No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୯ ଡିସେମ୍ବର , ଶନିବାର ) ପଦ୍ମପୁର :- ବରଗଡ଼ ଜିଲ୍ଲା ଅନ୍ତର୍ଗତ ଜଗଦଳପୁର ଥାନା ଅଧିନସ୍ଥ ଲହଙ୍ଗେର ଗ୍ରାମର ମହିଳା,ଛୋଟ ଛୁଆଙ୍କ ସମେତ ୧୫ଜଣେ ଦଳିତ ଶ୍ରମିକ ଦେଢ ବର୍ଷ ହେଲା ବନ୍ଧକ ପଢିଛନ୍ତି ତେଲେଙ୍ଗାନା ରାଜ୍ୟର ଇଟା ଭାଟିରେ । କରୋନା ମହାମାରୀ ବେଳେ ଓଡିଶା କୁ ଫେରିବା ପାଇଁ ଚାହୁଁଥିଲେ ମଧ୍ୟ ଇଟା ଭାଟି ମାଲିକ ଧମକ ଚମକ ଏ ପରି କି ମାଡପିଟ କରି ଛାଡି ନ ଥିବାର ଅଭିଯୋଗ ହୋଇଛି । ବନ୍ଧକ ପଡିଥିବା ପରିବାର ଶ୍ରୀମତୀ ସୁଭାଶିନୀ ତାଣ୍ତି ବରଗଡ଼ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରି ତାଙ୍କ ପରିବାରର ଲୋକଙ୍କୁ ତେଲେଙ୍ଗାନା ରାଜ୍ୟରୁ ମୁକ୍ତି କରିବା ପାଇଁ ଆକୁଳ ନିବେଦନ କରିଛନ୍ତି । ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଲାଠୋର ଗ୍ରାମର ଜଣେ ଦାଦନ ସର୍ଦ୍ଧାର ମଜିତ ଖାଁ ଲହଙ୍ଗେର ଗ୍ରାମକୁ ଆସି ତେଲେଙ୍ଗାନା ଗଲେ ଅଧିକ ରୋଜଗାର କରିବ ଓଡିଶାରେ ତ କାମ ନାହିଁ ବୋଲି ପ୍ରବର୍ତ୍ତିଇବା ପରେ ପ୍ରତି ପରିବାର କୁ ୩୦ହଜାର ଟଙ୍କା ଅଗ୍ରିମ ଦେଇଥିଲା ।
ଅଧିକ ରୋଜଗାର ଆଶାରେ ଗରିବ ଦଳିତ ପରିବାର ଲୋକେ ଅଗ୍ରିମ ରଖି ବଲାଙ୍ଗୀର ଜିଲ୍ଲା ଲାଠୋର ରେଲ୍ ୱେ ଷ୍ଟେସନ୍ ରୁ ତେଲେଙ୍ଗାନା ରାଜ୍ୟକୁ ଯାଇଥିଲେ । ସେଠାରେ କାମ କରିବାର ଦେଢ ବର୍ଷ ଅତିବାହିତ ହୋଇଥିଲେ ମଧ୍ୟ ଓ ଶ୍ରମିକ ମାନେ ଗାଁକୁ ଫେରିବାକୁ ଚାହୁଁଥିଲେ ମଧ୍ୟ ତେଲେଙ୍ଗାନା ରାଜ୍ୟ ପଦୋପଲ୍ଲୀ ଜିଲ୍ଲା ଅନ୍ତର୍ଗତ ଗରୁଡପେଟ ଇଟା ଭାଟିର ମାଲିକ ଏହି ଦାଦନ ଶ୍ରମିକ ମାନଙ୍କୁ ବନ୍ଧକ ବନେଇ ଇଟାଭାଟିରେ ରଖିଛି । ସେମାନଙ୍କୁ ତୁରନ୍ତ ତେଲେଙ୍ଗାନାରୁ ମୁକ୍ତି କରିବା ପାଇଁ ପଦ୍ମପୁର ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ଭୁବନେଶ୍ବର ଶ୍ରମ କମିଶନର ଙ୍କ ସହ ଯୋଗାଯୋଗ କରିଛନ୍ତି । ବନ୍ଧକ ଥିବା ଶ୍ରମିକ ମାନଙ୍କ ଭିତରେ ପ୍ରସନ୍ନ ତାଣ୍ତି,ଦିବାକର ସୁନା,ଜଗନ୍ନାଥ ସୁନା,ଦେବାର ତାଣ୍ତି,ଶ୍ରୀମତୀ ବିଶାଖା ତାଣ୍ତି,ସୀତା ଲୁହାର,କମଲା ଶିକା,ବିଜୟ ତାଣ୍ତି ୧୨ବର୍ଷ,କୁମାରୀ ବିଜୟା ତାଣ୍ତି ୬ବର୍ଷ ଝିଅ,ଲକି ଲୁହାର ୫ବର୍ଷ,ବିକି ଲୁହାର ୧୦ବର୍ଷ ସାମିଲ ଅଛନ୍ତି (ରିପୋର୍ଟ – ନିରୋଜ କୁମାର ପାଣୀ)
No Result
View All Result