No Result
View All Result
ପ୍ରତିଶୃତି ମୁତାବକ 7 ଦିନ ଭିତରେ ଦାବୀ ପୂରଣ ନହେଲେ କାର୍ଯ୍ୟବନ୍ଦ ଆନ୍ଦୋଳନ ରେ ସାମିଲ ହେବେ ସମସ୍ତ କର୍ମଚାରୀ ଆଜିବି କଳା ବ୍ୟାଜ ପିନ୍ଧି ରୋଗୀସେବା ଅବ୍ୟାହତ ଟେଣ୍ଡର ପ୍ରକ୍ରିୟା ଅନୁସାରେ ମେଡିକାଲ ର ନୂତନ ସୁପର ସ୍ପେସିଆଲିଷ୍ଟ ବ୍ଲକ ତୁରନ୍ତ କାର୍ଯ୍ୟକ୍ଷମ କରିବା ସହିତ କର୍ମଚାରୀ ଙ୍କୁ ସ୍ଥାୟୀ ନିଯୁକ୍ତିଦାବୀ
ଓଡ଼ିଶା ତାଜା ନ୍ୟୁଜ (୧୯ ଡିସେମ୍ବର ,ଶନିବାର ) ବ୍ରହ୍ମପୁର :- ନୁଆଁ ଠିକା ସଂସ୍ଥା ଦ୍ୱରା ନିଯୁକ୍ତି ନ ପାଇଥିବା ବ୍ରହ୍ମପୁର ବଡ ଡାକ୍ତରଖାନାରେ କାର୍ଯ୍ୟରତ ଆଉଟଷୋର୍ସିଂ କର୍ମଚାରୀ ମାନଙ୍କ ଧାରଣା ଚତୁର୍ଥ ଦିନରେ ପହଂଚିଛି I ଆଜି ଅପରାହ୍ନ ରେ ପୁର୍ବ ଏଜେନ୍ସି, ବର୍ତମାନ ର ଏଜେନ୍ସି ଓ କର୍ମଚାରୀ ସଂଘ ର ଏକ ଆଲୋଚନା ହୋଇଥିଲା କିନ୍ତୁ କୌଣସି ସୁଫଳ ମିଳିପାରିନି I ତେଣୁ ଆନ୍ଦୋଳନ ଆଗକୁ ଜାରିରହିବାକୁ ନିଷ୍ପତି ନିଆଯାଇଛି I ଛଟେଇ ହୋଇଥିବା କର୍ମଚାରୀ ମାନେ ଜିଲ୍ଲାପାଳ ଉଦ୍ଦେଶ୍ୟ ରେ ଦିଆଯାଇଥିବା ସ୍ମାରକ ପରେ , ତୁରନ୍ତ ମେଡିକାଲ ର ନୂତନ ସୁପରସ୍ପେସିଆଲିଷ୍ଟ ବ୍ଲକ ଖୋଲି, ଟେଣ୍ଡର ଅନୁସାରେ 262 କର୍ମଚାରୀ ଙ୍କ ନିଯୁକ୍ତି ପ୍ରକ୍ରିୟା ରେ ପୁର୍ବ ରୁ କାମ କରିଆସୁଥିବା କର୍ମଚାରୀ ଙ୍କୁ ତୁରନ୍ତ ସ୍ଥାୟୀ ନିଯୁକ୍ତି ମିଳିବାକୁ ସଂଘ ଦାବୀ ରଖିଛି I
ଆଜିର ଆନ୍ଦୋଳନ ରେ ସଂଘ ର ଉପଦେଷ୍ଠା ଭାଲଚନ୍ଦ୍ର ଷଡ଼ଙ୍ଗୀ, କୃଷକ ନେତା ପ୍ରତାପ ନାୟକ ପହଂଚି ସମର୍ଥନ ସହକାରେ ଆନ୍ଦୋଳନ ର ଯଥାର୍ଥତା ଓ ଆନ୍ଦୋଳନ ର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ I ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଆଉଟଷୋର୍ସିଂ କର୍ମଚାରୀ ସଂଘ ଆବାହକ ପ୍ରତାପ ପ୍ରଧାନ, ସଂଘ ର ସଭାପତି ସୁନୀଲ ପାତ୍ର, ରମେଶ ରାଓ, ସୁଜିତ ପାତ୍ର, ନିରଞ୍ଜନ ରାଓ, ସନାତନ ନାୟକ, ଚନ୍ଦ୍ର ପାତ୍ର, ପିଙ୍କି ନାୟକ, ଓ ସଂଘ ର ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ (ରିପୋର୍ଟ:ଶେଷଦେବ ସାହୁ, ଗଞ୍ଜାମ ଜିଲ୍ଲା ବ୍ୟୁରୋ)
No Result
View All Result