ଗଜପତି ଜିଲ୍ଲା ; ତଣ୍ଡରଙ୍ଗ ଗ୍ରାମ ନିକଟରେ ୭୭.୦୭୬ ଏକର ଜମିରୁ ୧.୫୪.୧୫୨ଟି ଗଞ୍ଜେଇ ଗଛ କୁ କାଟି ପୋଡି ନଷ୍ଟ କରାଯାଇଥିଲା l ଯାହାର ଆନୁମାନିକ ବଜାର ଦର ୧୫.୪୧ କୋଟି ହେବ

ଓଡ଼ିଶା ତାଜା ନ୍ୟୁଜ (୧୯ ଡିସେମ୍ବର ,ଶନିବାର ) ଗଜପତି :- ଗତ ୧୫ତାରିଖ ଦିନ ଗଜପତି ଜିଲ୍ଲାର ଅଡବା ଥାନା ଅଞ୍ଚଳରେ ୬୧ ଏକର ଜମିରେ ୧୨କୋଟି ୨୩ଲକ୍ଷ,ପୁଣି ୧୭ତାରିଖ ଦିନ ଏହି ଜିଲ୍ଲାର ମୋହନା ଥାନା ଅଞ୍ଚଳରେ ୭୨ ଏକର ପାହାଡିଆ ଜମିରୁ ଯାହାର ମୁଲ୍ୟ ୧୪କୋଟିରୁ ଅଧିକ ମୁଲ୍ୟର ବେଆଇନ ଗଞ୍ଜେଇ ଗଛକୁ ପୋଡି ନଷ୍ଟ କରାଯାଇଥିଲା । ଗତକାଲି ପୁଣି ବେଆଇନ ଭାବେ ଚାଷ କରାଯାଇଥିବା ୧୫.୪୧କୋଟି ମୁଲ୍ୟର ଗଞ୍ଜେଇ ଗଛକୁ ପୋଡି ଦିଆଯାଇଛି ।

ଘଟଣାରୁ ପ୍ରକାଶ,ଗଜପତି ଜିଲ୍ଲାପାଳ ଅନୁପମ ସାହା,ଏସପି ତପନ କୁମାର ପଟ୍ଟନାୟକଙ୍କ ନିର୍ଦ୍ଧେଶ କ୍ରମେ ପୋଲିସ,ଅବକାରୀ,ବନ ଓ ରାଜସ୍ୱ ବିଭାଗର ମିଳିତ ଚଢାଉରେ ଗତକାଲି ପୁଣି ଏହି ଜିଲ୍ଲାର ଏକ ଦୁର୍ଗମ ଅଞ୍ଚଳରୁ ୧୫.୪୧କୋଟି ଟଙ୍କାର ଗଞ୍ଜେଇ ଗଛକୁ ପୋଡା ଯାଇଛି । ଏକ ସୁଚନାକୁ ଭିତ୍ତି କରି ଆର.ଉଦୟଗିରି ଥାନାଧିକାରୀ ମମତା ନାୟକଙ୍କ ନେତୃତ୍ୱରେ ପୋଲିସ, ଅବକାରୀ, ବନ ଓ ରାଜସ୍ୱ ବିଭାଗ କର୍ମଚାରୀମାନେ ଚଢାଉକରି ଆର.ଉଦୟଗିରି ବ୍ଲକର ତଣ୍ଡରଙ୍ଗ ଗ୍ରାମ ନିକଟରେ ଥିବା ଜଙ୍ଗଲରେ ପ୍ରାୟ ୭୭.୦୭୬ ଏକର ଜମିରେ ବେଆଇନ ଭାବେ ଲଗାଯାଇଥିବା ୧.୫୪.୧୫୨ଟି ଗଞ୍ଜେଇ ଗଛକୁ ପୋଡି ନଷ୍ଟ କରାଯାଇଥିଲା ।

ଯାହାର ଆନୁମାନିକ ବଜାର ମୁଲ୍ୟ ୧୫.୪୧କୋଟିରୁ ଉର୍ଦ୍ଧ ଟଙ୍କା ହେବ ବୋଲି ଜଣାପଡିଛି । ଏହି ଚଢାଉରେ ନୁଆଗଡ ତହସିଲଦାର ପ୍ରଫୁଲ କୁମାର କୁଜୁରୁ ମାଜିଷ୍ଟ୍ରେଟ ଭାବେ ଯୋଗ ଦେଇଥିଲେ । ଏ ନେଇ ଏନଡିପିଏସ ଆକ୍ଟର ଧାରା ୨୦(କ) ରେ ମାମଲା ରୁଜୁ ହୋଇଥିବା ସୁଚନା ମିଳିଛି ।         (ପାରଳାଖେମୁଣ୍ଡି/ଗରୁଡ଼ ଧ୍ୱଜ ଚୌଧୁରୀ)