥିବା ମାହାଙ୍ଗା ଥାନାରେ ଅଭିଯୋଗ ହେଇଥିଲା,

ଅଭିଯୋଗ ପରେ ପୋଲିସ ଘଟଣାର ଅନୁସନ୍ଧାନ ଚଳାଇଥିଲା ବେଳେ ଅପହରଣକାରୀ ଯୁବକ ସହ ନାବାଳିକା ର କୌଣସି ପତ୍ତା ପାଇ ନଥିଲା, ଅପହରଣକାରି ଯୁବକକୁ ପୋଲିସ ଖୋଜି ବୁଲୁଥିବା ବେଳେ ସେ ବାରମ୍ବାର ସ୍ଥାନ ବଦଳାଇ ନାବାଳିକାକୁ ନିଶା ଦେଇ ଦୁଷ୍କର୍ମ କରିଚାଲିଥିଲା, ଶେଷରେ ଗତ ସୋମବାରଦିନ ଅଭିଯୁକ୍ତ କୁ ପୋଲିସ କଟକ ରୁ ଗିରଫ କରିବା ସହ ଆଜି ତାକୁ ବିଚାର ବିଭାଗୀୟ ହାଜତ କୁ ପଠାଇ ଦିଆଯାଇଥିବା ମାହାଙ୍ଗା ଆଇଆଇସି ରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି, ଅପର ପକ୍ଷରେ ଜୀବନରୁ ମାରିଦେବାକୁ ଧମକ ଦେଇ ଅଭିଯୁକ୍ତ ତାଙ୍କୁ ଜବରଦସ୍ତ ଟେକି ନେଇ ଯାଇଥିବା ଓ ତ କଥାରେ ରାଜି ନହେବାରୁ ଜବରଦସ୍ତ ନିଶା ଖୁଆଇ ଦୁଷ୍କର୍ମ କରୁଥିଲାବୋଲି କହିଛି, ଏଭଳି ଯୁବକକୁ ଫାସୀ ଦେବାକୁ ପୀଡିତା ସରକାରଙ୍କୁ ନେହୁରା ହୋଇଛି, ମାହାଙ୍ଗା ପୋଲିସ 3/2020 ରେ ଦଫା 363, 376,506 ଓ 6 ପୋକସୋ ଆକ୍ଟ ରେ ମାମଲା ୠଜୁକରି ରହଣିଆ ପଞ୍ଚାୟତ ବାଗସରପୁର ଗ୍ରାମର କିଶୋର ମହାରଣା କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି, ସେହିପରି ଅନ୍ୟ ଏକ 178/2018 ମସିହା ମାମଲାରେ ନାବାଳିକା ଦୁଷ୍କର୍ମ ଅଭିଯୋଗର ଅଭଯୁକ୍ତ ବାସୁଦେବପୁର ପଂଚାୟତ ମୋହନପୁର ଗ୍ରାମର ଜଗୁ ରାଉତ କୁ ପୋଲିସ ପୋକସୋ ଆକ୍ଟ ରେ ଗିରଫ କରି ବିଚାର ବିଭାଗୀୟ ହାଜତ କୁ ପଠାଇଥିବା ଜଣାଯାଇଥିବା ଜଣାଯାଇଛି, (ମାହାଙ୍ଗାରୁ ଲଷ୍ମୀଧର ଖୁଣ୍ଟିଆଙ୍କ ରିପୋର୍ଟ )













