No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୦ଡିସେମ୍ବର ରବିବାର )ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ନାଟକ ପ୍ରେକ୍ଷାଳୟରେ ଗଜପତି ଜିଲ୍ଲା ସ୍ତରୀୟ କଳା ଉତ୍ସବ ୨୦୨୦-୨୧ ଓଡିଶା ସ୍କୁଲ ଶିକ୍ଷା ପ୍ରାଧିକରଣ ଆନୁକୂଲ୍ୟରେ ଆୟୋଜିତ ଗଜପତି ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ପ୍ରକଳ୍ପ ସଂଯୋଜକ ପ୍ରଦୀପ କୁମାର ନାଗଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମନୋଜ ରଞ୍ଜନ ଦଳାଇ ଉଦଘାଟନ କରିଥିଲେ। ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସାତ୍ମିକ କୁମାର ପଟ୍ଟନାୟକ ଉଦ୍ଦେଶ୍ୟ ଜ୍ଞାପନ କରି କଳା ଓ ସଂସ୍କୃତିର ବଜାୟ ରଖିବା ପାଇଁ ବିଦ୍ୟାଳୟ ସ୍ତରରେ ଏହା ଏକ ସଚେତନ କାର୍ଯ୍ୟକ୍ରମ ପ୍ରୟାସ ବୋଲି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ଼. ବୃଷକେତୁ ଦାଶ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଚାରକ ଭାବେ ବିଚିତ୍ରାନନ୍ଦ ବେବର୍ତ୍ତା , ଗୁରୁ ରଘୁନାଥ ପାତ୍ର , ମୂରଲୀଧର ପରିଛା ଯୋଗ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଉଚ୍ଚ ବିଦ୍ୟାଳୟ ମହାବିଦ୍ୟାଳୟରୁ ୨୫ ଜଣ ଛାତ୍ରଛାତ୍ରୀ ପ୍ରତିଯୋଗିତାର ପ୍ରାରମ୍ଭିକ ସ୍ତରରେ ଅଂଶ ଗ୍ରହଣ କରିଥିଲେ। ସେଥିମଧ୍ୟରୁ ୯ ଜଣ ପ୍ରତିଯୋଗୀ ଚିତ୍ରାଙ୍କନ , ସଂଗୀତ ,ନୃତ୍ୟ , ବାଦ୍ୟ ଚାଳନାରେ ଜୋନାଲ ସ୍ତର ପାଇଁ ଅଂଶ ଗ୍ରହଣ କରିଥିଲେ । ସିଡି ମାଧ୍ୟମରେ ୫ ମିନିଟ୍ ର ଭିଡିଓ କରାଯାଇ ଜୋନାଲ ସ୍ତରରେ ଅନୁଷ୍ଠିତ ହେବାକୁ ଥିବା କୋରାପୁଟ ଜିଲ୍ଲା ଶିକ୍ଷା ଅଧିକାରୀ ଓ ପ୍ରକଳ୍ପ ସଂଯୋଜକଙ୍କୁ ପ୍ରେରଣ କରାଯାଇଛି । ଏହି ସମସ୍ତ କାର୍ଯ୍ୟକ୍ରମକୁ ଅନୁସୂଚିତ ଜାତି ଓ ଜନଜାତି ସଂଯୋଜକ ସନ୍ତୋଷ କୁମାର ସାହୁ କୋଭିଡ୍ -୧୯ ଗାଇଡଲାଇନ୍ ଅନୁସାରେ ଓ ସାମାଜିକ ଦୂରତା ରକ୍ଷା କରି ପରିଚାଳନା କରିଥିଲେ ।
No Result
View All Result