No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୧୯ ଡିସେମ୍ବର ଶନିବାର) କଳାହାଣ୍ଡି :- ଆମ ଦେଶରେ କରୋନା ସଂକ୍ରମଣ ହେବା ପୂର୍ବରୁ ଇଷ୍ଟକୋଷ୍ଟ ସମ୍ବଲପୁର ଡିଭିଜନ ଅନ୍ତର୍ଗତ ରୁପ୍ରାରୋଡ ଓ ନର୍ଲାରୋଡ ରେଳ ଷ୍ଟେସନରେ ଅନେକ ଏକ୍ସପ୍ରେସ୍ ଯାହାକି ବିଶାଖାପାଟଣା – ନିଜାମୁଦିନ ,ସମତା ସୁପରଫାଷ୍ଟ,ଧନବାଦ-ଏଲେପି,ବିଶାଖାପାଟଣା-କୋରବା ଲିକ ଏକ୍ସପ୍ରେସ, ପୁଷପୁଲ ରାୟପୁର -ଜୁନାଗଡ଼ ପାସେଞର ଟ୍ରେନ୍ ଗୁଡିକ ଦୁଇଗୋଟି ଷ୍ଟେସନରେ ରହୁଥିଲା। ରୁପ୍ରାରୋଡରେ ପୁରୀ -ଅହମଦାବାଦ ଏକ୍ସପ୍ରେସ୍ ରହଣି ପାଇ ବାରମ୍ବାର ଦାବି ସତ୍ଵେ ପ୍ରଶାସନର ବୈମାତୃକ ମନୋଭାବ ଯୋଗୁଁ ରୁପ୍ରାରୋଡରେ ଏହା ଆଜି ପର୍ଯ୍ୟନ୍ତ ରହୁନାହିଁ ।
କୋରାପୁଟ -ଭୁବନେଶ୍ବର ଭାୟା ଟିଟିଲାଗଡ଼ ସପ୍ତାହକୁ ତିନି ଦିନ ଯାତାୟତ କରୁଥିବା ଏକ୍ସପ୍ରେସ୍ ମଧ୍ୟ ରହୁନାହିଁ। ତେବେ କରୋନା ଲକଡାଉନ ଯୋଗୁଁ ଗତ ଅପ୍ରେଲ ମାସରୁ ଟ୍ରେନ ଚଳାଚଳ ବନ୍ଦହୋଇଥିଲା।ପ୍ରଥମ ଓ ଦ୍ୱିତୀୟ ଲକଡାଉନ ଖୋଲିବା ପରେ ଗତ ଅଗଷ୍ଟ ମାସରୁ ସ୍ୱତନ୍ତ୍ର ଟ୍ରେନ୍ ଭାବରେ ସମତା, କୋରବା ଏକ୍ସପ୍ରେସ, ଏଲେପି -ଧନବାଦ, କୋରାପୁଟ -ଭୁବନେଶ୍ୱର ଟ୍ରେନ ଚଳାଚଳ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ରୁପ୍ରାରୋଡ ନର୍ଲାରୋଡଠାରେ ଏହି ଟ୍ରେନ ଗୁଡ଼ିକର ଷ୍ଟପେଜ ଦିଆଯାଇ ନାହିଁ। ଯାହା ଫଳରେ ଏହି ଅଂଚଳର ଲୋକେ ଦିଲ୍ଲୀ ,ରାୟପୁର, ବିଶାଖାପାଟଣା, ଭୁବନେଶ୍ବର, ଗୁଜୁରାଟ, ଯିବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ବେଳେ ଏଠାରୁ ୩୦ କିଲୋମିଟର କେସିଙ୍ଗା ଷ୍ଟେସନକୁ ଯାଇ ଟ୍ରେନରେ ବସୁଛନ୍ତି। ଯାହା କି ହଇରାଣ ସହିତ ଖର୍ଚ୍ଚାନ୍ତ ଓ ସମୟ ନଷ୍ଟ ହେଉଛି ।
ରୁପ୍ରାରୋଡ ଓ ନର୍ଲା ରେଳ ଷ୍ଟେସନରେ କିଛି ଦିନ ହେଲା କେବଳ ସମ୍ବଲପୁର -ରାୟଗଡ଼ା ଇଣ୍ଟରସିଟି ରହୁଛି। ବର୍ତମାନ ସମୟରେ ରୁପ୍ରାରୋଡରେ ଏହି ସବୁ ଏକ୍ସପ୍ରେସ ଟ୍ରେନ ରହଣୀ ପାଇଁ ରୁପ୍ରାରୋଡ ସଚେତନ ନାଗରିକ ମଞ୍ଚର ମନୋଜ ମହାନ୍ତି, ଗୋଵିନ୍ଦ ଖେତାନ, ସଜ୍ଜନ ଅଗ୍ରୱାଲ, ଓମପ୍ରକାଶ ଅଗ୍ରବାଲ , ଅନିଲ ଅଗ୍ରୱାଲ, ମହେଶ କଟୋକ, ରାଜକୁମାର ଅଗ୍ରୱାଲ, ଆଲୋକ ଅଗ୍ରୱାଲ, ସୁମିତ ଶର୍ମା, ସାଧୁରାମ ଅଗ୍ରୱାଲ, ରୁପ୍ରାରୋଡ ସରପଂଚ ଚିତ୍ତରଞ୍ଜନ ରଣା, ବ୍ଳକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ପୂର୍ବତନ ସରପଞ୍ଚ ମାନଗୋବିନ୍ଦ ମହାନ୍ତି, ପୂର୍ବତନ ସରପଞ୍ଚ ହରିପ୍ରସାଦ ପଧାନ,
ରୁପ୍ରାରୋଡ ପ୍ରେସକ୍ଳବର ସଦସ୍ୟ ଦୀପକ ମହାନ୍ତି ପ୍ରମୁଖ ଦାବି କରୁଥିବା ସମୟରେ ନର୍ଲା ରୋଡ ଷ୍ଟେସନ ଠାରେ ଟ୍ରେନ୍ ରହଣି ପାଇ ନର୍ଲା ଯାତ୍ରୀ ସୁରକ୍ଷା ମଞ୍ଚର ସଭାପତି ମହେଶ ଜୈନ, ସମ୍ପାଦକ କୁମୁଦ ଚନ୍ଦ୍ର ନାଏକ, ସଦସ୍ୟ ବିମଳ କେଡିଆ, ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ ନାଏକ,ନର୍ଲା ସରପଂଚ ଚିରଞ୍ଜିବି ଗୈ।ଡିଆ,ସର୍ଗିଗୁଡା ସରପଞ୍ଚ ନରସିଂହ କୁମାର ଦାବି ଜଣାଇଛନ୍ତି। ଏହି କରୋନା ମହାମାରୀ ସଂକ୍ରମଣ ସମୟରେ ନର୍ଲା ବ୍ଳକର ୨୬ଟି ପଂଚାୟତର ଜନସାଧାରଣ ରୁପ୍ରାରୋଡ ଓ ନର୍ଲାରୋଡକୁ ଆସି ଟ୍ରେନ୍ ରହଣି ଓ ବସ ଚଳାଚଳ ହେଉ ନଥିବାରୁ ବହୁତ ଅସୁବିଧାର ସମ୍ମୁଖିନ ହେଉଥିବା ବେଳେ କୋୖଣସି ନେତା ମଧ୍ୟ ରୁପ୍ରାରୋଡ ଅଂଚଳ ଆସି କୋୖଣସି ଆଶ୍ୱାସନା ଦେଉନଥିବାରୁ ଜନସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। (ରିପୋର୍ଟ ପ୍ରଦୀପ କୁମାର ଗଉଡ)
No Result
View All Result