No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୦ ଡିସେମ୍ବର ରବିବାର ) ନୟାଗଡ଼ :- ଜାତୀୟ ଆଇନ ସେବା ପ୍ରାଧିକରଣ ଓ ଓଡ଼ିଶା ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ ଅନୁସାରେ ନୟାଗଡ଼ ଜିଲ୍ଲା ଜଜ୍ କୋର୍ଟଙ୍କ ପକ୍ଷରୁ ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏହି ଲୋକ ଅଦାଲତ ରେ ଜିଲ୍ଲା ଜଜ୍ କୋର୍ଟଙ୍କ ପକ୍ଷରୁ ୬୫ଗୋଟି ଗାଡ଼ିମୋଟର ଦୁର୍ଘଟଣାର ମାମଲା ଆଗତ କରାଯାଇ ୧୦ଗୋଟି ମାମଲାର ଫୈସଲା ହୋଇ ଟ.୯୯,୦୫,୦୦୦/- ( ଅନଶେତ ଲକ୍ଷ ପାଂଚ ହଜାର ) ଟଙ୍କା ବୀମା ରାଶି ସଂପୃକ୍ତ ହିତାଧିକାରୀମାନଙ୍କୁ ପ୍ରଦାନ କରିବା ପାଇଁ ଜିଲ୍ଲା ଜଜ୍ ତଥା ଗାଡ଼ିମୋଟର ଦୁର୍ଘଟଣା ଅଦାଲତ, ନୟାଗଡ଼ ଶ୍ରୀମତୀ ରୂପଶ୍ରୀ ଚୌଧୁରୀ ଆଦେଶ ପ୍ରଦାନ କରିଛନ୍ତି । ସେହିପରି ଅତିରିକ୍ତ ଜିଲ୍ଲା ଜଜ୍ ଶ୍ରୀମତୀ ଇତିଶ୍ରୀ ମହାପାତ୍ର ୫୨ଗୋଟି ଗାଡ଼ି ଦୁର୍ଘଟଣା ଜନିତ ମାମଲା ଆଗତ କରି ୦୩ ଗୋଟି ମାମଲାର ଫଇସଲା କରି ଟ. ୧୨,୦୫,୦୦୦ /- ( ବାର ଲକ୍ଷ ପାଂଚ ହଜାର ) ଟଙ୍କା ବୀମାରାଶି ପ୍ରଦାନ କରିବାକୁ ବୀମା କମ୍ପାନୀକୁ ଆଦେଶ ଦେଇଥିଲେ । ସେହିପରି ପରିବାର ଅଦାଲତ ଜଜ୍ ଶ୍ରୀ ପ୍ରଶାନ୍ତ କୁମାର ମିଶ୍ର ୬୧ଗୋଟି ବୈବାହିକ ମାମଲା ଆଗତ କରି ୧୪ଗୋଟି ମାମଲାର ଫଇସଲା କରିଥିବା ବେଳେ ସବଜଜ୍ଙ୍କ କୋର୍ଟ ପକ୍ଷରୁ ୧୩ଗୋଟି ଦେଓାନୀ କେସ ଫଇସଲା ହୋଇଅଛି ।
ମଣ୍ଡଳ ନ୍ୟାୟାଧିଶାଙ୍କ କୋର୍ଟ ପକ୍ଷରୁ ୪ଗୋଟି ଚେକ୍ ବାଉନସ୍ ମାମଲାର ଫଇସଲା ହୋଇଅଛି । ସେହିପରି ଜିଲ୍ଲାର ଅନ୍ୟାନ୍ୟ ବିଚାର ବିଭାଗୀୟ ଅଦାଲତ ଯଥା- ଦଶପଲ୍ଲା, ରଣପୁର, ଖଣ୍ଡପଡ଼ା, ଓଡ଼ଗାଁ ଓ ଭାପୁର ଠାରେ ଲୋକ ଅଦାଲତ ଅନୁଷ୍ଠିତ ହୋଇ ସମୁଦାୟ ୪୮୪ଗୋଟି ମାମଲାରୁ ୬୯ଗୋଟି ମାମଲା ଫଇସଲା ହୋଇଥିବା ବେଳେ ବ୍ୟାଙ୍କ ଋଣ ଅନାଦେୟ ୨୦୦୪ ମାମଲାରୁ ୧୦୧ଗୋଟି ଫଇସଲା ହୋଇ ଟ.୪୫,୧୨,୬୭୬ /- ଏବଂ ୨୧ଗୋଟି ବିଦ୍ୟୁତ୍ ମାମଲାର ଫଇସଲା ହୋଇ ଟ.୦୫,୨୨,୬୫୨/- ରାଜସ୍ୱ ଆଦାୟ କରାଯାଇଥିଲା । ଲୋକ ଅଦାଲତର ସଫଳତା ପାଇଁ ଜିଲ୍ଲା ଜଜ୍ ଶ୍ରୀମତୀ ରୂପଶ୍ରୀ ଚୌଧୁରୀ ସମସ୍ତ ବିଚାର ବିଭାଗୀୟ ଅଧିକାରୀ, ବୀମା କମ୍ପାନୀ ଅଧିକାରୀ , ଆଇନ୍ ଜିବୀ , ବ୍ୟାଙ୍କ ଅଧିକାରୀ ଓ ଅଦାଲତ କର୍ମଚାରୀମାନଙ୍କୁ ସାଧୁବାଦ ପ୍ରଦାନ କରିଥିଲେ । ସଚିବ , ଜିଲ୍ଲା ଆଇନ ସେବା ପ୍ରାଧିକରଣ ଶ୍ରୀମତୀ ରଂଜୁଲତା ଲେଙ୍କା , ରେଜିଷ୍ଟ୍ରାର ଶ୍ରୀ ଚିତ୍ତରଂଜନ ମିଶ୍ର , ମହିଳା ବିଚାରପତି ବର୍ଣାଳୀ ତ୍ରିପାଠୀ ପ୍ରମୁଖ ସମସ୍ତ ବିଚାର ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।
(ନୟାଗଡ ରିପୋର୍ଟ -ରାମକୃଷ୍ଣ ରଥ )
No Result
View All Result