No Result
View All Result

ଓଡ଼ିଶା ତାଜା ନ୍ୟୁଜ (୨୧ ଡିସେମ୍ବର ସୋମବାର )ଭୁବନେଶ୍ୱର :- ଲାୟନ୍ସ କ୍ଲବ ଭୁବନେଶ୍ୱର ସିଟି, ଲାୟନ୍ସ କ୍ଲବ ଭୁବନେଶ୍ୱର ଏସ୍.ଜି. ଏବଂ ଲାୟନ୍ସ ଇଣ୍ଟରନ୍ୟାସନାଲ ତରଫରୁ ଆଜି ଜଟଣୀସ୍ଥିତ ମୁଣ୍ଡିଆସାହିର ଦୁଇଶହ ବସ୍ତିବାସିନ୍ଦାଙ୍କୁ କୋଭିଡ୍-୧୯ ସହାୟତା ପ୍ରଦାନ କରାଯାଇଛି । ପ୍ରତ୍ୟେକ ବ୍ୟକ୍ତିଙ୍କୁ ଚାଉଳ, ଡ଼ାଲି, ସାବୁନ, ସାନିଟାଇଜର ଓ ମାସ୍କ ଦିଆଯିବା ସହ କୋଭିଡ଼ ମହାମାରୀ ସମ୍ପର୍କରେ ପ୍ରତ୍ୟକ୍ଷ ଜ୍ଞାନ ଏବଂ ଏହାଠାରୁ କିପରି ନିଜକୁ ସୁରକ୍ଷିତ ରଖିବେ, ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା ।

ଏହାପରେ ପୁନଶ୍ଚ ଜଟଣୀ ନିକଟସ୍ଥ କୃଷ୍ଣାଶ୍ରମଠାରେ ୫୦ଜଣ ବ୍ୟକ୍ତିଙ୍କୁ ମଧ୍ୟ ଏହି ସହାୟତା ପ୍ରଦାନ କରାଯାଇଛି । ଏହି ଅଭିଯାନରେ ଲାୟନ୍ସ ଇଣ୍ଟରନ୍ୟାସନାଲ, ଡ଼ିଷ୍ଟ୍ରିକ୍ଟ ୩୨୨ସି୪ର ପ୍ରଥମ ଭାଇସ ଗଭର୍ଣ୍ଣର ଲାୟନ ପୂର୍ଣ୍ଣଚନ୍ଦ୍ର ପାଢୀ, ଲାୟନ୍ସ କ୍ଲବ ଭୁବନେଶ୍ୱର ସିଟିର ସଭାପତି ଲାୟନ ଡଃ ସୁଶେନ କୁମାର ପଣ୍ଡା, ଲାୟନ ଡଃ ସୁରେଶ ସାହୁ, ଲାୟନ ଡଃ ହେମନ୍ତ ଖୁଣ୍ଟିଆ, ଲାୟନ ଅମୀୟ ବଡ଼ଜେନା ପ୍ରମୁଖ ଯୋଗ ଦେଇଥିଲେ ।(ରିପୋର୍ଟ – ସୋନାଲି )
No Result
View All Result