No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୦ଡିସେମ୍ବର ରବିବାର )ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଅବକାରୀ ବିଭାଗ ବ୍ୟାପକ ଭାବେ ଚଢ଼ାଉ କରାଯାଇ ବିଭିନ୍ନ ଗ୍ରାମାଞ୍ଚଳ’ରୁ ବିପୁଳ ପରିମାଣ’ର ଦେଶୀ ଓ ବିଦେଶୀ ମଦ ଜବତ କରାଯିବା ସହ ଏ ସଂକ୍ରାନ୍ତ’ରେ ୯ ଜଣ’ଙ୍କୁ ଗିରଫ କରାଯାଇ ସେମାନଙ୍କୁ କୋର୍ଟ ଚାଲାଣ କରା ଯାଇଥିବା ବିଭାଗୀୟ ସୂତ୍ର’ରୁ ଜଣାଯାଇଛି ।ଗଜପତି ଜିଲ୍ଲାପାଳ ଶ୍ରୀ ଅନୁପମ ସାହା , ଅବକାରୀ ବିଭାଗ ଦକ୍ଷିଣାଞ୍ଚଳ ଡେପୁଟି କମିଶନର (ବ୍ରହ୍ମପୁର) ଶ୍ରୀ ଶାନ୍ତନୁ ନାୟକ ଏବଂ ଗଜପତି ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଦୀପ କୁମାର ପାଣିଗ୍ରାହୀ’ଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ନିରୀକ୍ଷକ ଶ୍ରୀ ପଦ୍ମଚରଣ ସାହୁ , ଇଆଇ: ଏଣ୍ଡ ଇବି: ବ୍ରହ୍ମପୁର ଆଇଆଇସି:-ଶ୍ରୀ ହୃଦୟ ଚନ୍ଦ୍ର ସାମନ୍ତ’ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାଧାନ’ରେ ଗଜପତି ସଦର ରେଞ୍ଜ’ରେ ମିଳିତ ଭାବେ ଅବକାରୀ ଚଢ଼ାଉ କରା ଯାଇଥିଲା ।
ଏହି ମିଳିତ ଚଢ଼ାଉ ଗଜପତି ସଦର ତଥା ପାରଳାଖେମୁଣ୍ଡି ଅବକାରୀ ରେଞ୍ଜ ଅନ୍ତର୍ଗତ ସିଙ୍ଗପୁର , ଶ୍ରୀବିଷ୍ଣୁପୁର , ଜଙ୍ଗଲପାଡୁ , ପାରଳା ଜାଗିଲି ସାହି ପ୍ରଭୃତି ଗ୍ରାମାଞ୍ଚଳ’ର ବିଭିନ୍ନ ସ୍ଥାନ ମାନଙ୍କ’ରେ ମିଳିତ ଅବକାରୀ ଚଢ଼ାଉ କରା ଯାଇଥିଲା ।
ଏହି ଚଢ଼ାଉ’ରେ ୧୧ ଗୋଟି କେଶ ରୁଜୁ କରାଯାଇ ମୋଟ ୯ ଜଣ’ଙ୍କୁ ଗିରଫ କରାଯାଇଛି । ସେହି ୯ ଜଣ ଗିରଫ ମାନେ ହେଲେ:- ସିଙ୍ଗିପୁର ଗ୍ରାମ’ର ଉର୍ମିଳା ଚିନ୍ତାଡା , ସୁରଥ ମିଶାଲ , ବିଭୂଦାନ ପରିଛା , ଆର: ମିଶାଲ ଓ ପାରଳା ଜାଗିଲି ସାହିର ସିରଲା ପାର୍ବତୀ , କେ:କେସୁଲ ଆମ୍ମା , ବିଶିକା ମହାଙ୍କଡ଼ , ଏସ: ଡାଲମା , ଓ ଜଙ୍ଗଲ ପାଡୁ ଗ୍ରାମ’ର ଏଡେଲା ଭେଙ୍କେଟ ରତ୍ନମ । ଏହି ସମସ୍ତ’ଙ୍କ ବିରୁଦ୍ଧ’ରେ ଅବକାରୀ ମାମଲା ରୁଜୁ କରାଯାଇଛି ।
ଏ ସଂକ୍ରାନ୍ତ’ରେ ମୋଟ ୧୦ ହଜାର କେଜି : ମଦ-ପୋଚ , ୧୧୦୫ ଲିଟର ଦେଶୀ ମହୁଲି ମଦ , ୨୯ ହଜାର ୨୮୦ ଲିଟର ବିଦେଶୀ-ମଦ ଓ ୩୧ ହଜାର ୨୦୦ ଲିଟର ବୀୟର ଜବତ କରାଯାଇଛି । ଏହି ସବୁ ଜବତ’ର ଆନୁମାନିକ ମୂଲ୍ୟ ୬ ଲକ୍ଷ ଟଙ୍କା’ରୁ ଉର୍ଦ୍ଧ୍ବ ହେବ ବୋଲି ବିଭାଗୀୟ ପକ୍ଷରୁ କୁହାଯାଇଛି । ଏହି ଚଢ଼ାଉ କାର୍ଯ୍ୟକ୍ରମ’ରେ ଇଆଇ: ଏଣ୍ଡ ଇବି ବ୍ରହ୍ମପୁର ଷ୍ଟାଫ , ଅବକାରୀ ଥାନାଧିକାରୀ ଶ୍ରୀ ଚନ୍ଦ୍ର ଶେଖର ପତିହାରି , ଅବକାରୀ ଏଏସଆଇ:- ଶ୍ରୀ ଚିତ୍ତରଞ୍ଜନ ଜେନା , ଶ୍ରୀ କାହ୍ନୁ ଚରଣ ବଡ଼ଦଳେଇ ଓ ଅବକାରୀ ଥାନା କାଶୀନଗର ଓ ପାରଳାଖେମୁଣ୍ଡି’ର ସମସ୍ତ ଷ୍ଟାଫ , ଏହି ମିଳିତ ଅବକାରୀ ଚଢ଼ାଉ’ରେ ସାମିଲ ହୋଇଥିଲେ ।
No Result
View All Result