• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ସମ୍ରାଟ ଅଶୋକଙ୍କ ଶିଳା ଲେଖାର ପୂର୍ଣ୍ଣ ଉଦ୍ଧାରରେ ଅବହେଳା, ପର୍ଯ୍ୟଟନ କ୍ଷେତ୍ରରେ ଗୁରୁତ୍ବ ହରାଉଛି

Proprietor Abhimanyu Maharana by Proprietor Abhimanyu Maharana
December 20, 2020
in ଓଡ଼ିଶା, ଗଞ୍ଜାମ, ହୋମ୍
0
ସମ୍ରାଟ ଅଶୋକଙ୍କ ଶିଳା ଲେଖାର ପୂର୍ଣ୍ଣ ଉଦ୍ଧାରରେ ଅବହେଳା, ପର୍ଯ୍ୟଟନ କ୍ଷେତ୍ରରେ ଗୁରୁତ୍ବ ହରାଉଛି
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୨୦ ଡିସେମ୍ବର ରବିବାର )ପୁରୁଷୋତ୍ତମପୁର :- ପୁରୁଷୋତ୍ତମପୁର କଳିଙ୍ଗ ଇତିହାସର ସର୍ବପୁରାତନ ମୁକ ସାକ୍ଷୀ ହେଉଛି ଗଞ୍ଜାମ ଜିଲ୍ଲାର ଜଉଗଡ, ଯାହାକି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ପାଣ୍ଡିଆ ପଂଚାୟତରେ ଅବସ୍ଥିତ l ଏଠାରେ ଥିବା ପ୍ରାଚୀନ ଶିଳାଲେଖ ଗୁଡିକ ହେଉଛି 2260 ବର୍ଷର ତଳର ପୂରଣl , ଯାହାକି ଖ୍ରୀଷ୍ଟପୂର୍ଵ 261 ରେ କଳିଙ୍ଗ ସମ୍ରାଟ ଅଶୋକଙ୍କ ସମୟର ଲେଖା ଯାଇଥିବା ପ୍ରତ୍ନତାତ୍ତ୍ୱିକ ସର୍ଭେ ଅଫ୍ ଇଣ୍ଡିଆରୁ ଜଣା ପଡେ l ଐତିହାସିକ କଳିଙ୍ଗ ଯୁଦ୍ଧପରେ ସମ୍ରାଟ ଅଶୋକ ବହୁଥିବା ରକ୍ତର ଦୟାନଦୀକୁ ଦେଖି ଚଣ୍ଡାଅଶୋକ ରୁ ଧର୍ମାଅଶୋକରେ ପରିଣତ ହୋଇଥିଲେ l ଏହାପରେ ସେ ରାଜ୍ୟଜୟ କ୍ଷମତା ଲୋଭକୁ ପରିତ୍ୟାଗ କରି ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ ଏବଂ ତାହାର ପ୍ରଚାର ପ୍ରସାର କଲେ l ସେଇ ସମୟରେ ସମ୍ରାଟ ଆଶୋକ 14 ଟି ଶିଳାନୁଶାସନ ଲେଖିଥିଲେ l ସେଥିମଧ୍ୟରୁ ଏକାଦଶଟି ଶିଳାନୁଶାସନ ଜଉଗଡ ପଥର ଦେହରେ ଖୋଦିତ ହୋଇଥିବା ବେଳେ ତିନୋଟି ଶିଳାନୁଶାସନ ଧଉଳି ଠାରେ ରହିଛି l

ଏହି ଶିଳାନୁଶାସନ ଗୁଡିକ ପାର୍ଲି ଭାଷାରେ ଲେଖା ଯାଇଥିଲା ବେଳେ ତତ୍କାଳୀନ କଳିଙ୍ଗର ଧର୍ମ ଓ ରାଜ୍ୟ ଶାସନର ସୁଵିସ୍ତୁତ ବିବରଣୀ ପ୍ରଦାନ କରେ l କିନ୍ତୁ ଏକ ଦୁଃଖର ବିଷୟ କଳିଙ୍ଗ ଇତିହାସର କଥା କହୁଥିବା ଏହି ଜଉଗଡ ଆଜି ଅବହେଳିତ ହୋଇ ପଡିଛି l ସ୍ୱାଧୀନ ଭାରତ ପୂର୍ବରୁ ଜଉଗଡ଼ ଜାତୀୟ ପର୍ଯ୍ୟଟନ ସ୍ଥଳିର ମାନ୍ୟତା ପାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହି ପର୍ଯ୍ୟଟନ ସ୍ଥଳିର କୌଣସି ବିକାଶ ମୂଳକ କାର୍ଯ୍ୟ ହାତକୁ ନିଆ ଯାଇ ନାହିଁ l ଯାହା ଫଳରେ ଏଠାକୁ ପ୍ରତିଦିନ ଆସୁଥିବା ଦେଶ ବିଦେଶର ପର୍ଯ୍ୟଟକ ମାନେ ଅନେକ ସମୟରେ ନିରାଶ ହୋଇ ଫେରୁଛନ୍ତି l ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଅନ୍ତର୍ଗତ ପାଣ୍ଡିଆ ପଂଚାୟତରେ ଅବସ୍ଥିତ ଜଉଗଡ଼ର ଇତିହାସ ଯେତିକି ପୂରଣl ତାର କିମ୍ବଦନ୍ତୀ ମଧ୍ୟ ସେତିକି ନିଆରା l କିମ୍ବଦନ୍ତୀ ବା ଲୋକକଥା ଅନୁଯାଇ ଜଉଗଡ଼ର ରାଜା ନିଜ ରାଜ୍ୟର ସୁରକ୍ଷା ପାଇଁ ଏକ ଜଉରେ ତିଆରି ପାଚେରୀ ନିର୍ମାଣ କରିଥିଲେ ଯାହା ଶତ୍ରୁ ମାନଙ୍କ ଠାରୁ ନିଜର ଗଡ଼କୁ ସୁରକ୍ଷା ଦେଉଥିଲା l

ଏବଂ ଏବିଷରେ ଅପର ପକ୍ଷର ଶତ୍ରୁ ମାନଂକୁ ସମ୍ପୂର୍ଣ ଅଜଣା ଥିଲା l ଯେତେବେଳେ ଶତ୍ରୁ ପକ୍ଷର ସୈନ୍ୟ ମାନେ ଜଉଗଡ଼ର ପାଚେରୀ ବିଷୟରେ ରାଜ ଉଆସକୁ ପ୍ରତିଦିନ କ୍ଷୀର ଦେବାକୁ ଆସୁଥିବା ଗଉଡ଼ୁଣିକୁ ପଚାରି ବୁଝିଥିଲେ l ଏବଂ ଗଉଡ଼ୁଣୀ ଠାରୁ ଜଉରେ ତିଆରି ପାଚେରୀର ରହସ୍ୟ ଜାଣିପାରି ସେଠାରେ ନିଆଁ ଲଗେଇ ଦେଲେ ଯାହା ଫଳରେ ଜଉଗଡ଼ର ପାଚେରୀ ସହ ସମଗ୍ର ଜଉଗଡ଼ ନିଆଁରେ ଜଳି ଯାଇଥିଲା l ଏବଂ ଏହାପରେ ଜଉଗଡ଼ ରାଜା ଗଉଡ଼ୁଣୀଙ୍କୁ ଅଭିଶାପ ଦେଇଥିଲେ ଯାହା ଫଳରେ ଗଉଡ଼ୁଣୀ ସେଠାରେ ପଥର ହୋଇ ଯାଇଥିଲା l ଏବେବି ସେଇ ପଥରକୁ ଗଉଡ଼ୁଣୀ ପଥର କୁହାଯାଏ l ଅନ୍ୟ ଏକ କିମ୍ବଦନ୍ତୀ ଅନୁଯାଇ କୌରବ ମାନଙ୍କ ଜ୍ୟେଷ୍ଟ ଭାଇ ଦୁର୍ଯ୍ୟୋଧନ ଏହି ଜଉଗଡ଼ ନିର୍ମାଣ କରିଥିଲେ l ସେ କିମ୍ବଦନ୍ତୀ ଯାହା ହେଉନା କାହିଁକି ଏବେ କିନ୍ତୁ ଏହି ଐତିହାସିକ ଗଡ଼ ସମ୍ପୂର୍ଣ ଅବହେଳିତ ହୋଇ ପଡିଛି

ଇତିହାସର କଥା କହୁଥିବା ଏହି ଜଉଗଡ଼କୁ ଦେଖିଲେ ମନରେ ପ୍ରଶ୍ନ ଉଠେ ଯେଉଁ ରାଜ୍ୟରେ ଇତିହାସର ସୁରକ୍ଷା ନାହିଁ ସେ ରାଜ୍ୟବା କେତେ ସୁରକ୍ଷିତ l ପ୍ରତ୍ନତାତ୍ତ୍ୱିକ ସର୍ଭେ ଅଫ୍ ଇଣ୍ଡିଆ ଅଧୀନରେ ଥିବା ଏହି ଜଉଗଡ଼ ରାଜ୍ୟ ପର୍ଯ୍ୟଟନ ବିଭାଗର ଅବହେଳା ଯୋଗୁଁ ଆଜି ଅବହେଳିତ ହୋଇ ପଡିଛି l କଳିଙ୍ଗର ଇତିହାସ କଥା କହୁଥିବା ପାର୍ଲି ଭାଷାର ପ୍ରସ୍ତର ଲେଖାବି ଧୀରେ ଧୀରେ ପଥର ଦେହରୁ ଅଦୃଶ୍ୟ ହେବାକୁ ବସିଲାଣି l ଜାତୀୟ ପର୍ଯ୍ୟଟନ ସ୍ଥଳିର ମାନ୍ୟତା ପାଇଥିବା ଜଉଗଡ଼ରେ ଏପର୍ଯ୍ୟନ୍ତ ପର୍ଯ୍ୟଟକ ମାନଙ୍କର ରହଣି , ପାଣିୟ ଜଳର ବ୍ୟବସ୍ଥା, ଅବା ଶୌଚାଳଟେ ବି ହୋଇପାରି ନାହିଁ l ପର୍ଯ୍ୟଟନ ସ୍ଥଳିର ସୌନ୍ଦଯ୍ୟ କରଣ କଥାତ ଦୂରକୁ ଥାଉ ପର୍ଯ୍ୟଟକ ମାନଙ୍କ ପାଇଁ ଥିବା ସୂଚନା ଫଳକ ଗୁଡିକ ନଷ୍ଟ ହୋଇ ଯାଇଥଲେ ମଧ୍ୟ ସେଗୁଡିକ ପ୍ରତି ଧ୍ୟାନ ଦିଆ ଯାଇ ନାହିଁ l ଯାହା ଫଳରେ ଏଠାକୁ ଆସୁଥିବା ପର୍ଯ୍ୟଟକ ମାନେ ଜଉଗଡ଼କୁ ନେଇ ଥିବା ଐତିହାସିକ ଅବା କିମ୍ବଦନ୍ତୀ ଉପରେ ଥିବା ସୂଚନା ପାଇବାରୁ ବଞ୍ଚିତ ହେଉଛିନ୍ତି l

ଯାହାକୁ ନେଇ ପର୍ଯ୍ୟଟକ ମାନଙ୍କୁ ଠାରୁ ଆରମ୍ଭ କରି ବୁଦ୍ଧିଜୀବୀ ମାନଙ୍କ ପକ୍ଷରେ ଅସନ୍ତୋଷ ଦେଖା ଦେଇଛି l ବିଶେଷଜ୍ଞ ମାନଙ୍କ ମତରେ ରାଜ୍ୟର ପର୍ଯ୍ୟଟନ ସ୍ଥଳି ଗୁଡିକର ବିକାଶ ହେଲେ ରାଜ୍ୟର ଆର୍ଥିକ ଅବସ୍ଥା ଉନ୍ନତ ହେବ l କିନ୍ତୁ ଏଠି ଅବହେଳିତ ଜଉଗଡ଼ କହୁଛି ଓଡିଶା ରାଜ୍ୟର ବିକାଶ କେତେ l ଏନେଇ ସ୍ଥାନୀୟ ବିଡ଼ିଓ ମତ ରଖିଛନ୍ତି ଜଉଗଡ଼ ପ୍ରତ୍ନତାତ୍ତ୍ୱିକ ସର୍ଭେ ଅଫ୍ ଇଣ୍ଡିଆ ଅଧୀନ ରେ ଥିବା ଯୋଗୁଁ ଏହି ପର୍ଯ୍ୟଟନ ସ୍ଥଳିର ବିକାଶ ହୋଇ ପାରୁନାହିଁ l ବର୍ତମାନ ଆମେ ଜି.ପି ମାଧ୍ୟମରେ ଏହାର କିଛିଟା ଉର୍ନ୍ନତି କରଣ ପାଇଁ ପ୍ରୟାସ କରୁଛୁ l

ହେଲେ ଏଠି ପ୍ରଶ୍ନ ଉଠେ କାହିଁକି ଅବହେଳିତ ରାଜ୍ୟର ସର୍ବପୁରାତନ ଐତିହାସିକ ପିଠସ୍ଥଳି ଜଉଗଡ଼ ? କଣ ପାଇଁ ପ୍ରତ୍ନତାତ୍ତ୍ୱିକ ସର୍ଭେ ଅଫ୍ ଇଣ୍ଡିଆ ଏହାର ବିକାଶ ଦିଗରେ କୌଣସି ପଦକ୍ଷେପ ନେଉ ନାହିଁ ? ଜାତୀୟ ପର୍ଯ୍ୟଟନ ସ୍ଥଳି ମାନ୍ୟତା ଦେଲା ପରେ ସରିଯାଇଛିକି ସମସ୍ତ କର୍ତ୍ତବ୍ୟ l ନା ନିଦରେ ଶୋଇଛି ରାଜ୍ୟ ପର୍ଯ୍ୟଟନ ବିଭାଗ ? ଦେଖାଯାଉ କେବେ ଏହି ପର୍ଯ୍ୟଟନ ସ୍ଥଳିର ଉନ୍ନତି କରଣ ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗର ତତ୍ପରତା ପ୍ରକାଶ ପାଉଛି l ଯଦି ଆଗାମୀ ଦିନରେ ଏହି ପର୍ଯ୍ୟଟନ ସ୍ଥଳିର ବିକାଶ ହୁଏ ତାହେଲେ ଓଡିଶାର ଆର୍ଥିକ ବିକାଶ ସହ ଗଞ୍ଜାମ ଜିଲ୍ଲା ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ନିଜର ସ୍ଥାନକୁ ଉଚ୍ଚ କରିପାରିବ ବୋଲି ବୁଦ୍ଧିଜୀବିମାନେ ନିଜର ମତ ରଖିଛନ୍ତି।
(ରିପୋର୍ଟ -ଶେଷଦେବ ସାହୁ, ଗଞ୍ଜାମ ଜିଲ୍ଲା ବ୍ୟୁରୋ )

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ମହାପ୍ରଭୂଙ୍କ ନବଯୌବନ ଦର୍ଶନ ନିମନ୍ତେ ପୁରୀ ବାସୀ ବଞ୍ଚିତ

ମହାପ୍ରଭୂଙ୍କ ନବଯୌବନ ଦର୍ଶନ ନିମନ୍ତେ ପୁରୀ ବାସୀ ବଞ୍ଚିତ

July 15, 2026
ମହାପ୍ରଭୁଙ୍କ ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ : ଝିପିଝିପି ବର୍ଷା ସତ୍ୱେ ଭକ୍ତ ଗହଳି ବଢୁଛି

ମହାପ୍ରଭୁଙ୍କ ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ : ଝିପିଝିପି ବର୍ଷା ସତ୍ୱେ ଭକ୍ତ ଗହଳି ବଢୁଛି

July 15, 2026
ମହିଳା ପରିବର୍ତ୍ତନ ସୃଷ୍ଟିକାରୀ କ୍ଷେତ୍ରରେ ଦୀର୍ଘ ୨୮ ବର୍ଷର ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ

ମହିଳା ପରିବର୍ତ୍ତନ ସୃଷ୍ଟିକାରୀ କ୍ଷେତ୍ରରେ ଦୀର୍ଘ ୨୮ ବର୍ଷର ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ

July 14, 2026
ଖଳି ଲାଗି ପାଇଁ ଶୁଦ୍ଧ ସୁଆର ଶ୍ରୀମନ୍ଦିର ପ୍ରବେଶ

ଖଳି ଲାଗି ପାଇଁ ଶୁଦ୍ଧ ସୁଆର ଶ୍ରୀମନ୍ଦିର ପ୍ରବେଶ

July 14, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ମହାପ୍ରଭୂଙ୍କ ନବଯୌବନ ଦର୍ଶନ ନିମନ୍ତେ ପୁରୀ ବାସୀ ବଞ୍ଚିତ

ମହାପ୍ରଭୂଙ୍କ ନବଯୌବନ ଦର୍ଶନ ନିମନ୍ତେ ପୁରୀ ବାସୀ ବଞ୍ଚିତ

July 15, 2026
ମହାପ୍ରଭୁଙ୍କ ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ : ଝିପିଝିପି ବର୍ଷା ସତ୍ୱେ ଭକ୍ତ ଗହଳି ବଢୁଛି

ମହାପ୍ରଭୁଙ୍କ ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ : ଝିପିଝିପି ବର୍ଷା ସତ୍ୱେ ଭକ୍ତ ଗହଳି ବଢୁଛି

July 15, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version