ରାସ୍ତା ପ୍ରତି କାହାର ନାହିଁ ନଜର ; ବାଧାନ୍ୱିତ ଅବସ୍ଥା ରେ ଗମନାଗମନ ବ୍ୟବସ୍ଥା

ଓଡ଼ିଶା ତାଜା ନ୍ୟୁଜ (୨୧ ଡିସେମ୍ବର ସୋମବାର )କେନ୍ଦ୍ରାପଡା :- ରାସ୍ତା ପାଲଟିଛି ମରଣଯନ୍ତା ଉନ୍ନତ ଧରଣ ର କାର୍ଯ୍ୟ ହୋଇ ପାରୁନି ମର୍ସାଘାଇ ବ୍ଲକରେ । କରିଲୋପାଟଣା ପୋଲ ପାଖରୁ ବସପୁର ଲକ୍ ପୋଲ ଦେଇ ମାହାରକୁଳ ପର୍ଯ୍ୟନ୍ତ ଯାଇଥିବା ରାସ୍ତା ର ଦୃଶ୍ୟ , ରାସ୍ତା ଖାଲ ଢିପ ହୋଇ ପ୍ରତି ଦିନ ପାଣି ଜମି ରହି ରାସ୍ତା କଚରା ହେଉଥିବାର ଦେଖିବାକୁ ମିଳୁଛି । ଏ ରାସ୍ତା ଦେଇ ପ୍ରତିଦିନ ବସପୁର ବାଲି ଖଦାନ ରୁ ଶହ ଶହ ଓଭରଲୋଡ଼ ବାଲି ବୋଝେଇ ଟ୍ରକ୍ , ଟ୍ରାକଟର୍ ଏବଂ ବଡ଼ ବଡ଼ ନେତା ମନ୍ତ୍ରୀ , ଜିଲ୍ଲାପାଳ ମଧ୍ୟ ଏହି ରାସ୍ତା ଦେଇ ଯିବା ଆସିବା କରନ୍ତି ହେଲେ ଏ ରାସ୍ତା ପ୍ରତି କାହାର ନଜର ନାହିଁ ।

ରାସ୍ତା ନିର୍ମାଣ ପ୍ରତି କାହାର ଭୃକ୍ଷେପ ନାହିଁ , ପ୍ରଶାସନ ପକ୍ଷରୁ କୌଣସି ଅନୁଧ୍ୟାନ କି ରାସ୍ତା ନିର୍ମାଣ ର ପ୍ରଶ୍ନ ଉଠୁନାହିଁ । ପ୍ରଶାସନ ବି ଚୁପ ରହିଛି ଏଥିପାଇଁ ରାସ୍ତା ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହୋଇ ପାରୁନଥିବା ସୂଚନା ମିଳିଛି । ଏହି ରାସ୍ତା ପାଈଁ ଯାଇପାରେ ମନୁଷ୍ୟ ଜୀବନ । ସେହି ରାସ୍ତା ଦେଇ ସ୍କୁଲ ବସ୍ ଏବଂ ଗ୍ରାମବାସୀ ଙ୍କ ପ୍ରତିଦିନ ଯାତାୟତ ଅସୁରକ୍ଷିତ ମନେ ହେଉଛି । ବର୍ତ୍ତମାନ ରାସ୍ତାର ଅବସ୍ଥା ଅପେକ୍ଷା ବର୍ଷା ଦିନେ ଏହି ରାସ୍ତା ର ଅବସ୍ଥା ଆହୁରି ଶୋଚନୀୟ ପାଲଟିଯାଏ । ମାର୍ଶାଘାଇ ବ୍ଲକ ର କରିଲୋପାଟଣା ରାସ୍ତା ନାମରେ ଲକ୍ଷାଧିକ ଅର୍ଥ ହଡପ କରାଯାଉଛି ବୋଲି ଆଭିଯୋଗ ହେଉଛି । ଏହି ରାସ୍ତା ନିର୍ମାଣ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଗ୍ରାମବାସୀ ଦାବୀ କରୁଥିବା ଜଣା ପଡ଼ିଛି ।   (ଜିଲ୍ଲା ପ୍ରତିନିଧି ଅନିରୁଦ୍ଧ ସେଠୀ )