କାନ୍ଦୁଛି କୃଷକ ; ଧାନ ଖଳାରୁ ଚୋରାଇ ନେଲେ ୩୦ ବସ୍ତା ଧାନ

ଓଡ଼ିଶା ତାଜା ନ୍ୟୁଜ୍ ( ୨୦ ଡିସେମ୍ବର ରବିବାର ) ଓଡ଼ଗାଁ :- କାଲି ରାତିରେ ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଗିରିଡିପଲ୍ଲି ଗାଁର କେଦାର ବେହେରାଙ୍କ ଖଳାରୁ କେହି ଦୁବୃତ୍ତ ୩୦ଟା ଧାନବସ୍ତା ଚୋରିକରି ନେଇଥିବା ଅଭିଯୋଗ ହୋଇଛି । ଗତକାଲି କେଦାର ବେଙ୍ଗଳା ପକାଇ ଧାନ ବସ୍ତାବାନ୍ଧି , ସୋଲବନ୍ଧ ନିକଟରେ ଥିବା ନିଜ ଖଳାରେ ରଖିଥିବା ବେଳେ କୌଣସି ଦୁବୃତ୍ତ ପିକପ ଭ୍ୟାନ ଯୋଗେ ଚୋରିକରି ନେଇଥିବା ଖବର ମିଳିଛି ।

ପିକପ ଭ୍ୟାନଟି କୁରାଳଦେଇ ଓଡ଼ଗାଁ ଅଭିମୁଖେ ଯାଇଥିବା କୁରାଳର ଏକ ସି ସି କ୍ୟାମେରାରୁ ଜଣା ପଡ଼ିଛି । ତେବେ ଏ ସମ୍ପର୍କରେ କେଦାର ଓଡ଼ଗାଁ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । (ଓଡ଼ଗାଁ ରିପୋର୍ଟ -ଅଶ୍ଵିନୀ କୁମାର ସାହୁ )