କଟକ ବାଦାମବାଡି ଥାନା ଅଞ୍ଚଳରେ ନକରି ଘିଅ କାରଖାନା ଉପରେ ଚଢ଼ଉ

ଓଡ଼ିଶା ତାଜା ନ୍ୟୁଜ (୨୧ ଡିସେମ୍ବର ସୋମବାର ) କଟକ :- ପୁଣି ଏକ ନକଲି ଘିଅ କମ୍ପାନୀ ଉପରେ ଚଢ଼ାଉ । ଏଥର ନକଲି ଘିଅ ହେଲେ ଅସଲି କମ୍ପାନୀର ଷ୍ଟିକର୍ ଲଗାଇ ଚାଲୁଥିଲା ବେଧଡ଼କ ବେପାର। କଟକ ବାଦାମବାଡି ମୁନ୍ ଲାଇଟ୍ ଲେନ୍ ରେ ଏକ ଭଡା ଘରେ ନାମୀଦାମୀ କମ୍ପାନୀ ଦୁର୍ଗା ଘିଅ ନାମରେ ବର୍ଷ ବର୍ଷ ଧରି ଚାଲି ଆସୁଥିଲା ବେପାର । ଖବର ପାଇ ବାଦାମବାଡି ଥାନା ଅଧିକାରୀ ରଶ୍ମି ରଞ୍ଜନ ମହାପାତ୍ର , ମହାନଗର ନିଗମ ସ୍ୱାସ୍ଥ୍ୟ ଅଧିକାରୀ ପହଞ୍ଚି ରେଡ୍ କରିଥିଲେ। ବର୍ଷ ବର୍ଷ ଧରି ଚାଲୁଆସୁଥିବା ଏହି ଘରେ ଖାଇବା ଘିଅରେ ଅପମିଶ୍ରିତ ହୋଇଆସୁଥିଲା ।

 

ଏଭଳି କମ୍ପାନୀ ବିଷୟରେ ପୋଲିସ୍ ଓ ସିଏମସି ନଜରକୁ ଆସିଥିବା କହିଛନ୍ତି ସ୍ୱାସ୍ଥ୍ୟ ଅଧିକାରୀ ସତ୍ୟବ୍ରତ ମହାପାତ୍ର। ତେବେ ଏହି କମ୍ପାନୀର ଫୁଡ୍ ଲାଇସେନ୍ସ, ଟ୍ରେଡ୍ ଲାଇସେନ୍ସ ସମେତ ଅନ୍ୟ କୌଣସି କାଗଜପତ୍ର ନ ଥିଲା । ନକଲି ଘିଅରେ ଅସଲି ନାଲି ରଙ୍ଗର ଷ୍ଟିକର୍ ଲଗାଇ କଟକ ସମେତ ଅନ୍ୟ ସ୍ଥାନକୁ ମଧ୍ୟ ବ୍ୟବସାୟ କରିବାକୁ ପଠାଯାଉଥିଲା। ବିଶେଷ କରି ପୂଜା ସାମଗ୍ରୀ ଦୋକାନରେ ମଧ୍ୟ ଦୁର୍ଗା ଘିଅକୁ ଦେଖି ବିଶ୍ୱାସର ସହ ଲୋକମାନେ କିଣି ନେଉଥିଲେ ।

ଆଉ ଏହି ନକଲି ଘିଅରେ କେମିକାଲ୍ ମିଶା ଯାଉଥିବାବେଳେ ପୁଜା ଓ ଖାଦ୍ୟରେ ବ୍ୟବହାର କରାଯାଉଥିଲା। ଏସବୁକୁ ଲୋକମାନେ ସଚେତନ ହୁଅନ୍ତୁ ବୋଲି ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି । ତେବେ ଆଜି ରେଡ୍ ସମୟରେ ଷ୍ଟିକର୍,ମେସିନ୍,ଘିଅ ପ୍ରସ୍ତୁତରେ ସାମଗ୍ରୀକୁ ଜବତ କରାଯାଇଛି । ଘଟଣାରେ ବାଦାମବାଡ଼ି ଥାନା ଜଣକୁ ଅଟକ ରଖିଥିବା ବେଳେ ପରୀକ୍ଷା ପାଇଁ ଘିଅ ପ୍ୟାକେଟ୍ କୁ ଲାବ୍ରୋଟାରୀ କୁ ପଠାଇ ଦିଆଯାଇଛି । ଏହି ଚଢ଼ାଉ ସମୟରେ ଯୋନ-୬ ଏସିପି ଶୁଭ ନାରାୟଣ ମୁଦୁଲି, ସିଏମସି ସ୍ୱାସ୍ଥ୍ୟ ଅଧିକାରୀ ସତ୍ୟବ୍ରତ ମହାପାତ୍ର , ବାଦାମବାଡି ଆଇଆଇସି ସାମିଲ ହୋଇଥିଲେ ।(କଟକ ର ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ )