No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୯ ଡିସେମ୍ବର ,ଶନିବାର ) ବ୍ରହ୍ମପୁର :- ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦ ୧ ନଂ ୱାର୍ଡର ପୂର୍ବତନ କାଉନସିଲର ନିରୁପମା ପଟ୍ଟନାୟକ ଗତ କିଛିଦିନ ପୂର୍ବେ କଂଗ୍ରେସ ଛାଡି ବିଜେଡିରେ ଯୋଗଦାନକୁ ନେଇ ଗତକାଲି ଦିଗପହଣ୍ଡି କଂଗ୍ରେସ ପକ୍ଷରୁ ସାମ୍ୱାଦିକ ସମ୍ମିଳନୀରେ ଯେଉଁ ମନ୍ତବ୍ୟ ପ୍ରଦାନ କରାଯାଇଥିଲା ତାହାକୁ ଶନିବାର ଅପରାହ୍ନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ଜରିଆରେ ଦୃଢ ନିନ୍ଦା ପ୍ରକାଶ କରିଛନ୍ତି କାଉନସିଲର ଶ୍ରୀମତୀ ପଟ୍ଟନାୟକ । ଖବରପ୍ରକାରେ , ଦିଗପହଣ୍ଡି ବିଜେଡି କାର୍ଯ୍ୟାଳୟ ପରିସରରେ ଶନିବାର ଦିନ ନଗର ବିଜେଡି ଉପଦେଷ୍ଟା ଭି . ରବିନାରାୟଣ ରାଜୁଙ୍କ ନେତୃତରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜିତ ହୋଇଥିଲା । ଏଥିରେ ପୂର୍ବତନ କାଉନସିଲର ଶ୍ରୀମତୀ ପଟ୍ଟନାୟକ ସମେତ ନଗର ବିଜେଡି ସଭାପତି ଲକ୍ଷ୍ମୀ ନୃସିଂହ ମାର୍ଥା , ସଂପାଦକ ଯୁଧିଷ୍ଠିର ସ୍ବାଇଁ , କୋଷାଧ୍ୟକ୍ଷ ସୁରେନ୍ଦ୍ର ପଟ୍ଟନାୟକ ସମେତ ବହୁ ଦଳୀୟ କର୍ମୀଙ୍କ ଉପସ୍ଥିତିରେ ଗତକାଲି ଦିଗପହଣ୍ଡି କଂଗ୍ରେସ ପକ୍ଷରୁ ଶ୍ରୀମତୀ ପଟ୍ଟନାୟକଙ୍କ ଦଳରୁ ଇସ୍ତଫା ଓ ବିଜେଡିରେ ସାମିଲ ହେବା ଦୃଢ଼ ନିନ୍ଦା କରିଥିଲେ ।
ଯାହାକୁ ନେଇ ଆଜି କଂଗ୍ରେସର ଜବାବ ରଖି ନିଜ ଅଭିଭାଷଣରେ ପ୍ରକାଶ କରିଛନ୍ତି ମୁଁ କୈାଣସି ଦଳବିରୋଧୀ କାର୍ଯ୍ୟ କରିନାହିଁ କିମ୍ବା ମୋତେ ଦଳରୁ ବହିଷ୍କୃତ କରିବା ପାଇଁ କୈାଣସି ପ୍ରମାଣପତ୍ର ନାହିଁ ଓ କଂଗ୍ରେସ ନିକଟରେ କୈାଣସି ପ୍ରମାଣ ଥିଲେ ସମସ୍ତ ଜନସାଧାରଣଙ୍କ ନିକଟରେ ଉପସ୍ଥାପନ କରନ୍ତୁ ବୋଲି କହିଛନ୍ତି । ଏପରିକି ଦଳୀୟ କାର୍ଯ୍ୟକ୍ରମରେ କଂଗ୍ରେସ ପକ୍ଷରୁ ମୋତେ କୈାଣସି ସୂଚନା ପ୍ରଦାନ କରାଯାଉନଥିଲା ଏବଂ ଅଣଦେଖା କରାଯାଉଥିଲା । ଏହି ଅବସରରେ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକଳାପ ଓ ଶୁଶାସନକୁ ଅନୁକରଣ କରି ନିଜ ଚିନ୍ତାଧାରା ବଦଳାଇ ବିଜେଡିରେ ଯୋଗ ଦେଇଥିବା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଏପରିକି ବିଜେଡି ଦଳରେ କୈାଣସି ପଦବୀ ଦିଆଯାଏ ଜଣେ ମହିଳା ହିସାବରେ ସମସ୍ତ କାର୍ଯ୍ୟ ସୂଚାରୁରୂପେ ପରିଚାଳନା କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ କାଉନସିଲର ମାଗି ସେଠୀ , ପ୍ରଦୀପ୍ତ ପଟ୍ଟନାୟକ , କାଉନସିଲର ପ୍ରତିନିଧି ନୀଳ ପଟ୍ଟନାୟକ , ବିଜେଡି ଯୁବନେତା ଶିବଶଙ୍କର ଗୈାଡ , କର୍ମୀ ପ୍ରଶାନ୍ତ ପାଣିଗ୍ରାହୀ , ଜିତେନ୍ଦ୍ର ମାର୍ଥା , ରମେଶ ପାତ୍ର , ନିଗମ ପଣ୍ଡା , ବଳରାମ ମହାରଣା , ଟୁନା ସେଠୀ , ଟୁଲୁ ସେଠୀ ସମେତ ବହୁ କର୍ମୀ ଉପସ୍ଥିତ ରହିଥିଲେ ।(ରିପୋର୍ଟ/ଶେଷଦେବ ସାହୁ, ଗଞ୍ଜାମ ଜିଲ୍ଲା ବ୍ୟୁରୋ)
No Result
View All Result