ଭୁବନେଶ୍ୱର (ଓଡିଶା ତାଜା ନିଉଜ୍) ଭୁବନେଶ୍ୱର ତା ୨୧/୦୧ /୨୦୨୦ :- ଆଜି ରାଜ୍ୟ ସରକାରଙ୍କ ଉପରେ ଢ଼େର ବର୍ଷିଛି କଂଗ୍ରେସ ।
ରାଜ୍ୟରେ ଦୁଷ୍କର୍ମ ଘଟଣା ବଢ଼ି ଚାଲିଥିବାରୁ ବିଜେଡି ସରକାରଙ୍କୁ ଟାର୍ଗେଟ କରିଛନ୍ତି ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ।
ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଂଟିଗଡ଼ିଆ ପଞ୍ଚାୟତ ଅଧିନସ୍ଥ ହରିଚନ୍ଦନପୁର ଗ୍ରାମର ଗଣ ଦୁଷ୍କର୍ମ ପୀଡ଼ିତା ମନିଷା ମଲ୍ଲିକ୍ର ଦୟନୀୟ ଅବସ୍ଥା ପ୍ରତି ରାଜ୍ୟ ସରକାର ଉଦାସୀନ ବୋଲି ସେ କହିଛନ୍ତି ।